ଆଉ ୧୮୬ କରୋନା ଆକ୍ରାନ୍ତ ସୁସ୍ଥ..
1 min readଭୁବନେଶ୍ୱର: ରାଜ୍ୟରେ ଆଉ ୧୮୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ହେବା ପରେ ସେମାନଙ୍କୁ ଘାରକୁ ପଠାଯାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ୧୮୬ ସୁସ୍ଥଙ୍କ ମଧ୍ୟରେ କଟକର ୬୨ ଜଣ, କନ୍ଧମାଳର ୪୧ ଜଣ, ଖୋର୍ଦ୍ଧାର ୩୨ ଜଣ, ଗଞ୍ଜାମ ୧୨, ମୟୁରଭଞ୍ଜ ୮, ଅନୁଗୁଳ ୭, କୋନ୍ଦୁଝରରୁ ୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
Another 186 #COVID19 patients have recovered and are being discharged on 21.6.2020.
62 from Cuttack
41 from Kandhamal
32 from Khurdha
12 from Ganjam
8 from Mayurbhanj
7 from Angul
5 from Keonjhar
4 each from Malkangiri, Nayagarh and Puri
(1/2)— H & FW Dept Odisha (@HFWOdisha) June 21, 2020
2 each from Balasore, Debagarh, and Sonepur
1 from Sundergarh.The total recovered cases of #Odisha now stand at 3720.
(2/2)— H & FW Dept Odisha (@HFWOdisha) June 21, 2020
ସେହିଭଳି ମାଲକାନଗିରି, ନୟାଗଡ଼ ଓ ପୁରୀ ଅଞ୍ଚଳରୁ ମଧ୍ୟ ୪ ଜଣ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପଟେ ବେଲେଶ୍ୱର, ଦେବଗଡ଼ ଓ ସୋନ୍ପୁରରୁ ଦୁଇ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ତେବେ ସୁନ୍ଦରଗଡ଼ରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ଆଜିର ୧୮୬ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏବେ ୩୭୨୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜ୍ୟ ପାଇଁ ଏହା ଏକ ଭଲ ଖବର । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିଲେ ମଧ୍ୟ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି ।