ରାଜ୍ୟରେ ଆଉ ୧୭୯ କରୋନା ଆକ୍ରାନ୍ତ ଚିହ୍ନଟ… ଗଞ୍ଜାମରୁ ସର୍ବାଧିକ ୫୭ ପଜିଟିଭ୍
1 min readଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫ ଉପର ମୁହାଁ । କିଛିଦିନ ହେବ ରାଜ୍ୟରେ ଲାଗାତାର ଭାବେ ସାମ୍ନାକୁ ଆସୁଛି ଶତାଧିକ କରୋନା ସଂକ୍ରମିତ ମାମଲା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୧୭୯ଟି ନୂଆ କରୋନା ପଜିଟିଭ୍ ମାମଲା ଚିହ୍ନଟ ହୋଇଛି । କ୍ୱାରେଣ୍ଟାଇନରୁ ୧୫୦, ସ୍ଥାନୀୟ ସଂକ୍ରମଣ ୨୯ ଜଣ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ୫୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
COVID-19 REPORT FOR 19th JUNE
New positive cases: 179
In quarantine: 150
Local contacts: 29(Details of local contacts will be shared by concerned District Administration)
District Wise Cases
1. Khordha: 27
2. Angul: 6
3. Nawarangpur: 1
4. Jagatsinghpur: 4
5. Cuttack: 15— I & PR Department, Odisha (@IPR_Odisha) June 20, 2020
ରାଜ୍ୟରେ ମୋଟ୍ ପଜିଟିଭ୍ ସଂଖ୍ୟା ୪୮୫୬ କୁ ବୃଦ୍ଧି ହୋଇଛି। ଖୋର୍ଦ୍ଧାରୁ୨୭, କେନ୍ଦୁଝରରୁ ୧୮, କଟକରୁ ୧୫ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୧୦, ଅନୁଗୁଳରୁ ୬ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଭଦ୍ରକ, ରାୟଗଡ଼ା କେନ୍ଦ୍ରାପଡ଼ାରୁ ୫ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଜଗତସିଂହପୁରରୁ ୪ ଜଣ ପିଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାଜପୁରରୁ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
6. Bargarh: 2
7. Bhadrak: 5
8. Jajpur: 3
9. Malkangiri: 2
10. Rayagada: 5
11. Keonjhar: 18
12. Deogarh: 1
13. Ganjam: 57
14. Kendrapada: 5
15. Mayurbhanj: 10
16. NDRF/fire personnel: 18
(Returned from Amphan duty in WB)— I & PR Department, Odisha (@IPR_Odisha) June 20, 2020
ବରଗଡ଼, ମାଲକାନଗିରିରୁ ୨ ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ନବରଙ୍ଗପୁର ଓ ଦେଓଗଡ଼ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ୧୫ ଜିଲ୍ଲାରୁ ୧୭୯ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏଥିରେ ରହିଛନ୍ତି ଏନଡିଆରଏଫ୍ ଓ ଅଗ୍ନିଶମ ବାହିନୀରୁ ୧୮ ଜଣ ଯବାନ । ଏମାନେ ଅମ୍ଫାନ ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇଥିଲେ ।