ସୀମାରେ ଫୁଟିନି ଗୁଳି: ଲୁହା ତାର ଭିଡ଼ା ଲାଠିରେ କରିଛନ୍ତି ଆକ୍ରମଣ

1 min read

ଲଦାଖ: ଭାରତ ଚୀନ ମଧ୍ୟରେ ଲଦାଖ ବର୍ଡର ଗଲବାନ ଘାଟି ପାଖରେ ସ୍ଥିତି ଗମ୍ଭୀର ହୋଇଛି । ସୋମବାର ରାତିରେ ଏଠାରେ ଭାରତ ଏବଂ ଚୀନ ସୈନିକ ମୁହାଁମୁହିଁ ହୋଇଛନ୍ତି । ଏଥିରେ ଭାରତର ଜଣେ ଅଫିସର ୨ଜଣ ଯବାନ ଶହୀଦ ହୋଇଛନ୍ତି । ତେବେ ମିଳିଥିବା ସୂଚନା ମୁତାବକ ଚୀନ ସେନା ଲୁହା କଣ୍ଟା ଲାଗିଥିବା ବାଡ଼ିରେ ଯବାନଙ୍କ ଉପରେ ଆକ୍ରମଣ କରିଛି ।

ବର୍ଡର କମାଣ୍ଡରଙ୍କ ବୈଠକରେ ଚୂଡ଼ାନ୍ତ ହୋଇଥିଲା ଯେ, ପିପି୧୪-୧୫-୧୭ ଉପରେ ଚୀନ ଏଲ୍ଏସିର ଆରପାରିକୁ ଯିବେ । । କିନ୍ତୁ ଚୀନ ସୈନିକ ଏହି ଘଟଣାକୁ ଅସ୍ୱୀକାର କରିଛି । ଭାରତ ପକ୍ଷରୁ ବାରମ୍ୱାର ଚୀନକୁ ବୁଝାଯାଇଛି । କିନ୍ତୁ ଇତିମଧ୍ୟରେ ଚୀନ ଭାରତ ଉପରକୁ ଆକ୍ରମଣ କରିଛି ।

ସୂଚନା ଅନୁଯାୟୀ, ଚୀନ ସୈନିକ ଭାରତୀୟ ସୈନିକ ଉପରେ ପଥର ଫୋପାଡ଼ିବାଛନ୍ତି । ସେମାନଙ୍କ ପାଖରେ ଲୁହା ଛଡ଼ ମଧ୍ୟ ରହିଥିଲା । ଯେଉଁ ଅଫିସର ଏହି ମାମଲାର ଲିଡ୍ କରୁଥିଲେ ସେ ଗୁରୁତରଭାବେ ଆହତ ହୋଇଛନ୍ତି  । ଭାରତର ୧୦-୧୨ ଯବାନ ମଧ୍ୟ ଗମ୍ଭୀର ଭାବେ ଆହତ ହୋଇଛନ୍ତି । କିନ୍ତୁ ଏଯାବତ୍‌ ବିଧିବଦ୍ଧ ଭାବେ ସେନା ପକ୍ଷରୁ ଘୋଷଣା ହୋଇନାହିଁ ।

ତେବେ ଏହାରି ମଧ୍ୟରେ ଭାରତ ଉପରେ ଓଲଟି ଆରୋପ ଲଗାଇଛି ଚୀନ । ସେଠାକାର ବିଦେଶମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଭାରତ ପକ୍ଷରୁ ଧସେଇ ପଶିବାକୁ ଉଦ୍ୟମ କରାଯାଇଥିଲ । ଏହି ପୂରା ମାମଲାରେ ଭାରତୀୟ ସେନା ପକ୍ଷରୁ ଜାରି ସୂଚନା ମୁତାବକ ଗଲବାନ ଘାଟିରେ ସୋମବାର ରାତିରେ ଡି ଏକ୍ସଲେସନ୍ ପ୍ରକ୍ରିୟା ସମୟରେ ଭାରତ-ଚୀନ ସେନିକ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା । ଏହା ଦ୍ୱାରା ଭାରତୀୟ ସେନାର ଜଣେ ଅଧିକାରୀ ଓ ୨ ଜଣ ଯବାନ ଶହୀଦ ହୋଇଛନ୍ତି ।

Leave a Reply