ସୁଶାନ୍ତଙ୍କ ମୃତ୍ୟୁରେ ଦୁଃଖି ଭାଉଜ ବି ବୁଜିଲେ ଆଖି

After Sushant Singh Rajput's demise, his sister-in-law Sudha Devi dies in bihar

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ପରିବାର, ପ୍ରଶଂସକ ଏବଂ ବି ଟାଉନ୍ ରେ ଶୋକର ଛାୟା । ତେବେ ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି । ସୂଚନାଯୋଗ୍ୟ ଯେ, ତାଙ୍କ ପରିବାରର ଜଣେ ସଦସ୍ୟ ସୁଶାନ୍ତଙ୍କ ମୃତ୍ୟୁ ସହି ପାରିନପାରି ମୃତ୍ୟୁ ବରଣ କରିଛନ୍ତି । ସେ ହେଉଛନ୍ତି ସୁଶାନ୍ତଙ୍କ ଭାଉଜ । ଦିଅର ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ପାଇବା ପରେ ଗତ କାଲି ବିହାରର ପୂର୍ଣ୍ଣିୟା ଜିଲ୍ଲାରେ ତାଙ୍କ ଗ୍ରାମରେ ରହୁଥିବା ତାଙ୍କ ଭାଉଜ ସୁଧା ଦେବୀଙ୍କର ମୃତ୍ୟୁ ହୋଇଛି ।

ସୁଶାନ୍ତ ସିଂ ରାଜପୁତଙ୍କ ଜନ୍ମ ପୁର୍ନିଆ ଜିଲ୍ଲାର ମାଲଡିହା ଗାଁରେ ହୋଇଥିଲା । ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ଗାଁରେ ପହଞ୍ଚିବା ମାତ୍ରେ ତାଙ୍କ ସମ୍ପର୍କୀୟ ଭାଉଜ ସୁଧା ଦେବୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ସେ ମଧ୍ୟ ଅବସାଦର ଶିକାର ହୋଇଥିଲେ। ସେ ଖାଇବା ପିଇବା ବନ୍ଦ କରିଦେଇଥିଲେ । ମୁମ୍ବାଇରେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର କରାଯାଉଥିବା ବେଳେ ସେପଟେ, ସୁଧା ଦେବୀଙ୍କ ମୃତ୍ୟୁ ଖବର ଆସିଥିଲା।

ପରିବାର ସଦସ୍ୟଙ୍କ କହିବା ଅନୁସାରେ, ମୁମ୍ବାଇରେ ସୁଶାନ୍ତ ସିଂ ରାଜପୁତଙ୍କ ଅନ୍ତିମ ସଂସ୍କାର କରାଯାଉଥିବା ବେଳେ ସୁଧା ଦେବୀଙ୍କ ମୃତ୍ୟୁ ହୋଇଥିଲା। ସୁଶାନ୍ତଙ୍କ ମୃତ୍ୟୁ ପରେ, ଏବେ ତାଙ୍କ ସମ୍ପର୍କୀୟ ଭାଉଜଙ୍କ ନିଧନ ହେତୁ ପରିବାରରେ ଯେମିତି କଳା ବାଦଲ ଛାଇଯାଇଛି । ଗୋଟିଏ ପରିବାରର ଦୁଇ ଜଣ ସଦସ୍ୟଙ୍କ ମୃତ୍ୟୁ କେହି ସହିପାରୁ ନାହାନ୍ତି ।

ସୁଶାନ୍ତଙ୍କ ଅନ୍ତିମ ସଂସ୍କାରରେ ଅଭିନେତ୍ରୀ ଶ୍ରଦ୍ଧା କପୁର, ରିଆ ଚକ୍ରୋବର୍ତ୍ତି, ଅରୂନ ଶୌରୀ, ବିବେକ ଓବରୟ ସମେତ ଅନ୍ୟ ଫିଲ୍ମ ତାରକାମାନେ ମଧ୍ୟ ସାମିଲ ଥିଲେ । ଏହା ସହ ସୁଶାନ୍ତଙ୍କ ପରିବାରରୁ ତାଙ୍କ ବାପା ଓ ପରିଜନ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ସେମାନଙ୍କ ପାଇଁ ଏହା ମାନିବା କଷ୍ଟକର ଥିଲା ଯେ, ତାଙ୍କ ପୁଅ ଆଉ ତାଙ୍କ ପାଖରେ ନାହିଁ ।

 

Leave a Reply

ନଜର ପକାନ୍ତୁ