spot_img

Latest Posts

ସାମ୍ନାକୁ ଆସିଲା ବାଘ ଛାଲ ଡିଲ ବେଳର ଭିଡିଓ…

ନୟାଗଡ: ନୟାଗଡ଼ ରଣପୁର ମଣିଜଙ୍ଗ ଜଙ୍ଗଲରୁ ୨ଟି କଲରାପତରିଆ ବାଘଛାଲ ଜବତ ଘଟଣାରେ ସାମ୍ନାକୁ ଆସିଛି ଏକ୍ସକ୍ଲୁସିଭ୍‌ ଭିଡ଼ିଓ। ବାଘ ଶିକାର ପରେ ଛାଲ କେମିତି ଡିଲ୍‌ ହେଉଛି , କିପରି ମାଷ୍ଟର ମାଇଣ୍ଡ ଲକ୍ଷ୍ମୀଧର ନାୟକ ବାଘ ଛାଲକୁ ବିକ୍ରି କରିବାକୁ କରୁଥିଲା ଡିଲ୍‌, ତାର ଏକ୍ସକ୍ଲୁସିଭ୍‌‌ ଭିଡ଼ିଓ ସାମ୍ନାକୁ ଆସିଛି। ଗୋଟିଏ ପରେ ଗୋଟିଏ ବାଘ ଛାଲକୁ ଅଖା ଭିତରୁ ବାହାର କରୁଛି ଶିକାରୀ। ଲକ୍ଷ୍ମୀଧର ସମେତ ୪ ଜଣ ଥିବା ଭିଡିଓରୁ ଜଣାପଡ଼ୁଛି।

ଉଭୟଙ୍କ ମଧ୍ୟରେ ଛାଲକୁ ନେଇ କାରବାର ଚାଲିଛି।  ନିକଟରେ ବାଘ ଛାଲ ବେପାରୀ ଲକ୍ଷ୍ମୀଧର ଗିରଫ ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତ ଏବେବି ଗିରଫ ହୋଇନାହାନ୍ତି। ଏବେ କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ହାତରେ ବଡ଼ ପ୍ରମାଣ ଲାଗିଛି। ଏହି ଭିଡ଼ିଓ ଆଧାରରେ ବାକି ଅଭିଯୁକ୍ତ ଗିରଫ ହେବେ ବୋଲି ସୂଚନା ମିଳିଛି। କେବଳ ଏତିକି ନୁହେଁ ଛୁରୀରେ ବାଘ ଛାଲକୁ ଡ୍ରେସିଂ କରାଯାଉଥିବା ଭିଡିଓରେ ସ୍ପଷ୍ଟ ବାରି ହୋଇପଡ଼ୁଛି। ବାଘ କେଉଁ ଜଙ୍ଗଲରୁ ଶିକାର ହୋଇଛି ତାହା ଜଣାପଡ଼ିନି।

୨ ଦିନ ତଳେ ମଣିନାଗ ଜଙ୍ଗଲରେ ଲକ୍ଷ୍ମୀଧର ବାଘ ଛାଲ ଡିଲ୍‌ କଲାବେଳେ ଏସଟିଏଫ୍‌ ଲଷ୍ମୀଧରକୁ ଗିରଫ କରିଥିଲା। ୨ଟି ବାଘଛାଲ ଜବତ କରିଥିଲା । ଏହି ରାକେଟରେ ଆହୁରି ଅନେକ ବଡ଼ ମୁଣ୍ଡ ସାମିଲ ଥିବା ଜଣାପଡ଼ୁଛି। ଏହା ପୂର୍ବରୁ ୮ତାରିଖରେ ଦଶପଲ୍ଲା ଗିରିପୁର ଜଙ୍ଗଲରୁ ୨ଟି ବାଘ ଛାଲ ଓ ୨ଟି ହରିଣ ଛାଲ ଜବତ ହୋଇଥିଲା।

Latest Posts

Don't Miss