spot_img

Latest Posts

ଖାଇବା ଅର୍ଡର ପୁରା କରିନପାରିବାରୁ ରେସ୍ତୋରାଁ ମାଲିକଙ୍କୁ ହେଲା ୧୫୦୦ ବର୍ଷ ଜେଲ

ଥାଇଲାଣ୍ଡ- ଥାଇଲ୍ୟାଣ୍ଡରେ ଥିବା ଏକ ରେସ୍ତୋରାଁର ଦୁଇ ମାଲିକଙ୍କୁ ପ୍ରାୟ ୧୫୦୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। କାରଣ ଏହି ହୋଟେଲ ମାଲିକ ଯେତିକି ଲୋକଙ୍କୁ ଖାଇବା ଦେବା ପାଇଁ ଅର୍ଡର ନେଇଥିଲେ ସେତିକି ଲୋକଙ୍କୁ ଖାଇବାକୁ ଦେଇପାରିଲେ ନାହିଁ । ଲୋକଙ୍କଠାରୁ ଆଡଭାନ୍ସ ଟଙ୍କା ନେଇଥିଲେ କିନ୍ତୁ ସେମାନଙ୍କୁ ସେବା ଯୋଗାଇ ପାରିନଥିଲେ ।

ଥାଇଲ୍ୟାଣ୍ଡରେ ଏକ ନିୟମ ଅଛି ଯେ କାହାକୁ ୨୦ ବର୍ଷରୁ ଅଧିକ ଜେଲ ଦଣ୍ଡ ଦିଆଯିବ ନାହିଁ। କିନ୍ତୁ ଏହି ମାମଲାରେ ରେସ୍ତୋରାଁର ମାଲିକମାନଙ୍କୁ ଅତି କଠୋର ବିଚାରରେ ୧୫୦୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ।

ବ୍ୟାଙ୍କକକ୍ ପୋଷ୍ଟରେ ପ୍ରକାଶିତ ଖବର ଅନୁଯାୟୀ, ବହୁ ପରିଚିତ ବୋଭର୍ନବଞ୍ଚାର୍କା ଏବଂ ପ୍ରାପାସର୍ନ୍ ବୋଭର୍ନବଞ୍ଚାର୍କା ଲେମଗେଟ୍ ରେସ୍ତୋରାଁର ମାଲିକ ଥିଲେ। ଏମାନେ ଗତ ବର୍ଷ ଏକ ଅଫର ବାହାର କରିଥିଲେ ଯେ, ୧୦ ଜଣ ଲୋକ ସାମୁଦ୍ରିକ ଖାଦ୍ୟ ବୁଫେଟ୍ ୧୦ ଡଲାର ଅର୍ଥାତ୍ ୭୫୯ ଟଙ୍କାରେ ଖାଇପାରିବେ ।

ରେସ୍ତୋରାଁ କହିଛି ଯେ ଅର୍ଡର ଅନଲାଇନରେ ଗ୍ରହଣ କରାଯିବ ଏବଂ ଟଙ୍କା ରେସ୍ତୋରାଁର ବ୍ୟାଙ୍କ ଆକାଉଣ୍ଟରେ ଜମା କରିବାକୁ ପଡିବ। ପ୍ରାୟ ୨୦ ହଜାର ଲୋକ ଖାଦ୍ୟ ବୁକ୍ କରି ଅଗ୍ରୀମ ଟଙ୍କା ଜମା କରିଥିଲେ।

ସମସ୍ୟାଟି ହେଲା ରେସ୍ତୋରାଁ ଏତେ ଲୋକଙ୍କ ଅର୍ଡର ପୂରଣ କରିପାରିଲା ନାହିଁ । ତା’ପରେ ୩୫୦ ଗ୍ରାହକ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଏହି ଲୋକମାନେ ୨ ମିଲିୟନ ବହତ ଅର୍ଥାତ ୫୯.୦୪ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି।

ଆପିଚାର୍ଟ ଏବଂ ପ୍ରପାସର୍ନଙ୍କୁ ପୋଲିସ ଗିରଫ କରିଥିଲା। ଏହା ପରେ ଉଭୟଙ୍କୁ କ୍ରାଇମବ୍ରାଞ୍ଚରେ ହାଜର କରାଯାଇଥିଲା। ଉଭୟଙ୍କ ବିରୋଧରେ ୭୨୩ ଟି ଅଭିଯୋଗ କରାଯାଇଥିଲା।

ଉଭୟଙ୍କୁ ୧୪୪୬  ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା। କିନ୍ତୁ ଦୁହେଁ ସେମାନଙ୍କର ଭୁଲକୁ ଗ୍ରହଣ କରିଥିଲେ, ତେଣୁ କୋର୍ଟ ଉଭୟଙ୍କ ଦଣ୍ଡକୁ ହ୍ରାସ କରିଛନ୍ତି। ବର୍ତ୍ତମାନ ଉଭୟଙ୍କୁ ୭୨୩- ୭୨୩ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିବ ।

Latest Posts

Don't Miss