ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକାରେ ଓଡ଼ିଶାର ୫

1 min read

ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ଓଡ଼ିଶାକୁ ଗୌରବାନ୍ୱିତ କରିଛି ଉତ୍କଳ ୟୁନିଭରସିଟି । ଦେଶର ଶ୍ରେଷ୍ଠ ୧୦୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛି ଉତ୍କଳ ବିଶ୍ୱବିଦ୍ୟାଳୟ । ମାନବ ସମ୍ୱଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଜାରି ଭାରତୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ତାଲିକାର ୯୬ ତମ ସ୍ଥାନରେ ରହିଛି ଉତ୍କଳ ୟୁନିଭରସିଟି ।

ଏଥିସହିତ ରାଜ୍ୟର ଅନ୍ୟ ୪ ଶିକ୍ଷାନୁଷ୍ଠାନ ମଧ୍ୟ ନ୍ୟାସନାଲ ରାଙ୍କ୍ ପାଇଛନ୍ତି । ଏମାନଙ୍କ ମଧ୍ୟରେ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ରାରକେଲା ଓଭରଓଲ ବର୍ଗରେ ୩୨ ନମ୍ୱର ସ୍ଥାନରେ ରହିଥିବା ବେଳେ ଆଇଆଇଟି ଭୁବନେଶ୍ୱର ୪୪ ନମ୍ୱର ସ୍ଥାନରେ ରହିଛି । ଅନ୍ୟ ୨ ଟି ଘରୋଇ ଶିକ୍ଷାନୁଷ୍ଠାନ ୩୮ ଓ ୪୪ ନମ୍ୱର ସ୍ଥାନରେ ରହିଛି ।

NIT Rourkela

ଉଲ୍ଲେଖ ଯୋଗ୍ୟ ଯେ, ଉତ୍କଳ ବିଶ୍ୱବିଦ୍ୟାଳୟ ହେଉଛି ଓଡିଶାର ସର୍ବ ପୁରାତନ ବିଶ୍ୱବିଦ୍ୟାଳୟ । ଏହି ୟୁନିଭରସିଟି ଉଚ୍ଚଶିକ୍ଷା କ୍ଷେତ୍ରରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ବିଜ୍ଞାନ ଏବଂ ମାନବିକତା କ୍ଷେତ୍ରରେ ଏହା ସର୍ବୋଚ୍ଚ ଗୁଣାତ୍ମକ ଗବେଷଣା ପାଇଁ ମଧ୍ୟ ବିଶ୍ୱବିଦ୍ୟାଳୟ ଜଣାଶୁଣା । ଏହି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଶିକ୍ଷଗ୍ରହଣ ପରବର୍ତ୍ତୀ ସମୟରେ ପ୍ରଶାସକ, ବୈଜ୍ଞାନିକ ଓ ରାଜନୀତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହି ରାଜ୍ୟ ତଥା ଦେଶ ପାଇଁ କାର୍ଯ୍ୟ କରୁଛନ୍ତି ।

Leave a Reply