ମିଶନ୍ ଏୟାର ଲିଫ୍ଟ: ରେଳ ପରେ ଏବେ ବିମାନରେ ପ୍ରବାସୀଙ୍କୁ ଆଣୁଛନ୍ତି ରାଜ୍ୟ ସରକାର

1 min read

ଭୁବନେଶ୍ୱର:  କୋଭିଡ-୧୯ ମହାମାରୀ ପାଇଁ ପ୍ରବାସୀଙ୍କ ସମସ୍ୟାକୁ ସମାଧାନ କରିବାକୁ ସବୁ ପ୍ରକାର ପ୍ରୟାସ କରିଛନ୍ତି ରାଜ୍ୟ ସରକାର । ଏନେଇ ରାଜ୍ୟ ସରକାର ଦେଶର ବିଭିନ୍ନ ପ୍ରାନ୍ତରେ ଫସି ରହିଥିବା ପ୍ରବାସୀଙ୍କୁ ନିରାପଦରେ ରାଜ୍ୟକୁ ଫେରାଇ ଆଣିବାକୁ ଅଣ୍ଟା ଭିଡ଼ିଛନ୍ତି । ଦୁର୍ଗମ ପ୍ରାନ୍ତରେ ଫସି ରହିଥିବା ପ୍ରବାସୀମାନଙ୍କୁ ଆଣିବାକୁ ଯଥା ସମ୍ଭବ ପ୍ରୟାସ କରାଯାଉଛି ।  ଯେଉଁଠାରେ ରେଳ ସେବା ଉପଲବ୍ଧ ନାହିଁ ବା ଯାନବାହନ ଦ୍ୱାରା ସ୍ଥାନାନ୍ତରିତ କରିବା ସମ୍ଭବପର ନୁହେଁ, ସେମାନଙ୍କୁ ବିମାନ  ଦ୍ୱାରା ରାଜ୍ୟକୁ ଅଣାଯାଉଛି । ଏହି ପରିପ୍ରେକ୍ଷିରେ ଶ୍ରମିକ ଟ୍ରେନ ଯୋଗେ ୩ ଲକ୍ଷରୁ ଅଧିକ ପ୍ରବାସୀଙ୍କୁ ଅଣାଯାଇଥିବା ବେଳେ ବହୁ ସଂଖ୍ୟକ ପ୍ରବାସୀଙ୍କୁ ସଡକ ପଥରେ ଅଣାଯାଇଛି ।

ସେହିପରି ମଣିପୁର, ନାଗାଲାଣ୍ଡ, ତ୍ରିପୁରା, ମେଘାଳୟ, ଆସାମ, ହିମାଚଳ ପ୍ରଦେଶ ଏବଂ ଜାମ୍ମୁ-କାଶ୍ମୀରର ବିଭିନ୍ନ ସ୍ଥାନରେ ଫସି ରହିଥିବା ୬୦୦ ରୁ ଉର୍ଦ୍ଧ୍ୱ ପ୍ରବାସୀ ଓଡିଆଙ୍କୁ ବିମାନ ଯୋଗେ ସ୍ଥାନାନ୍ତରଣ କରାଯାଇଛି । ତେବେ ଆଜି ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ୧୮୦ ଜଣ ଓଡିଆ ପ୍ରବାସୀଙ୍କୁ ଏୟାର ଏସିଆର ସ୍ୱତନ୍ତ୍ର ବିମାନରେ ସ୍ଥାନାନ୍ତରଣ କରାଯାଉଛି । ଏହି ବିମାନ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ।

ରାଜ୍ୟ ସରକାରଙ୍କର ସ୍ୱତନ୍ତ୍ର ଦଳ  ସମ୍ପୃକ୍ତ ରାଜ୍ୟ ସରକାର ଏବଂ ଫେରୁଥିବା ପ୍ରବାସୀ ଓଡିଆମାନଙ୍କ ସହ ବ୍ୟାପକ ଯୋଗାଯୋଗ କରିବା ସହ କୋଭିଡ୍-୧୯ ନିୟମାବଳୀ ଅନୁଯାୟୀ ଆବଶ୍ୟକ ସମସ୍ତ ଔପଚାରିକତା ସମ୍ପନ୍ନ କରୁଛନ୍ତି ।  ସେହିଭଳି ଆଣ୍ଡାମାନ ଦ୍ୱୀପପୁଞ୍ଜର ବିଭିନ୍ନ ସ୍ଥାନରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କୁ ସ୍ୱତନ୍ତ୍ର ବିମାନରେ ଓଡ଼ିଶା ଫେରାଇ ଆଣିବାକୁ ରାଜ୍ୟ ସରକାର ଉଦ୍ୟମ କରିଥିଲେ ।  ଦେଶରେ ବିଭିନ୍ନ ପ୍ରାନ୍ତରେ ଫସି ରହିଥିବା ସମସ୍ତ ପ୍ରବାସୀ ଓଡିଆଙ୍କୁ ନିରାପଦରେ ରାଜ୍ୟକୁ ଫେରାଇ ଅଣାଯିବା ପର୍ଯ୍ୟନ୍ତ ଏହି ଅଭିଯାନ ଜାରୀ ରହିବ ବୋଲି କହିଛନ୍ତି  ରାଜ୍ୟ ସରକାର ।

Leave a Reply