୧୬ ଜିଲ୍ଲାରୁ ୭୫ ପଜିଟିଭ୍ ଚିହ୍ନଟ, ୩ ସ୍ଥାନୀୟ ସଂକ୍ରମଣ
1 min readଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୭୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛି । ୭୨ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ କରୋନା ପଜିଟିଭ କେସ୍ ୨୮୦୦ ଟପିଛି । ଏବେ ଯାଏଁ ରାଜ୍ୟରେ ୨୮୫୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି ।
COVID-19 REPORT FOR 6th JUNE
New positive cases: 75
In quarantine: 72
Local contacts: 3(Details of local contacts will be shared by concerned District Administration)
1. Jagatsinghpur: 2
2. Khordha: 18
3. Koraput: 2
4. Jajpur: 7
5. Keonjhar: 1
6. Ganjam: 1
7. Nayagarh: 4— I & PR Department, Odisha (@IPR_Odisha) June 7, 2020
ଜଗତସିଂହପୁରରୁ ୨, ଖୋର୍ଦ୍ଧାରୁ ୧୮, କୋରାପୁଟ ୨, ଯାଜପୁର ୭, କେନ୍ଦୁଝର ୧, ଗଞ୍ଜାମ ୧, ନୟାଗଡ଼ ୪, କଟକରୁ ୫, ଅନୁଗୁଳରୁ ୨, ଢେଙ୍କାନାଳରୁ ୨, ବଲାଙ୍ଗିରରୁ ୫, ସୁନ୍ଦରଗଡ଼ରୁ ୧୮, ପୁରୀରୁ ୧, ନୂଆପଡ଼ାରୁ ୧, ସୋନପୁରରୁ ୩ ଓ କେନ୍ଦ୍ରାପଡ଼ାରୁ ୩ଟି ନୂଆ କରୋନା ସଂକ୍ରମଣ ମାମଲା ଆସିଛି ।
ଆଜି ସୁଦ୍ଧା ୨୮୫୬ଟି କରୋନା ସଂକ୍ରମଣ ମାମଲା ରାଜ୍ୟରେ ଚିହ୍ନଟ ହୋଇଛି । ୧୭୧୬ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୯ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ରାଜ୍ୟରେ ୧୧୨୯ ସକ୍ରିୟ ସଂକ୍ରମଣ ମାମଲା ରହିଥିବା ବେଳେ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଚାଲିଛି ।