spot_img

Latest Posts

ଲାଗୁ ହୋଇପାରେ ଲକଡାଉନ ୫.୦ ! ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ଭାଇରସ୍ ଭଳି ମହାମାରୀରୁ ବଞ୍ଚିବା ପାଇଁ ଦେଶ ବ୍ୟାପି ଲକଡାଉନ୍ ଲାଗୁ କରାଯାଇଛି । ଏହି ଲକଡାଉନକୁ ୩୧ମେ ପର୍ଯ୍ୟନ୍ତ ବଢାଯାଇଛି ଯାହାର ଅବଧି ରବିବାର ଦିନ ଶେଷ ହେବାକୁ ଯାଉଛି । ଏହାରି ମଧ୍ୟରେ ଚର୍ଚ୍ଚା ହେଉଛି ଯେ ଦେଶରେ ଲକଡାଉନର ପର୍ଯ୍ୟାୟ ଆହୁରି ବଢିପାରେ । ଯଦିଓ ଲକଡାଉନ ୫.୦କୁ ନେଇ ଏବେ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ତରଫରୁ କୌଣସି ଘୋଷଣା କରାଯାଇନାହିଁ ।

ଗୃହମନ୍ତ୍ରୀ ଅମିତ ଶାହ ଲକଡାଉନ୍ ସମାପ୍ତ ହେବାର ଗୋଟିଏ ଦିନ ପୂର୍ବରୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ  ପ୍ରଧାନମନ୍ତ୍ରୀଙ୍କ ଆବାସରେ ଭେଟିଛନ୍ତି । ତେଣୁ ଏବେ ଆଉ ଏକ ଲକଡାଉନର ଆଶା କରାଯାଉଛି ।   ଲକଡାଉନ ବଢାଇବାକୁ ନେଇ ପ୍ରଥମ ସଙ୍କେତ ଶୁକ୍ରବାର ଦିନ ଗୋଆର ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାବନ୍ତ ଦେଇଥିଲେ । ଯେଉଁଥିରେ ଲକଡାଉନକୁ ଆଉ ୧୫ଦିନ ପର୍ଯ୍ୟନ୍ତ ବଢାଇବାକୁ ଦାବି କରିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହେବା ପରେ ମୁଖ୍ୟମନ୍ତ୍ରୀ ସାବନ୍ତ କହିଛନ୍ତି ଯେ,  କରୋନାର ଗ୍ରାଫ୍ ବଢୁଛି, ଏମିତିରେ ୧୫ଦିନ ପର୍ଯ୍ୟନ୍ତ ଲକଡାଉନ ବଢାଇବାର ଆବଶ୍ୟକତା ରହିଛି ।

file pic
file pic

ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଚର୍ଚ୍ଚା କରିଥିଲେ

ଆପଣଙ୍କୁ କହି ରଖୁଛୁ ଯେ, ଗୃହମନ୍ତ୍ରୀ ଅମିତ ଶାହ ଗୁରୁବାର ଦିନ ଲକଜାଉନ ୪.୦ର ସମାପ୍ତ ହେବାକୁ ଥିବା ଅବଧିକୁ ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଚର୍ଚ୍ଚା ମଧ୍ୟ କରିଥିଲେ । ଗୃହମନ୍ତ୍ରୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ୩୧ମେ ପରେ ଲକଡାଉନ ଉପରେ ସେମାନଙ୍କ  ମତାମତ କଣ  ଏବଂ ଆଗକୁ ସେମାନେ କଣ ଭାବୁଛନ୍ତି ଏହା ଉପରେ ଚର୍ଚ୍ଚା ହୋଇଥିଲା ।

କୁହାଯାଉଛି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ମନ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ କିଛି କହିବେ । ଏହାକୁ ନେଇ ଅନୁମାନ ଲଗାଯାଉଛି ଯେ, ଲକଡାଉନକୁ ଆଉ ୨ ସପ୍ତାହକୁ ବଢାଇପାରନ୍ତି ପ୍ରଧାନମନ୍ତ୍ରୀ ।

ଅନ୍ୟପଟେ ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର, ପୁଣେ, ଠାଣେ, ଇନ୍ଦୋର, ଅହମଦାବାଦ, ଜୟପୁର, ସୁରତ ଏବଂ କଲିକତାରେ କରୋନାର ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସହରଗୁଡ଼ିକରେ ଦେଶରେ ସମୁଦାୟ ସଂକ୍ରମିତଙ୍କ ୭୦ ପ୍ରତିଶତ ରହିଛନ୍ତି ।

Latest Posts

Don't Miss