ପାଖେଇ ଆସୁଛି ରଥଯାତ୍ରା
1 min readପୁରୀ: ପାଖେଇ ଆସିଲାଣି ରଥଯାତ୍ରା। ରଥ ଖଳାରେ ରଥ ନିର୍ମାଣ କାମ ଜୋରସୋରରେ ଆଗେଇ ଚାଲିଛି । ତିନି ରଥର ୨୧ଟି ଅଖ ଓ ୪୨ଟି ଚକ ନିର୍ମାଣ କରାଯାଇଛି । ଆସନ୍ତାକାଲି ସମସ୍ତ ଚକଅଖ ଡେରା ଯିବାର କାର୍ଯ୍ୟକ୍ରମ ରହିଛି । ତିନି ରଥର ଗରଗରା, ଗୟଳ ଓ ଚାରିନାହାକା କାର୍ଯ୍ୟ ଚାଲୁରହିଥିବା ବେଳେ ଦଣ୍ଡାରେ କଣଗୁଜ ଯୋଖାଯିବାର କାର୍ଯ୍ୟ ଚାଲିଛି । ସେପଟେ ଗତକାଲିଠାରୁ ଆରମ୍ଭ ହୋଇଛି ଦଇତାପତିଙ୍କ କୋଭିଡ୍ ଟେଷ୍ଟ ।
ପ୍ରାଥମିକ ପର୍ଯ୍ୟାୟରେ ୭୫ଜଣ ଦଇତାପତିଙ୍କ ସ୍ୱାବ ଟେଷ୍ଟ ପାଇଁ ନମୁନା ସଂଗ୍ରହ କରାଯାଇଥିବା ବେଳେ ବାକି ୭୫ଜଣଙ୍କ ନମୁନା ସଂଗ୍ରହ କରାଯିବ। ଦଇତାପତିଙ୍କ ପରେ ସ୍ନ।ନ ଯାତ୍ରାରେ ନିୟୋଜିତ ଅନ୍ୟ ନିଯୋଗର ସେବାୟତଙ୍କ କୋଭିଡ୍ ଟେଷ୍ଟ ହେବ। ସେଥିପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ, କୋଭିଡ୍ ଟେଷ୍ଟ କରାଯାଉଥିବା କୋଠରୀକୁ ସାନିଟାଇଜ୍ କରାଯାଉଛି। ରଥଖଳାରେ ସମସ୍ତ ମହାରଣା, ଭୋଇ, କମାର ଓ ରୂପକାର ସେବାୟତଙ୍କ ଥର୍ମାଲ ସ୍କାନିଂ ପରେ ରଥ କାର୍ଯ୍ୟ ଆରମ୍ଭ ହୋଇଛି ।
ରଥ ନିର୍ମାଣକୁ କେନ୍ଦ୍ର ଗୃହ ବିଭାଗର ଅନୁମତି: ରଥଯାତ୍ରା ନେଇ ନିଷ୍ପତ୍ତି ନେବେ ରାଜ୍ୟ ସରକାର