ପ୍ରତିଦିନ ୬ ହଜାର ସଂକ୍ରମିତ,୩ ହଜାର ହେଉଛନ୍ତି ସୁସ୍ଥ କିନ୍ତୁ ଚିନ୍ତା ବଢାଉଛି ଆକ୍ଟିଭ୍ କେସ୍
1 min readନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ମାମଲା କ୍ରମାଗତ ଭାବେ ବଢିବାରେ ଲାଗିଛି । କେବେ ଦେଶରେ ସମୁଦାର କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଢ ଲକ୍ଷ ପାଖାପାଖି ପହଞ୍ଚିଛି । ଏବଂ ଦେଶରେ ୪ହଜାରରୁ ଅଧିକ ଲୋକ ପ୍ରାଣ ହାରିସାରିଲେଣି । ଗତ ସପ୍ତାହରେ କରୋନା ମାମଲା ତୀବ୍ର ଗତିରେ ବଢିବାରେ ଲାଗିଛି ଏବଂ ଏହି ସପ୍ତାହରେ ସଂକ୍ରମିତଙ୍କ ସଂଖ୍ୟା ୬ହଜାରକୁ ଡେଇଛି । କିନ୍ତୁ ଏହି ମଧ୍ୟରେ ଏମିତି ବି ଖବର ଆସିଛି ଯେଉଁଠି ହଜାର ସଂଖ୍ୟାରେ ଲୋକ ସଂକ୍ରମଣରୁ ସୁସ୍ଥ ମଧ୍ୟ ହୋଇଛନ୍ତି ।
ଯଦି ଆମେ ଗତ ସପ୍ତାହର ସଂଖ୍ୟାକୁ ଦେଖିବା ତେବେ ଦେଶରେ ପାଖାପାଖି ୨୦ହଜାରରୁ ଅଧିକ ଲୋକ କରୋନାଭାଇରସ ମହାମାରୀକୁ ଦୂରେଇ ଦେଇଛନ୍ତି । ଯଦିଓ ଏହି ସମୟରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ବି ବଢିଛି କିନ୍ତୁ ଏବେ ଦେଶରେ କରୋନା ପରୀକ୍ଷଣ ମଧ୍ୟ ପ୍ରତ୍ୟେକ ଦିନ ୧ଲକ୍ଷରୁ ଅଧିକ ହେଉଛି ।
୨୬ ମେ-୬୩୮୭ ନୂଆ ସଂକ୍ରମିତ, ସୁସ୍ଥ ହୋଇଛନ୍ତି ୩୯୩୬
୨୫ମେ-୬୪୧୪ ନୂଆ ସଂକ୍ରମିତ, ସୁସ୍ଥ ହୋଇଛନ୍ତି ୩୦୧୪
୨୪ମେ- ୭୧୧୧ ନୂଆ ସଂକ୍ରମିତ, ସୁସ୍ଥ ହୋଇଛନ୍ତି ୩୨୮୫
୨୩ମେ- ୬୬୬୫ ନୂଆ ସଂକ୍ରମିତ, ସୁସ୍ଥ ହୋଇଛନ୍ତି ୨୫୭୬
୨୨ମେ- ୬୫୩୬ ନୂଆ ସଂକ୍ରମିତ, ସୁସ୍ଥ ହୋଇଛନ୍ତି ୩୨୮୦
୨୧ମେ- ୬୦୨୩ ନୂଆ ସଂକ୍ରମିତ, ସୁସ୍ଥ ହୋଇଛନ୍ତି ୩୧୩୧
୨୦ମେ- ୫୭୨୦ ନୂଆ ସଂକ୍ରମିତ, ସୁସ୍ଥ ହୋଇଛନ୍ତି ୩୧୧୩
ସ୍ୱାସ୍ଥ୍ୟ ମନ୍ତ୍ରାଣାଳୟ ଦ୍ୱାରା ଜାରି କରାଯାଇଥିବା ନୂଆ ତଥ୍ୟକୁ ଦେଖିବା ତେବେ, ମଙ୍ଗଳାବର ପର୍ଯ୍ୟନ୍ତ ଦେଶରେ କରୋନା ଭାଇରସର ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୫୧୭୬୭ ରହିଛି । ଏହାମଧ୍ୟରୁ ୮୩୦୦୪ଜଣ ଆକ୍ଟିଭ୍ ଅଛନ୍ତି ଏବଂ ୬୪୪୨୫ଜଣ ସୁସ୍ଥ ହୋଇଛନ୍ତି ।
ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୧୬୭ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଣାଳୟ ଅନୁସାରେ, ଦେଶରେ କରୋନା ଭାଇରସରେ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ୪୨ ପ୍ରତିଶତରେ ରହିଛି । ଯାହା ଦେଶ ପାଇଁ ଏକ ସକରାତ୍ମକ ଖବର । ଏନ୍ୟପଟେ ଯଦି ଆମେ ପୁରା ଦୁନିଆର ସୁସ୍ଥହେବାର ସଂଖ୍ୟାକୁ ଦେଖିବା ସୁସ୍ଥତା ମାମଲାରେ ଭାରତ ୧୧ତମ ସ୍ଥାନରେ ରହିଛି । ଯେଉଁଠାରେ ଲୋକ ତିବ୍ର ଗତିରେ ସୁସ୍ଥ ହୋଉଛନ୍ତି ।
କହିରଖୁଛୁ ଯେ, ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ କ୍ରମାଗତ ଭାବରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଯଦିଓ ଏବେ ଯେଉଁ କରୋନାର ଯେଉଁ ନୂଆ ମାମଲା ସାମ୍ନାକୁ ଆସୁଛି ସେମାନଙ୍କର ଲକ୍ଷଣ ହୁଏତ ବହୁତ କମ୍ ନହେଲେ ଲକ୍ଷଣ ବିହିନ ହେଉଛି । ଏହି କାରଣ ପାଇଁ ହିଁ କରୋନା ଭାଇରସରୁ ସଂକ୍ରମିତ ଖୁବ ଶିଘ୍ର ସୁସ୍ଥ ହୋଉଛନ୍ତି ।