ଖୋଲିଲା ତେଲେଙ୍ଗାନା ଗଣହତ୍ୟା ରହସ୍ୟ, ପ୍ରେମିକାର ଝିଅକୁ ପାଇବା ପାଇଁ ୧୦ଜଣଙ୍କୁ ହତ୍ୟା କଲା ପ୍ରେମିକ !

ୱାରଂଗଲ: ପ୍ରେମିକାର ହତ୍ୟାକୁ ଲୁଚାଇବାକୁ ଏବଂ ପ୍ରେମିକାର ଝିଅକୁ ପାଇବାକୁ ପ୍ରେମିକା ସହ ୧୦ଜଣଙ୍କୁ ହତ୍ୟା କଲା ପ୍ରେମିକ । ତେଲେଙ୍ଗାନାର ୱାରଂଗଲରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ଯାହାର ଘଟଣା କ୍ରମ ଜାଣିବା ପରେ ଆପଣଙ୍କ ପାଦ ତଳୁ ମାଟି ଖସି ଯିବ । ତେଲେଙ୍ଗାନାର ୱାରଂଗଲ ଜିଲ୍ଲାରେ କିଛି ଦିନ ତଳେ ଗୋଟିଏ କୂଅରୁ ୯ଜଣଙ୍କ ଶବ ବାହାରିଥିଲା । ଏବଂ ଏହି ଘଟଣାରେ ପୋଲିସ ଆଜି ୨୪ବର୍ଷିୟ ଯୁବକ ସଞ୍ଜୟ ଯାଦବଙ୍କୁ ଗିରଫ କରିଛି ।

ପୋଲିସର କହିବା ଅନୁସାରେ ଯାଦବ ତା ପ୍ରେମିକା ରାଫିକାର ହତ୍ୟାକୁ ଲୁଚାଇବାକୁ ୯ଜଣଙ୍କ ହତ୍ୟା କରିଛି  । ୯ଜଣଙ୍କ ଭିତରୁ ୬ଜଣ ଗୋଟିଏ ପରିବାରର । ପୋଲିସ ଅନୁସାରେ ଘଟଣାକ୍ରମ କିଛି ଏଭଳି ଥିଲା ।

ସଞ୍ଜୟ ଯାଦବର ମକସୁଦ ଏବଂ ତା ଭାଉଜ ସହ ପରିଚିତ ଥିଲା । ଧିରେ ଧିରେ ଯାଦବ ଏବଂ ରାଫିକା ଭିତରେ ସମ୍ପର୍କ ବଢିଥିଲା ଏବଂ ଦୁହେଁ ଏକାସାଙ୍ଗରେ ରହୁଥିଲେ । ରାଫିକାଙ୍କର ୩ଟି ସନ୍ତାନ ମଧ୍ୟ ସେମାନଙ୍କ ସହ ରହୁଥିଲେ । ଯାଦବ ରାଫିକାଙ୍କ ୧୫ ବର୍ଷିୟା ଝିଅ ସହ ଖରାବ ବ୍ୟବହାର କରିବାରୁ ରାଫିକା ତା ବିରୋଧରେ ପୋଲିସରେ ଅଭିଯୋଗ କରିବାକୁ ଧମକ ଦେଇଥିଲା । ରାଫିକାର ଏମିତି ଧମକ ପାଇଁ ଯାଦବ ରାଫିକାର ଝିଅକୁ ପାଇବା ପାଇଁ ଯୋଜନା କଲା ।

ସେ ରାଫିକାକୁ ବାହାହେବାକୁ କହି ମିଛରେ ଘରକୁ ନେବାର ବାହାନା କରିଥିଲେ ଏବଂ ରାସ୍ତାରେ ରାଫିକା ଖାଇବାରେ ନିଦ ଔଷଧ ମିଶାଇ ତା ତଣ୍ଟି ଚିପି ତାକୁ ଟ୍ରେନରୁ ଫୋପାଡ଼ି ଦେଇଥିଲା । ଏବଂ ପୁଣି ସେ ବାରଂଗଲକୁ ଫେରି ଆସିଥିଲା । ତାକୁ ଦେଖି ମକସୁଦର ସ୍ତ୍ରୀ ରାଫିକା ବିଷୟରେ ପଚାରିବାକୁ ଲାଗିଥିଲେ  । ଯାଦବ ଏନେଇ କିଛି ଉତ୍ତର ନଦେବାରୁ ସେ ମଧ୍ୟ ପୋଲିସରେ ଅଭିଯୋଗ କରିବାକୁ ଧମକ ଦେଇଥିଲେ । ଯାହାକୁ ନେଇ ସେ ବିଚଳିତ ହୋଇପଡ଼ିଥିଲା ଏବଂ ସେମାନଙ୍କୁ ମାରିବାକୁ ଯୋଜନା କରିଥିଲା ।

ସେ ମକସୁଦା ଘରକୁ ଯିବାର ପ୍ଲାନ କରିଥିଲା । ସେମାନେ ଏକ ଫ୍ୟାକ୍ଟ୍ରିରେ କାମ କରନ୍ତି ଏବଂ ସେଠାରେ ହିଁ ରୁହନ୍ତି । ଯାଦବ ଯେଉଁଦିନ ମକସୁଦା ପୁଅର ଜନ୍ମଦିନ ଥିଲା ସେହିଦିନ ଆସି ସମସ୍ତଙ୍କ ଖାଇବାରେ ନିଦ ଔଷଧ ମିଶାଇ ଦେଇଥିଲା । ପରେ ସମସ୍ତେ ଶୋଇଥିବା ସମୟରେ ସମସ୍ତଙ୍କୁ ଅଖାରେ ପୁରାଇ ପାଖରେ ଥିବା କୂଅରେ ପକାଇଦେଇଥିଲା । କେବଳ ସେତିକ ନୁହେଁ ସେ ଫ୍ୟାକ୍ଟ୍ରିରେ କାମ କରୁଥିବା ଅନ୍ୟ ଦୁଇଜଣ ମଧ୍ୟ ବଳି ପଡ଼ି ଯାଇଥିଲେ । ହତ୍ୟା ସମୟରେ କାଳେ ସେମାନେ ଦେଖି ଦେବେ ତାଣୁ ସେ ସେମାନଙ୍କୁ ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି ।

କୂଅରୁ ୯ ପ୍ରବାସୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?

ଆପଣଙ୍କୁ କହି ରଖୁଛ ଯେ ସମସ୍ତେ ପ୍ରବାସୀ ଶ୍ରମିକ ଥିଲେ ଏବଂ ସେମାନେ କାମ କରିବାକୁ ତେଲେଙ୍ଗାନା ଆସିଥିଲେ । ଉକ୍ତ ଘଟଣା ଉପରେ ପୋଲିସ ସବୁ ପ୍ରକାର ପ୍ରମାଣ ପାଇ ସାରିଛି ଏବଂ ଦୋଷୀକୁ କଠୋରରୁ କଠୋର ଦଣ୍ଡ ଦେବାକୁ ପ୍ରୟାସ କରୁଛି ପୋଲିସ ।

Leave a Reply