ଦୁଇ ମାସ ପରେ ଉଡ଼ିଲା ବିମାନ : କରୋନା କାଳରେ ଏମିତି ବେଶରେ ଗଲେ ଯାତ୍ରୀ ଓ ଏୟାର ହଷ୍ଟେସ,ଦେଖନ୍ତୁ ବିମାନ ଭିତରର ଚିତ୍ର
ନୂଆଦିଲ୍ଲୀ: କରୋନା ଭାଇରସ୍ ପାଇଁ ପୂରା ଦେଶରେ ଜାରି ହୋଇଛି ଲକଡାଉନ ଏବଂ ଏଥି ପାଇଁ ବିମାନ ଚଳାଚଳ ଏକପ୍ରକାର ବନ୍ଦ କରିଦିଆଯାଇଥିଲା କିନ୍ତୁ ଦୀର୍ଘ ୨ମାସ ପରେ ଘରୋଇ ବିମାନ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ଯାହା ଆଜି କାର୍ଯ୍ୟକାରୀ ହୋଇଛି ବିମାନରେ ବସିବା ପୂର୍ବରୁ ଯାତ୍ରୀମାନଙ୍କର ଥର୍ମାଲ ଟେଷ୍ଟ ମଧ୍ୟ କରାଯାଇଛି । ସମସ୍ତ ଯାତ୍ରୀଙ୍କୁ ବିମାନରେ ଫେସ୍ କଭର କରିବାକୁ ମାସ୍କ ଦିଆଯାଇଥିଲା ।
ସୋମବାର ୨୫ ମେ’ରୁ ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗ ବ୍ୟତୀତ ଅନ୍ୟ ରାଜ୍ୟଗୁଡ଼ିକୁ ଘରୋଇ ବିମାନ ସେବା ଆରମ୍ଭ ହୋଇଛି । ପ୍ରଥମ ବିମାନ ଦିଲ୍ଲୀ ବିମାନବନ୍ଦରରୁ ପୁନେ ଅଭିମୁଖେ ଯାତ୍ରା କରିଛି । ଏବଂ ଅନ୍ୟପଟେ ମୁମ୍ବାଇ ବିମାନବନ୍ଦରରୁ ପ୍ରଥମ ବିମାନ ସକାଳ ୬: ୪୫ରେ ପାଟନା ଅଭିମୁଖେ ଯାତ୍ରା କରିଥିଲା ।
ଦୁଇମାସ ପରେ ଘରୋଇ ବିମାନ ଉଡ଼ାଣ ଆରମ୍ଭ ହୋଇଛି, ତେଣୁ ବିମାନ ଉଡ଼ାଣ ଏବଂ ଅବତରଣ ପାଇଁ ବିମାନବନ୍ଦରରେ ମଧ୍ୟ ବିଶେଷ ପ୍ରସ୍ତୁତି କରାଯାଇଛି । ନୂଆ ଗାଇଡଲାଇନ ଅନୁଯାୟୀ ବିମାନବନ୍ଦରରେ ଅନେକ ବ୍ୟବସ୍ଥା ପରିବର୍ତ୍ତନ କରାଯାଇଛି । କରୋନା ସଂକ୍ରମଣକୁ ଏଡାଇବା ପାଇଁ ବିମାନବନ୍ଦରରେ ଦୁଇ ମିଟର ଦୂରତା ଅନୁସରଣ କରିବା ବାଧ୍ୟତାମୂଳକ କରାଯାଇଛି ଏବଂ ସ୍ପର୍ଶହୀନ ସିଷ୍ଟମ ଅନୁସରଣ କରାଯାଉଛି । ଏହା ବ୍ୟତୀତ ରାଜ୍ୟ ସରକାର ମଧ୍ୟ ବିମାନ ଯାତ୍ରା ସମ୍ବନ୍ଧରେ ନିଜ ନିଜ ରାଜ୍ୟ ପାଇଁ କିଛି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।
ସୋମବାର ଦିନ ଜୟପୁର ବିମାନ ବନ୍ଦରକୁ ୨୦ଟି ବିମାନ ଚଳାଚଳ ପାଇଁ ଧାର୍ଯ୍ୟ କରାଯାଇଛି । ବିମାନବନ୍ଦର ନିର୍ଦ୍ଦେଶକଙ୍କ ଅନୁଯାୟୀ ମୁମ୍ବାଇ ଏବଂ ପୁନେ ବିମାନ ଉଡ଼ାଣ ବାତିଲ ହୋଇପାରେ । ଏଥି ସହିତ ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ମୋଟ ୩୬ଟି ବିମାନ ପ୍ରଥମ ଦିନରେ କାର୍ଯ୍ୟକ୍ଷମ ହେବ । ଯେଉଁଥିରେ ଲକ୍ଷ୍ନୌରୁ ୧୫ ଟି ବିମାନ ଉଡ଼ିବ । ତେବେ ଆସନ୍ତା ୨୫ ତାରିଖରୁ ବିଜୟୱାଡା ଏବଂ ବିଶାଖାପାଟନମରେ ବିମାନ ସେବା ଆରମ୍ଭ ହେବ ।
ସେହିପରି କୋଲକାତାରେ ମେ ୨୮ ରୁ ବିମାନ ସେବା ଆରମ୍ଭ ହେବ । ତାମିଲନାଡୁ ମହାରାଷ୍ଟ୍ର ଭଳି ଅଳ୍ପ ସଂଖ୍ୟକ ବିମାନ ଉଡ଼ାଣରୁ କୋଲକାତାରେ ବିମାନ ସେବା ଆରମ୍ଭ ହେବ । ଏହାସହ ଯାତ୍ରୀଙ୍କ ସହ ବିମାନ ସେବା ଯୋଗାଯୋଗରେ ଅଛି । ଏବଂ ଯଦି ବିମାନ ବାତିଲ ହୁଏ ତେବେ ଯାତ୍ରୀମାନଙ୍କୁ ଟଙ୍କା ଫେରସ୍ତ କରାଯିବ କିମ୍ବା ଯାତ୍ରାକୁ ପୁନ ସ୍ଥିର କରିବେ ।