କରୋନା ଭୂତାଣୁର ସଂକ୍ରମଣ ନେଇ ନୂଆ ତଥ୍ୟ: ୧୧ ଦିନ ପରେ ସଂକ୍ରମିତଙ୍କ ଠାରୁ ନାହିଁ ସଂକ୍ରମଣର ଭୟ
ନୂଆଦିଲ୍ଲୀ: କରୋନା ଭୂତାଣୁର ସଂକ୍ରମଣ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏକ ଅଧ୍ୟାୟନରୁ ବୈଜ୍ଞାନକଙ୍କୁ ଜଣାପଡ଼ିଛି ଯେ, କରୋନା ସଂକ୍ରମିତ ବ୍ୟକ୍ତି ଜଣଙ୍କ ସଂକ୍ରମିତ ହେବାର ୧୧ ଦିନ ପରେ ଅନ୍ୟକୁ ସଂକ୍ରମିତ କରନ୍ତି ନାହିଁ ।
ପଜିଟିଭ ବ୍ୟକ୍ତି ଜଣଙ୍କ ସଂକ୍ରମିତ ହେବାର ୧୧ ଦିନ ପରେ ସୁସ୍ଥ ହୋଇନଥିଲେ ସୁଦ୍ଧା ସେମାନେ ଅନ୍ୟକୁ ସଂକ୍ରମିତ କରନ୍ତି ନାହିଁ । ସିଙ୍ଗାପୁର ନ୍ୟାସନାଲ ସେଣ୍ଟର ଫର୍ ଇନ୍ଫେକସନ୍ ଡିଜିଜେସ୍ ଏବଂ ଏକାଡେମୀ ଅଫ୍ ମେଡିସିନର ଜାରି ସଦ୍ୟ ରିସର୍ଚ୍ଚ ରିପୋର୍ଟରେ ଏ ବିଷୟରେ ସୂଚନା ରହିଛି ।
ପୂର୍ବରୁ ଧାରଣା ଥିଲା କରୋନା ପଜିଟିଭ୍ ଜଣଙ୍କ ସୁସ୍ଥ ନହେବା ଯାଏଁ ସେ ଅନ୍ୟକୁ ସଂକ୍ରମିତ କରିପାରନ୍ତି । ଅପରପକ୍ଷରେ ଲକ୍ଷଣ ଦେଖାଯିବାର ୨ ଦିନ ପୂର୍ବରୁ ମଧ୍ୟ ଅନ୍ୟ ଜଣଙ୍କୁ ସଂକ୍ରମିତ କରିପାରନ୍ତି ।
କିନ୍ତୁ ସିଙ୍ଗାପୁର ନ୍ୟାସନାଲ ସେଣ୍ଟର ଫର୍ ଇନ୍ଫେକସନ୍ ଡିଜିଜେସ୍ ପକ୍ଷରୁ ୭୩ କରୋନା ସଂକ୍ରମିତଙ୍କ ଉପରେ ରିସର୍ଚ୍ଚ ପରେ ଏହି ନୂଆ ତଥ୍ୟ ସମ୍ପର୍କରେ ଅବଗତ ହୋଇଛନ୍ତି । ରିସର୍ଚ୍ଚରୁ ମିଳିଥିବା ତଥ୍ୟ ମୁତାବକ ୧୧ ଦିନ ପରେ ସଂକ୍ରମିତ ବ୍ୟକ୍ତି ଅନ୍ୟ ଜଣଙ୍କୁ ସଂକ୍ରମିତ କରନ୍ତିନାହିଁ ।
ଆମେରିକା ସମେତ ପ୍ରାୟ ସାରା ବିଶ୍ୱରେ ସଂକ୍ରମିତ ବ୍ୟକ୍ତିଙ୍କ କୋଭିଡ ଟେଷ୍ଟ ୨ ଥର ନେଗେଟିଭ୍ ଆସିବା ପରେ ହିଁ ସେମାନଙ୍କୁ ସୁସ୍ଥ ଘୋଷଣା କରାଯାଇଥାଏ ।
ଅବ୍ୟଶ ସିଙ୍ଗାପୁରରେ କରାଯାଇଥିବା ଏହି ସାମ୍ପଲ ସାଇଜ୍ ଛୋଟ ହୋଇଥିବାରୁ ଏହା ବର୍ତ୍ତମାନ ସମୟରେ ସମ୍ପୂର୍ଣ୍ଣ ଗ୍ରହଣୀୟ ହୋଇନପାରେ । କିନ୍ତୁ ଏହି ତଥ୍ୟ ଅଧାରରେ ଅଧିକ ରିସର୍ଚ୍ଚ କରିବାର ଆବଶ୍ୟକତା ରହିଛି ଏବଂ ଏହା ଡାକ୍ତରଙ୍କୁ ଅଧିକ ସହୟାକ ହୋଇପାରିବ ।