ଅନଲାଇନ୍ ମଦ ବିକ୍ରି ହେବାର ଥିଲା କିନ୍ତୁ ଲୋକ ସକାଳୁ ସକାଳୁ ଦୋକାନରୁ ବୋହିଲେ ମଦ !
ଭୁବନେଶ୍ୱର: ରାଜଧାନୀରେ ଖୋଲାଖୋଲି ମଦ କାରବାର। ବାପୁଜୀନଗର କାଉଣ୍ଟର ଆଗରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଅନ୍ଲାଇନ୍ରେ ମଦ ବିକ୍ରି ପାଇଁ ସରକାର ଅନୁମତି ଦେଇଛନ୍ତି । ତେବେ କାଉଣ୍ଟରରୁ ମଦ କିଣିବାକୁ ଲୋକଙ୍କ ଭିଡ଼ ଜମିଥିଲା। ଭୁବନେଶ୍ୱର ବାପୁଜୀନଗରରେ ବେଆଇନ୍ ଭାବେ ମଦ କାରବାର ଚାଲିବା ଦେଖିବାକୁ ମିଳିଥିଲା । ଏହାପରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଦୋକାନ ବନ୍ଦ କରାଯାଇଛି । ସେହିପରି ଡମଣାରେ ମଧ୍ୟ ମଦ ଦୋକାନ ଆଗରେ ପ୍ରବଳ ଗହଳି ଲାଗିଛି। ସାମାଜିକ ଦୂରତାର ଖୋଲା ଉଲ୍ଲଂଘନ ଦେଖିବାକୁ ମିଳିଛି ।
ତେବେ ଗତକାଲି ଅନ୍ ଲାଇନ୍ରେ ମଦ ବିକ୍ରି ନେଇ କିଛି ନିୟମରେ ପରିବର୍ତ୍ତନ ପରେ ଅନ୍ଲାଇନ୍ରେ ମଦ ବିକ୍ରି ପାଇଁ ରାଜି ହୋଇଥିଲେ କଟକ ମଦ ବ୍ୟବସାୟୀ ସଂଘ । ଆଜିଠାରୁ ଆରମ୍ଭ ହେବ ଅନ୍ଲାଇନ୍ରେ ବିକ୍ରି । କୌଣସି ଅନ୍ଲାଇନ୍ ସଂସ୍ଥା ଦ୍ୱାରା ନୁହେଁ ବରଂ ମଦ ଦୋକାନ ଦ୍ୱାରା ନିଯୁକ୍ତି କର୍ମଚାରୀଙ୍କ ଦ୍ୱାରା ମଦର ଡେଲିଭରୀ କରାଯିବ । ସକାଳ ୭ଟାରୁ ମଧ୍ୟାହ୍ନ ୧ଟା ଯାଏଁ ଅର୍ଡର ଗ୍ରହଣ କରାଯିବ । ଏବଂ ଦିନ ଗୋଟଏ ଠାରୁ ସନ୍ଧ୍ୟା ୬ଟା ଯାଏଁ ମଦର ଡେଲିଭରୀ କରାଯିବ । ମଦ ଡେଲିଭରୀ ବେଳେ ଆବଶ୍ୟକ ସୁରକ୍ଷା ପୋଲିସ ଯୋଗଇ ଦେବ । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା ।