spot_img

Latest Posts

୨ ମାସ ପରେ ଦେଶରେ ଆରମ୍ଭ ହେଲା ବିମାନ ସେବା… ଥର୍ମାଲ ସ୍କ୍ରିନିଂ ପରେ ମୁହଁରେ ଫେସ ସିଲ୍‌ଡ ଲଗାଇ ବସିଲେ ଯାତ୍ରୀ

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ଘରୋଇ ବିମାନ ସେବା। ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଗାଇଡଲାଇନ୍‌ ଅନୁସାରେ ଉଡିବ ଫ୍ଲାଇଟ୍‌ । ଏଥିପାଇଁ ଭୁବନେଶ୍ୱର ବିମାନ ବନ୍ଦର ପକ୍ଷରୁ ପ୍ରସ୍ତୁତି କରାଯାଇଛି। ଯାତ୍ରୀଙ୍କ ମଧ୍ୟରେ ଯେପରି ସାମାଜିକ ଦୂରତା ରହିବ, ସେନେଇ ଗତକାଲି ମକଡ୍ରିଲ କରାଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ର।ଳୟ ଏସଓପି ଅନୁଯାୟୀ ଭୁବନେଶ୍ୱର ବିମାନବନ୍ଦରକୁ ୧୦ଟି ବିମାନ ଆସିବ। ସେହିପରି ୧୦ଟି ବିମାନ ଯିବା ପାଇଁ ଅନୁମତି ମିଳିଛି। ଏବେ ଭୁବନେଶ୍ୱରକୁ ହାଇଦ୍ରାବାଦ, ଦିଲ୍ଲୀ, ଝାରସୁଗୁଡା, କୋଲକାତା, ଚେନ୍ନାଇ, ବେଙ୍ଗଳୁରୁ, ମୁମ୍ବାଇକୁ ବିମାନ ଉଡ଼ାଣ ନେଇ ନିଷ୍ପତ୍ତି ହୋଇଛି।

ତେବେ କୋଲକାତା ଓ ମୁମ୍ବାଇ ବିମାନବନ୍ଦରରେ ଉଡ଼ାଣ ନେଇ ସମସ୍ୟା ଥିବାରୁ ବିମାନ ଉଡାଣ ଶେଷ ମୁହୁର୍ତ୍ତରେ ବାତିଲ୍‌ ହେବା ସମ୍ଭାବନା ରହିଛି। ତେବେ ଯାତ୍ରୀଙ୍କ ପାଇଁ ଲାଗୁ ହୋଇଛି ଟଚଲେସ୍‌ ସିଷ୍ଟମ୍‌। ବିମାନ ଛାଡିବାର ୨ ଘଣ୍ଟା ପୂର୍ବରୁ ଏୟାରପୋର୍ଟରେ ପହଞ୍ଚିବେ ଯାତ୍ରୀ । ସମସ୍ତ ଯାତ୍ରୀଙ୍କ ପାଇଁ ମାସ୍କ ଓ ଗ୍ଲୋବସ ବାଧ୍ୟତାମୂଳକ । ୧୪ ବର୍ଷରୁ କମ ପିଲାଙ୍କୁ ଛାଡି ସମସ୍ତ ଯାତ୍ରୀ ଆରୋଗ ସେତୁ ପଞ୍ଜୀକରଣ କରିବେ । କେବଳ ବ୍ୟକ୍ତିଗତ ଗାଡି କିମ୍ବା ଅନୁମତିପ୍ରାପ୍ତ କ୍ୟାବରେ ହିଁ ବିମାନବନ୍ଦରକୁ ଆସିପାରିବେ ଯାତ୍ରୀ । ଜରୁରୀ ସେବା କ୍ଷେତ୍ରରେ ସାନିଟାଇଜ୍‌ କରି ଟ୍ରଲିର ବ୍ୟବହାର ପାଇଁ ମିଳିବ ଅନୁମତି । ଟ୍ରାଫିକ ପୋଲିସ, CISF ପାର୍କିଂ ସୁବିଧା କରିବେ । ସାନିଟାଇଜର ରଖିବା ସହ ପିପିଇ କିଟ୍‌ ପିନ୍ଧିବେ ସମସ୍ତ ବିମାନ କର୍ମଚାରୀ ।

Latest Posts

Don't Miss