spot_img

Latest Posts

ପୁଣି କ୍ଷମା ମାଗିଲେ କପିଲ୍‌, ଟ୍ୱିଟରରେ ଲେଖିଲେ ଲମ୍ବା ପୋଷ୍ଟ…

ନୂଆଦିଲ୍ଲୀ: ପୁଣି କ୍ଷମା ମାଗିଲେ କମେଡି କିଙ୍ଗ୍‌ କପିଲ୍‌ ଶର୍ମା । ନିଜ କମେଡି ଯୋଗୁଁ ସବୁବେଳେ ଚର୍ଚ୍ଚାରେ ରହୁଥିବା କପିଲ୍‌ ପୁଣି ବିବାଦରେ ଫଶିଛନ୍ତି ଓ ସବୁଥର ଭଳି କ୍ଷମା ପ୍ରାର୍ଥନା କରିଛନ୍ତି । କମେଡି କିଙ୍ଗ୍‌ କପିଲ୍‌ ଶର୍ମା ନିଜର ମଜାକ୍‌ କାରଣରୁ ପୂର୍ବରୁ ଅନେକ ଥର ବିବାଦ ମଧ୍ୟକୁ ଆସି କ୍ଷମା ମାଗିଥିବା ନଜିର ରହିଛି । ତେବେ ଏଥର ସେ ଚିତ୍ରଗୁପ୍ତଙ୍କୁ ଉପହାସ କରି କ୍ଷମା ମାଗିଛନ୍ତି ।

ଗତ ୨୮ ମାର୍ଚ୍ଚରେ ପ୍ରସାରିତ ହୋଇଥିବା କପିଲ ଶର୍ମା ଶୋ’ର ଏକ ଏପିସୋଡ୍‌ରେ କପିଲ୍‌ କରଣ ସମାଜର ଭଗବାନ ଚିତ୍ରଗୁପ୍ତଙ୍କୁ ନେଇ ଉପହାସ କରିଥିଲେ । ଯାହା ତାଙ୍କ ପାଇଁ ବିବାଦ ଆଣିଥିଲା । କପିଲ୍‌ଙ୍କ ଏହି ମଜାକ୍‌ କରଣ ସମାଜକୁ ବେଶ୍‌ ଆଘାତ ଦେଇଥିଲା । ତେଣୁ କପିଲ୍‌ ଏହି ମଜାକ୍‌ ପାଇଁ ବାଧ୍ୟ ହୋଇ କ୍ଷମା ପ୍ରାର୍ଥନା କରିଛନ୍ତି ।

କରଣ ସମାଜର ଦେବତା ଚିତ୍ରଗୁପ୍ତଙ୍କୁ ନେଇ ମଜାକ୍‌ କରିଥିବାରୁ, ଉକ୍ତ ସମାଜର ଏଥିପ୍ରତି ଆପତ୍ତି ଉଠାଇଥିଲା । କରଣ ସମାଜ କପିଲ୍‌ଙ୍କ ଶୋ’କୁ ବଏକଟ୍‌ କରିବାକୁ ଧମକ ଦେଇଥିଲା । ଏହାସହ କପିଲଙ୍କ ବିରୋଧରେ ଥାନାରେ ଏତଲା ମଧ୍ୟ ଦିଆଯାଇଥିଲା । ବିବାଦ ଅଧିକରୁ ଅଧିକ ଘନେଇବାରୁ କପିଲ ଶର୍ମା ବାଧ୍ୟ ହୋଇ ନିଜ ଟ୍ୱିଟର୍‌ରେ ଏକ ଲମ୍ବା ଚୌଡ଼ା ପୋଷ୍ଟ ଲେଖି କରଣ ସମାଜକୁ କ୍ଷମା ମାଗିଛନ୍ତି ।

କପିଲଙ୍କ କ୍ଷମା ପ୍ରାର୍ଥନା

କପିଲ ନିଜ ପୋଷ୍ଟରେ ଲଖିଛନ୍ତି ଯେ, ପ୍ରିୟ କରଣ ସମାଜ, ୨୮ ମାର୍ଚ୍ଚ ୨୦୨୦ ରେ ପ୍ରସାରିତ ହୋଇଥିବା କପିଲ ଶର୍ମା ଶୋ’ର ଏପିସୋଡ୍‌ରେ ଭଗବାନ ଚିତ୍ରଗୁପ୍ତଙ୍କ ଉପରେ ଥିବା ଟିପ୍ପଣୀ ଯଦି ଆପଣଙ୍କର ଭାବନାକୁ ଆଘାତ ଦେଇଛି, ତେବେ ମୁଁ ଏବଂ ମୋର ଟିମ୍‌ ତରଫରୁ ସମସ୍ତଙ୍କୁ କ୍ଷମା ମାଗୁଛି । କାହାକୁ ଅପମାନିତ କରିବାର ଆମର ଉଦେଶ୍ୟ ନଥିଲା । ଆପଣ ସମସ୍ତେ ଖୁସି ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ଏବଂ ହସୁଥାନ୍ତୁ । ଏହା ମୋର ଭଗବାନଙ୍କ ନିକଟରେ ପ୍ରାର୍ଥନା । କପିଲ ଏହି ପୋଷ୍ଟରେ କରଣ ସମାଜ ଏବଂ ପୂର୍ବତନ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ସୁବୋଧ କାନ୍ତ ସହାୟଙ୍କୁ ଟ୍ୟାଗ୍ କରିଛନ୍ତି ।

ଲକ୍‌ଡାଉନ୍‌ ଯାେଗୁଁ ଏବେ କପିଲ୍‌ ଶର୍ମ ଶୋ’ର ସୁଟିଂ ବନ୍ଦ ରହିଛି । ଫଳରେ ଅଧିକାଂଶ ସମୟ କପିଲ ଏବେ ନିଜ ପତ୍ନୀ ଓ ଝିଅ ସହ ବିତାଉଛନ୍ତି । ତେବେ ଏହାରି ମଧ୍ୟରେ ସେ ନିଜ ଫ୍ୟାନ୍‌ ମାନଙ୍କ ସହ କଥା ହେବାକୁ ମଧ୍ୟ ଭୁଲି ନାହାନ୍ତି ଏବଂ ସୋସିଆଲ ମିଡିଆରେ ଆକ୍ଟିଭ୍‌ ଅଛନ୍ତି ।

Latest Posts

Don't Miss