ପଶ୍ଚିମବଙ୍ଗ ଉପକୂଳରୁ ୯୫ କିମି ଦୂରରେ ଅମ୍ଫାନ,ଲ୍ୟାଣ୍ଡଫଲକୁ ଅପେକ୍ଷା
1 min readନୂଆଦିଲ୍ଲୀ: ସୁପର ସାଇକ୍ଲୋନନ୍ ‘ଆମ୍ଫାନ୍’ ଖୁବ୍ ଶୀଘ୍ର ପଶ୍ଚିମବଙ୍ଗ ଉପକୂଳରେ ପହଂଚିବା ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ଘଣ୍ଟା ପ୍ରତି ୨୦୦ କିଲୋମିଟର ବେଗରେ ପବନ ଏବଂ ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି | ଭାରତ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଏହି ସମୟ ମଧ୍ୟରେ ବଙ୍ଗୋପସାଗରର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବ ଏବଂ ସମୁଦ୍ର କୂଳରେ ୪-୫ ମିଟର ଉଚ୍ଚ ତରଙ୍ଗ ସୃଷ୍ଟିହୋଇପାରେ ।
#CycloneAmphan centered at 12:30 pm as an extremely severe cyclonic storm over northwest Bay of Bengal about 95 km south-southeast of Digha, West Bengal: Indian Meteorological Department (IMD) pic.twitter.com/OZECXUYTwm
— ANI (@ANI) May 20, 2020
ପାଣିପାଗ ବିଭାଗ ଅନୁଯାୟୀ, ଏହି ଘୂର୍ଣ୍ଣିବଳୟ ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗରେ ଦୃତ ବେଗରେ ଗତି କରୁଛି। ଏହାର ଗତି ଆହୁରି ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଆଜି ଅପରାହ୍ନ ସୁଦ୍ଧା ପଶ୍ଚିମବଙ୍ଗର ଦିଘା ଏବଂ ବାଂଲାଦେଶର ହାତିଆରେ ସାଇକ୍ଲୋଥନ୍ ଆମ୍ଫାନ୍ ସ୍ଥଳଭାଗ ଛୁଇଁପାରେ ।
We're looking at time & possible speed of #Amphan's landing. As per IMD, storm surge could be 4-6 meters of seawater which will enter land area.NDRF teams are coordinating with local administration for storm surge response.41 teams are deployed in Odisha&West Bengal:NDRF Chief https://t.co/jPPb0LU7x7
— ANI (@ANI) May 20, 2020