ଫନି, ତିତଲି ଓ ଲୈଲା ପରେ ଅମ୍ଫାନ ଆତଙ୍କ, ଜାଣନ୍ତୁ କେମିତି ରଖାଯାଏ ନାଁ ?

1 min read

ନୂଆଦିଲ୍ଲୀ: ବାତ୍ୟା ଅମ୍ଫାନ ବଙ୍ଗୋପସାଗରରେ ଭୟଙ୍କର ରୂପ ନେଇସାରିଛି । ଭାରତୀୟ ପାଣିପାଗ ବିଭାଗ ଏନେଇ ପଶ୍ଚିମବଙ୍ଗ ଏବଂ ଓଡ଼ିଶାକୁ ଆଲର୍ଟ ଜାରି କରିଛି । ଅମ୍ଫାନ ବାତ୍ୟାର ମୁକାବିଲା ପାଇଁ ପୂରା ପ୍ରସ୍ତୁତି ମଧ୍ୟ ସରିଛି । ଏହା ପୂର୍ବରୁ ଫନି, ତିତଲି, ଲୈଲା ଏବଂ ହେଲନ ଭଳି ବାତ୍ୟା ମଧ୍ୟ ତାହାର ଭୟଙ୍କର ରୂପ ଦେଖାଇଛି । ତେବେ  ଆପଣ ଜାଣିଛନ୍ତି କି ବାତ୍ୟାର ନାଁ କେମିତି ରଖାଯାଏ ଏବଂ ନାଁ ରଖିବା ପଛର ସତ କଣ ।

ବାତ୍ୟାଗୁଡ଼ିକର ନାଁ ସବୁବେଳେ ଫନି, ତିତଲି, ଲୈଲା,ହେଲେନ ଭଳି ଅଦ୍ଭୁତ ନାଁ ଦିଆଯାଇଥାଏ । ଏବଂ ଏହି ନାଁ ଗୁଡ଼ିକ ଲୋକଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରିଥାଏ କିନ୍ତୁ ଏହାକୁ ବାଛିବାର ପ୍ରଣାଳୀ ଭିନ୍ନ ରହିଥାଏ । ଏହି ଧାରାରେ ଅମ୍ଫାନ (ଯାହାର ଉଚାରଣ ଉମ-ପୁନ ମଧ୍ୟ କରାଯାଉଛି) ୧୮ ମେ’ର ମଧ୍ୟ ରାତିରେ ଆସିଛି । ଅମ୍ଫାନ ୨୦୦୪ରେ ସଂକଳିତ ଚକ୍ରବାତ ନାଁ ଲିଷ୍ଟର ଶେଷ ନାଁ । ଏହାର ନାଁ ଥାଇଲାଣ୍ଡ ଦ୍ୱାରା ପ୍ରସ୍ତାବିତ କରାଯାଇଥିଲା ।

ନାମକରଣର ପରମ୍ପରା କଣ ?

ଆରମ୍ଭରୁ କୌଣସି ବି ବିଶେଷ ନାଁରେ ବାତ୍ୟାର ନାମକରଣ ହେଉ ନଥିଲା । କିନ୍ତୁ ଆଟଲାଣ୍ଟିକ ମହାସାଗରରେ ବାତ୍ୟାର ନାଁ ଦେବାର ପରମ୍ପରା ଆରମ୍ଭ ହୋଇଥିଲା । ଏଠାକୁ ଆସିଥିବା ବାତ୍ୟାକୁ ଏଂଟଜେ ନାଁ ଦିଆଗଲା । ସେବେଠୁ ୩୯କିମି ପ୍ରତିଘଣ୍ଟାର ନିରନ୍ତର ପବନର ଗତି ପର୍ଯ୍ୟନ୍ତ ପହଞ୍ଚୁଥିବା କୌଣସି ବି ଉଷ୍ଣକଟିବନ୍ଧୀୟ ବାତ୍ୟାକୁ କୌଣସି ବି ନାଁ ନାମିତ କରାଯାଉଛି  ।

 ଚକ୍ରବାତ, ବାତ୍ୟା ଓ ଟାଇଫୁନ ଭିତରେ କଣ ରହିଛି ଭିନ୍ନତା

ଏବେ ବି ଲୋକ ମାନନ୍ତି ଯେ, ଚକ୍ରବାତ, ବାତ୍ୟା ଏବଂ ଟାଇଫୁନ ସବୁ ଏକା ଭଳି । କିନ୍ତୁ ଉଷ୍ଣକାଟିବନ୍ଧୀୟ ବାତ୍ୟାକୁ ବିଶ୍ୱରେ ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରୂପରେ ଦେଖାଯାଏ । ଏହାକୁ କିଛି ଏହି ପ୍ରକାରରେ ପରିଭାଷିତ କରାଯାଇଥାଏ । ଯେମିତି ଆଟଲାଣ୍ଟିକାରେ ଏହା ବାତ୍ୟା, ପ୍ରଶାନ୍ତରେ ଟାଇଫୁନ୍, ଏବଂ ଭାରତ ମହାସାଗରରେ ଚକ୍ରବାତ କୁହାଯାଇଥାଏ । କୌଣସି ବି ବାତ୍ୟା ଯାହାର ପବନର ଗତି ଘଣ୍ଟା ପ୍ରତି ୭୪କିମିରେ ପହଞ୍ଚେ ତାହାକୁ ଚକ୍ରବାତ ରୂପରେ ବର୍ଗୀକୃତ କରାଯାଇଥାଏ ।

ଏମିତି ହୋଇଥିଲା ନାମକରଣ ପ୍ରକ୍ରିୟାର ଆରମ୍ଭ

ଚକ୍ରବାତର ନାମକରଣର ଆରମ୍ଭରେ କାରେବିଆନ୍ ଦ୍ୱିପପୁଞ୍ଜର ଲୋକ କିଛି ସ୍ଥାନୀୟ ନାମକୁ ବାତ୍ୟାର ନାଁ ଦେଉଥିଲେ । ଏହା ରୋମନ କ୍ୟାଥୋଲିକ୍ ଲିଟୁର୍ଜିକାଲ୍ କ୍ୟାଲେଣ୍ଡର ଦିନର ସାଧୁଙ୍କ ଉପରେ ଆଧାରିତ ଥିଲା । ପୁଣି ଦ୍ୱିତୀୟ ବିଶ୍ୱଯୁଦ୍ଧ ପର୍ଯ୍ୟନ୍ତ କାରେବିଆନ୍ ପରମ୍ପରା ଜାରି ରହିଲା  । ବାତ୍ୟାକୁ ଚିହ୍ନଟ କରିବା ପାଇଁ  ପାଣିପାଗ ବିଜ୍ଞାନୀମାନେ ମହିଳା ନାଁକୁ ପ୍ରୟୋଗ କରିବା ଆରମ୍ଭ କରିଦେଲେ ।

 

ଏହି ବାତ୍ୟାମାନଙ୍କର ନାଁ ପଛର ସତ

ସବୁ ବେଳେ ଚର୍ଚ୍ଚାରେ ରହୁଥିବା ହେଲେନ ବାତ୍ୟାର ନାଁ ବାଙ୍ଗଲାଦେଶ ପ୍ରସ୍ତାବିତ ଥିଲା । ନାନୁକକୁ ମିଆଁମାର , ହୁଡହୁଡକୁ ଓମାନ, ନିଲେଫର ଏବଂ ବରଦାକୁ ପାକିସ୍ତାନ, ମେକୁନର ମାଳଦ୍ୱିପ ଏବଂ ତିତଲିର ନାଁ ପାକିସ୍ତାନ ଦ୍ୱାରା ଦିଆଯାଇଥିଲା ।

Leave a Reply