ଲକଡାଉନ୍ ପ୍ରଭାବ ! ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୧୦୦ରୁ ୧ ଲକ୍ଷ ହେବାକୁ ଲାଗିଲା ମାତ୍ର ଏତିକି ଦିନ..
1 min readନୂଆଦିଲ୍ଲୀ: ବିଶ୍ୱକୁ ଧିରେ ଧିରେ ଗ୍ରାସ କରୁଛି କରୋନା । ଏଥିରୁ ବର୍ତ୍ତିପାରି ନାହିଁ ଭାରତ, ଦେଶରେ ମଧ୍ୟ କରୋନା ତାର କୋପ ଦେଖାଇଛି । ମଙ୍ଗଳବାର ପର୍ଯ୍ୟନ୍ତ ଦେଶରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ପାର ହୋଇଛି । ବିଶ୍ୱରେ ଏବେ ଭାରତ ସଂକ୍ରମଣରେ ୧୧ତମ ସ୍ଥାନରେ ପହଞ୍ଚିଛି, ଯେଉଁଠାରେ କରୋନା ମାମଲା ୧ଲକ୍ଷକୁ ଡେଇଁଛି । ଅନ୍ୟପଟେ ଦେଶରେ ୩ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । କିନ୍ତୁ ଯଦି ଆମେ ଅନ୍ୟ ଦେଶମାନଙ୍କ ସହ ତୁଳନା କରିବା ତେବେ ଭାରତରେ ଏବେ ବି କରୋନା ସଂକ୍ରମିତଙ୍କ ସଂଖ୍ୟା ବହୁତ କମ ରହିଛି । ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ପାର ହେବାକୁ ୧୧୦ ଦିନ ସମୟ ଲାଗିଛି ।
ଯେତେବେଳେ ବିଶ୍ୱରେ କରୋନା ଆତଙ୍କ ଆରମ୍ଭ ହୋଇଥିଲା ସେହି ସମୟରେ ଭାରତ ଅଧିକ ଜନସଂଖ୍ୟା ବିଶିଷ୍ଟ ହୋଇଥିବାରୁ ବିଶେଷଜ୍ଞମାନେ ଭାରତକୁ ଚେତାବନୀ ଦେଇଥିଲେ । କିନ୍ତୁ ଲକଡାଉନ କାରଣରୁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା କମ ରହିଛି । ଏହାକୁ ନେଇ ବିଶେଷଜ୍ଞମାନେ ମଧ୍ୟ ତାଙ୍କ ମତ ଦେଇଛନ୍ତି ।
କେଉଁ ଦେଶରେ କେତେ ଦିନରେ ୧ଲକ୍ଷରୁ ଅଧିକ ହେଲା ସଂକ୍ରମିତଙ୍କ ସଂଖ୍ୟା
ଦେଶରେ କୋରନା ଭାଇରସର ପ୍ରଥମ ମାମଲା ୩୦ ଜାନୁଆରୀରେ ଆସିଥିଲା । କେରଳରୁ ଆସିଥିବା ଏହି ମାମଲା ପରେ ଦେଢ ମାସ ପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ଏତେଟା ବଢି ନଥିଲା । କିନ୍ତୁ ମାର୍ଚ୍ଚ ମାସ ପରେ କରୋନା ଭାଇରସର ମାମଲା ଦ୍ରୁତ ଗତି ବୃଦ୍ଧି ପାଇବାକୁ ଲାଗିଥିଲା । ଏବଂ ଗତ ୬୪ ଦିନରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୦୦ରୁ ୧ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିଛି । ଯଦିଓ ଏହି ସଂଖ୍ୟା ଆମେରିକା, ବ୍ରିଟେନ, ଇଟାଲୀ, ଫ୍ରାନ୍ସ ଭଳି ଦେଶ ତୁଳନା ବହୁତ ଭଲ ଅଛି । ଯେଉଁଠି କରୋନା ଭାଇରସ ଧ୍ୱଂସର ଲୀଳା ରଚିଛି, ଏହି ଦେଶମାନଙ୍କରେ ସଂକ୍ରମିତ ଏବଂ ମୃତ୍ୟୁ ସଂଖ୍ୟା ମଧ୍ୟ ବହୁତ ଅଧିକ ରହିଛି ।
ସଂକ୍ରମିତଙ୍କ ସଂଖ୍ୟା ୧୦୦ରୁ ୧ଲକ୍ଷ ପହଞ୍ଚିବାର ସମୟ
ଭାରତ-୬୪ଦିନ
ଆମେରିକା-୨୫ଦିନ
ଇଟାଲୀ-୩୬ଦିନ
ବ୍ରିଟେନ୍-୪୨
ଫ୍ରାନ୍ସ-୩୯
ଜର୍ମାନୀ-୩୫
ସ୍ପେନ-୩୦
ଲକଡାଉନ କରୋନା ଭାଇରସର ତୀବ୍ରତାକୁ ରୋକିଛି !
ଭାରତ ଭଳି ଜନବହୁଳ ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟାକୁ ନେଇ ପୂରା ବିଶ୍ୱ ଚିନ୍ତାରେ ଥିଲା । ଏବଂ ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ଦେଶରେ ଲକଡାଉନର ଘୋଷଣା କରିଥିଲେ ଯାହକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ହୋଇଥିଲା । କାରଣ ୧୩୦ କୋଟି ଲୋକଙ୍କୁ ଘରେ ବନ୍ଦ କରି ରଖିବାର ଥିଲା । ଦେଶରେ ଯେତେବେଳେ ୨୫ମାର୍ଚ୍ଚରେ ଲକଡାଉନ ଜାରି କରାଗଲା ସେତେବେଳେ ଦେଶରେ ସମୁଦାୟ ମାମଲା ୬୦୦ ଥିଲା ।
ଏବେ ପାଖାପାଖି ୨ମାସ ପରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ପାର ହୋଇଛି । ଯେଉଁଠି ଅନ୍ୟ ଦେଶମାନଙ୍କରେ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷରେ ପହଞ୍ଚିବାକୁ ମାସେରୁ ବି କମ୍ ସମୟ ଲାଗିଥିଲା । ତେଣୁ ବିଶେଷଜ୍ଞମାନେ ମାନିଛନ୍ତି ଯେ, ଲକଡାଉନ କରାଣରୁ ଭାରତକେ କରୋନା ସଂକ୍ରମିତଙ୍କ ସଂଖ୍ୟା କମ ରହିଛି ।