ରାତିରେ ନିଆଯିବ ସ୍ଥାନାନ୍ତର ନିଷ୍ପତ୍ତି: ପ୍ରଦୀପ ଜେନା

1 min read

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ଅମ୍ଫାନ’ ଧିରେ ଧିରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ଘଣ୍ଟା ପ୍ରତି ୬ କିମି ବେଗରେ ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । ବର୍ତ୍ତମାନର ଆକଳନ ଅନୁଯାୟୀ ପଶ୍ଚିମବଙ୍ଗର ସାଗର ଓ ବାଂଲାଦେଶର ହଟିଆ ମଧ୍ୟରେ ଲ୍ୟାଣ୍ଡଫଲ ହେବ ବୋଲି ଅନୁମାନ କରାଯାଉଛି । ତେବେ ଆଜି ସନ୍ଧ୍ୟାରେ ‘ଅମ୍ପାନ’ ଦିଗ ପରିବର୍ତ୍ତନ କଲା ପରେ ଲ୍ୟାଣ୍ଡଫଲ୍‌ ନେଇ ଅଧିକ ସୁନିଶ୍ଚିତ ତଥ୍ୟ ପାଇପାରିବୁ । ଏବଂ ସେହି ଆଧାରରେ ଆଜି ରାତିରେ ସ୍ଥାନାନ୍ତର ନେଇ ନିଷ୍ପତ୍ତି ନିଆଯିବ ବୋଲି ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନ ପ୍ରଦୀପ ଜେନା । ରାତିରେ ଭାରତୀୟ ପାଣିପାଗ ଅମ୍ପାନର ଦିଗ ପରିବର୍ତ୍ତନ ଓ ଲ୍ୟାଣ୍ଡଫଲ ନେଇ ସୁନିଶ୍ଚିତ ତଥ୍ୟ ପ୍ରଦାନ କରିବ । ଏହା ପରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯିବ ଏବଂ ସେମାନେ ସେହି ହିସାବରେ ପଦକ୍ଷେପ ଗ୍ରହଣ କରିବେ ।  କିନ୍ତୁ ଏବେବି ୧୨ ଟି ଜିଲ୍ଲାକୁ ବାତ୍ୟା ପ୍ରବଣ ଜିଲ୍ଲାଭାବେ ଆଲର୍ଟ ରଖାଯାଇଛି । ୧୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବାକୁ ନେଇ ପ୍ରସ୍ତୁତ ରହିଛୁ । ବର୍ତ୍ତମାନ ସମୟରେ ଓଡ଼ିଶା ପ୍ରତି ସେଭଳି କିଛି ବାତ୍ୟା ଆଶଙ୍କା ନଥିଲେ ମଧ୍ୟରେ ୧୮ ତାରିଖରୁ ବର୍ଷା ଆଶଙ୍କା କରାଯାଉଛି । 

ତେବେ ଆତଙ୍କିତ ହୋଇ କିଣା କିଣି ନକରିବାକୁ ବିଶେଷ ଅନୁରୋଧ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର  ।

Leave a Reply