ରିଦ୍ଧିମା କପୁର ବାପା-ମା’ଙ୍କ ପୁରୁଣା ଫଟୋ ସେୟାର କରି ଲେଖିଲେ ଏମିତି କଥା..
1 min readମୁମ୍ବାଇ: କୁହାଯାଏ ଲୋକ ଆପଣଙ୍କୁ ଛାଡ଼ି ଆରପାରିକୁ ତ ଚାଲି ଯାଇନ୍ତି କିନ୍ତୁ ତାଙ୍କର ସହ ବିତେଇଥିବା କିଛି ବିଶେଷ ମୂହୁର୍ତ୍ତର ସେ ଅଭୁଲା ସ୍ମୃତି କେବେ ଆପଣଙ୍କୁ ଛାଡ଼ି ପାରେନି । ଯଦି ସେଇ ଲୋକ ଆପଣଙ୍କ ଆତ୍ମୀୟ ହୋଇଥିବ ତ ସେତେବେଳେ ତାହା ଜମା ବି ସମ୍ଭବ ନୁହେଁ । ଆଉ ଯଦି ସିଏ ଆପଣଙ୍କ ବାପା-ମାଆ ହୋଇଥିବେ ତେବେ ଆପଣ ସେଇ ଯନ୍ତ୍ରଣାକୁ ଭୁଲିବା ମୁସ୍କିଲ ହୋଇଯିବ । ଆଉ ଏମିତି ଖରାପ ପରିସ୍ଥିତି ଦେଇ ଗତି କରୁଛନ୍ତି ଋଷି କପରୁଙ୍କ ଝିଅ ରିଦ୍ଧିମା କପୁର ।
https://www.instagram.com/p/CAFtZpYnTZi/
ଋଷି କପୁରଙ୍କ ନିଧନକୁ ୧୫ଦିନ ପରେ ବିତି ଗଲାଣି କିନ୍ତୁ ଝିଅ ରିଦ୍ଧିମାଙ୍କ ପକ୍ଷରେ ଏହି କଥା ସ୍ୱିକାର କରିବା ବହୁତ କଷ୍ଟକର ହୋଇପଡ଼ିଛି । ତାଙ୍କୁ ତାଙ୍କର ବାପାଙ୍କ ଅନୁପସ୍ଥିତି ବହୁତ କଷ୍ଟ ଦେଇଛି ତେଣୁ ସେ ଲଗାତାର ଭାବେ ତାଙ୍କ ବାପାଙ୍କ ଫଟୋ ସେୟାର କରୁଛନ୍ତି । କେବେ ସେ ବାପାଙ୍କ ସହ ବିତାଇଥିବା କିଛି ମୁହୂର୍ତ୍ତର ଫଟୋ ସେୟାର କରୁଛନ୍ତି ତ କେତେବେଳେ ମା ଆଉ ତାଙ୍କ ପୂରା ପରିବାରର ଫଟୋ ସେୟାର କରୁଛନ୍ତି ।
ରିଦ୍ଧିମା ତାଙ୍କ ମାଆ ନୀତୁ କପୁର ଏବଂ ରିଷି କପୁରଙ୍କ ଫଟୋ ସେୟାର କରିଛନ୍ତି । ଏବଂ କ୍ୟାପସନରେ ଲେଖିଛନ୍ତି ଲଭ୍ ।
ଏହାସହ ତାଙ୍କ ମାଆଙ୍କ ସୁନ୍ଦରତାର ଏକ ଫଟୋ ସେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏହି ଫଟୋ ନୀତୁଙ୍କ ଯୁବା ବେଳର ଯେଉଁଥିରେ ସେ ଖୁବ ସୁନ୍ଦର ଦେଖାଯାଉଛନ୍ତି । ଏବଂ ଏଥିରେ ରିଦ୍ଧିମା ଲେଖିଛନ୍ତି ସତରେ ସୁନ୍ଦର ।
ଏହା ପୂର୍ବରୁ ରିଦ୍ଧିମା ପୂରା ପରିବାରର ଏକ ଫଟୋ ସେୟାର କରିଥିଲେ । ଏହି ଫଟୋରେ ଋଷି, ନୀତୁ,ରଣବୀର ଏବଂ ରିଦ୍ଧିମା ଓ ତାଙ୍କ ଝିଅ ନଜର ଆଶିଥିଲେ ।
କହିରଖୁଛୁ ଯେ, ନିକଟରେ ଋଷିଙ୍କ ଏକାଦଶାହ ଯାଇଥିଲା ଏବଂ ଏଥିରେ ଆଲିଆ ଭଟ୍ଟ, ରଣବୀର, କରିଶ୍ମା କପୁର,ଶ୍ୱେତା ବଚ୍ଚନ ନନ୍ଦା ଏବଂ ରଣଧିର କାପୁର ଆଦି ସାମିଲ ହୋଇଥିଲେ । ରିତୁ କପୁର ଏବଂ ରିଦ୍ଧିମା ମଧ୍ୟ ଏଠାରେ ଉପସ୍ଥିତ ଥିଲେ ।
୩୦ତାରିଖରେ ଋଷି କପୁରଙ୍କ ନିଧନ ହୋଇଥିଲା । ସେ ଦୁଇବର୍ଷ ହେବ କର୍କଟ ରୋଗରେ ପିଡ଼ିତ ଥିଲେ ଏବଂ ତାର ଚିକିତ୍ସା ମଧ୍ୟ କରାଉଥିଲେ ।