ଲକଡାଉନରେ ରାସ୍ତା କଡ଼ରେ ଆରାମ କରୁଛି ଚିତାବାଘ, ଦେଖନ୍ତୁ ଭିଡିଓ
1 min readହାଇଦ୍ରାବାଦ: ଗୁରୁବାର ଦିନ ରଙ୍ଗାରେଡ୍ଡୀ ଜିଲ୍ଲାରେ ମୈଲାରଦେଭପଲ୍ଲୀର ରାସ୍ତା କଡ଼ରେ ଚିତାବାଘ ଟିଏ ଆରାମ କରୁଥିବାର ଦେଖିବାକୁ ମିଳିଛି । ଗାଡ଼ି ଚାଳକ ଯେତେବେଳେ ଚିତାବାଘଟିକୁ ରାସ୍ତା କଡ଼ରେ ଦେଖିଲେ ତୁରନ୍ତ ବନ ବିଭାଗକୁ ଯୋଗାଯୋଗ କରିଥିଲେ । କିଛି ସମୟ ପରେ ନେହେରୁ ଜୁଲଜି ପାର୍କର ଟିମ ସେଠାରେ ପହଞ୍ଚିଥିଲେ । ସୂଚନା ମୁତାବକ ଚିତାବାଘଟି ଏକ ଦୁର୍ଘଟଣାର ଶିକାର ହୋଇ କ୍ଷତବିକ୍ଷତ ଅବସ୍ଥାରେ ପଡ଼ିରହିଥିଲା ଯେଉଁ କାରଣରୁ ସେ ଚାଲିପାରୁନଥିଲା ।
Going wild in #Hyderabad: #leopard in Mailardevpally under #Cyberabad @ndtv @ndtvindia pic.twitter.com/g2wSFMsGSe
— Uma Sudhir (@umasudhir) May 14, 2020
ସିନିୟର ଫରେଷ୍ଟ ଡିପାର୍ଟମେଣ୍ଟ ଅଫିସିୟଲଙ୍କ ସୂଚନା ଅନୁଯାୟୀ, ଚିତାବାଘଟି କିଛି ସମୟ ରାସ୍ତାରେ ପଡ଼ି ରହିବା ପରେ ପାଖରେ ଥିବା ଏକ ବିଲ ଭିତରକୁ ଚାଲିଯାଇଥିଲା । ରେସ୍କ୍ୟୁ ଟିମ ବାଘଟିକୁ ଧରିବା ପାଇଁ ଚାରିପାଖରୁ ଜଗି ରହିଥିଲା । ସୂଚନା ଅନୁଯାୟୀ ଚିତାବାଘଟି ୩ ବର୍ଷ ଏବଂ ତାକୁ ଧରିବା ପାଇଁ ଚେଷ୍ଟା ଜାରି ରହିଛି ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବାଘଟି ଜଣେ ବ୍ୟକ୍ତିଙ୍କ ଉପରକୁ ଆକ୍ରମଣ କରିଥିଲା ।