ଭୁବନେଶ୍ବର: ବିଜେପି ଜାତୀୟ ମୁଖପାତ୍ର ତଥା ଗତ ସାଧାରଣ ନିର୍ବାଚନରେ ପୁରୀରୁ ଲୋକସଭା ପ୍ରାର୍ଥି ହୋଇଥିବା ସମ୍ବିତ ପାତ୍ରଙ୍କୁ ଟ୍ୱିଟ୍ ମହଙ୍ଗା ପଡିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ ରାଜୀବ ଗାନ୍ଧିଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ପାଇଁ ସମ୍ବିତଙ୍କ ବିରୋଧରେ ଥାନାରେ ଏତଲା ଦାଏର ହୋଇଛି । ଓଡ଼ିଶା କଂଗ୍ରେସ ପକ୍ଷରୁ ଏହି ଦିଆଯାଇଛି ।
दोस्तों
किसी को इस बात पे शक है क्या,की ३००० से अधिक सिख बंधुओ का 1984 में जो कत्लेआम हुआ था,उसके ज़िम्मेदार राजीव गांधी थे?
फिर सच तो सच है ..
कोंग्रेससीयों ने ठाना हुआ है की राजीव गांधी को पूरा expose कर के ही दम लेंगे।
So be it … let’s #ExposeRajivGandhi https://t.co/JX7W9JkSoX— Sambit Patra (@sambitswaraj) May 11, 2020
କଂଗ୍ରେସ ପକ୍ଷରୁ ଅଭିଯୋଗ ପତ୍ରରେ ଦର୍ଶାଯାଇଛି ଯେ ଗତ ମେ’ ୧୦ ତାରିଖରେ ସମ୍ବିତ ପାତ୍ର ତାଙ୍କ ଟ୍ୱିଟରେ କାଶ୍ମୀର ପ୍ରସଙ୍ଗ ପାଇଁ ନେହେରୁ ଓ ବୋଫର୍ସ ଏବଂ ୧୯୮୪ ଶିଖ ଦଙ୍ଗା ପାଇଁ ରାଜିବ ଗାନ୍ଧୀଙ୍କୁ ଦାୟୀ କରି ଟ୍ୱିଟ୍ କରିଥିଲେ । ରାଜୀବ ଗାନ୍ଧି ଶିଖ ବିରୋଧୀ ଦଙ୍ଗା ପାଇଁ ଦାୟୀ ଥିଲେ ବୋଲି ସମ୍ବିତ ସିଧାସିଧା ଅଭିଯୋଗ କରିଥିଲେ ।
ଏନେଇ ଯ଼ୁବ କଂଗ୍ରେସର ନିର୍ଦ୍ଦେଶ କ୍ରମେ ସବୁ ପ୍ରଦେଶ ଯ଼ୁବ କଂଗ୍ରେସ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଭୁବନେଶ୍ୱର ରାଜ୍ୟ ଯ଼ୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀ ସମ୍ବିତ ପାତ୍ରଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି । ତେବେ ଏନେଇ ସମ୍ବିତ ପାତ୍ରଙ୍କ ପ୍ରତିକ୍ରିୟା ଏଯାଏଁ ମିଳିନାହିଁ ।
ଅନ୍ୟପକ୍ଷରେ ଛଡିଶଗଡର ରାୟପୁରରେ ମଧ୍ୟ ଏହି ଟ୍ୱିଟକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି । ସେଠାକାର ଛାତ୍ର କଂଗ୍ରେସ ତରଫରୁ ସମ୍ବିତଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଛି ।

