ଲକ୍ଡାଉନ ହେଲା କାଳ : ଭୁବନେଶ୍ୱରରେ ଅଟକିଛନ୍ତି ମହାରାଷ୍ଟ୍ର ଭକ୍ତ,ଓଡ଼ିଶା ସରକାରଙ୍କୁ ପ୍ରଶଂସା
ଭୁବନେଶ୍ୱର: ଆସିଥିଲେ ଜଗାର ଦର୍ଶନ କରିବାକୁ, ହେଲେ ଲକଡାନ କଲା କାଳ । କରୋନା ପାଇଁ ଅଟକି ଗଲା ଘର ବାହୁଡ଼ା । ଏବେ ଘରର ଚାରି କାନ୍ଥ ନୁହଁ ରାଜଧାନୀର ରାଜରାସ୍ତା ସାହାରା ଦେଇଛି। ଭଗାବାନଙ୍କ ଦୟାରୁ ଦୁଇ ଓଳି ଦୁଇ ମୁଠା ଗଣ୍ଡେ ଖାଇବାକୁ ମିଳିଯାଉଛି । ଏ ହେଉଛି ଜଗା ଦର୍ଶନ ପାଇଁ ପୁରୀ ଆସି ଫସି ଯାଇଥିବା ତୀର୍ଥଯାତ୍ରୀଙ୍କ କଥା ।
ମହାରାଷ୍ଟ୍ରରୁ ଓଡିଶା ଆସି ଫସିରହିଛନ୍ତି ୧୦୦ରୁ ଉର୍ଦ୍ଧ ତୀର୍ଥଯାତ୍ରୀ । ରାଜଧାନୀର ରାଜରାସ୍ତା ଉପରେ ଖୋଲା ଆକାଶ ଓ ଫୁଙ୍ଗୁଳା ଭୂଇଁ ଉପରେ କାଟୁଛନ୍ତି ଜୀବନ । ରାଜଧାନୀ ଉପକଣ୍ଠରେ ପଡ଼ି ରହିଛନ୍ତି ଏମାନେ । ବିଲ ଭିତରେ ପିଲାଛୁଆଁଙ୍କୁ ଧରି ପଡ଼ିରହିଛନ୍ତି ।
ଏମାଙ୍କ ମଧ୍ୟରୁ ଅନେକଙ୍କ ଘର ହେଉଛି ମହାରାଷ୍ଟ୍ରରେ । ଲକଡାଉନ ଫଳରେ ଆଉ ନିଜ ଭିଟା ମାଟିକୁ ଫେରି ପାରୁ ନାହାଁନ୍ତି ଏମାନେ । କିନ୍ତୁ ମହାରାଷ୍ଟ୍ର ଠାରୁ ଓଡିଶାରେ କରୋନାର ସଂକ୍ରମଣ କମଥିବା ଯୋଗୁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସ୍ୱାଗତ ମଧ୍ୟ କରିଛନ୍ତି । ଏହା ସହ ରାଜ୍ୟ ସରକାରଙ୍କ ଓ ବିଭିନ୍ନ ସ୍ଥାନୀୟ ଲୋକଙ୍କ ତରଫରୁ ସେମାଙ୍କୁ ଦୁଇ ଓଳିର ଖାଦ୍ୟ ଯୋଗାଇ ମଧ୍ୟ ଦିଆଯାଉଛି ।
କରୋନା ସଂକ୍ରମିତଙ୍କ ପୃଥକବାସ ପାଇଁ ଓଡ଼ିଶା ସରକାରଙ୍କ ନୂଆ ଗାଇଡଲାଇନ୍