spot_img

Latest Posts

ସବୁଦିନ ହେଉଥିବା ଝଗଡ଼ାରୁ ବିରକ୍ତ ହୋଇ ୫ ମାସର ଗର୍ଭବତୀ ସ୍ତ୍ରୀକୁ ହତ୍ୟା କଲା ଅଟୋ ଡ୍ରାଇଭର

ନୂଆଦିଲ୍ଲୀ: ଗତକାଲି ରାତିରେ ଦକ୍ଷିଣ ଦିଲ୍ଲୀର ଡାକସିନପୁରୀ ଅଞ୍ଚଳରେ ଜଣେ ବ୍ୟକ୍ତି ନିଜ ପାଞ୍ଚ ମାସର ଗର୍ଭବତୀ ପତ୍ନୀଙ୍କ ଝଗଡ଼ା କରି ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରତ୍ୟେକ ଦିନ ଝଗଡ଼ା ହେଉଥିବାରୁ ସେ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିବା ଜଣାପଡ଼ିଛି । ହତ୍ୟା ପରେ ଏହି ବ୍ୟକ୍ତି ଆମ୍ବେଦକର ନଗର ପୋଲିସ ଷ୍ଟେସନରେ ଆତ୍ମସମର୍ପଣ କରିଥିଲେ। ଦକ୍ଷିଣ ଦିଲ୍ଲୀର ଡିସିପି ଅତୁଲ ଠାକୁରଙ୍କ କହିବା ଅନୁଯାୟୀ, ରାତି ପ୍ରାୟ ୧୨ଟା ୩୦ରେ ବିଜୟ ନାମକ ଜଣେ ବ୍ୟକ୍ତି ଆମ୍ବେଦକର ନଗର ପୋଲିସ ଷ୍ଟେସନରେ ପହଞ୍ଚି ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିବା କହିଥିଲେ।

ପୋଲିସ ଷ୍ଟେସନରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବିଜୟଙ୍କୁ ସଙ୍ଗେ ସଙ୍ଗେ ଡାକିନପୁରୀ ଘରକୁ ନିଆଯାଇଥିଲା ଯେଉଁଠାରୁ ତାଙ୍କ ପତ୍ନୀ ହେମଲତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପ୍ରାୟ ଦେଢ଼ ବର୍ଷ ପୂର୍ବେ ଉଭୟ ବିବାହ କରିଥିଲେ ।

ଅଭିଯୁକ୍ତ ବିଜୟ କହିଛନ୍ତି ଯେ ସେ ଏକ ଅଟୋ ରିକ୍ସା ଡ୍ରାଇଭର । ସେ ତାଙ୍କ ପତ୍ନୀଙ୍କ ସହ ବାରମ୍ବାର ଝଗଡା କରୁଥିଲେ, ତେଣୁ ସେ ଏସବୁରୁ ବିରକ୍ତ ହୋଇଯାଇ ତାଙ୍କୁ ହତ୍ୟା କରିଥିଲେ। ପୋଲିସର ସୂଚନାନୁସାରେ ମୃତ ହେମଲତା ୫ ମାସର ଗର୍ଭବତୀ ଥିଲେ। ୨୮ ବର୍ଷିୟ ହେମଲତାଙ୍କ ମତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ହତ୍ୟା ମାମଲା ପଞ୍ଜିକରଣ କରିବା ପରେ ଅଭିଯୁକ୍ତ ବିଜୟଙ୍କୁ ଗିରଫ କରାଯାଇଛି।

Latest Posts

Don't Miss