ଘରୋଇ ସ୍କୁଲଗୁଡ଼ିକର ମନମାନି ! ରାସ୍ତାକୁ ଓହ୍ଲାଇଲେ ଅଭିଭାବକ

ଭୁବନେଶ୍ୱର: ଘରୋଇ ସ୍କୁଲଗୁଡ଼ିକର ମନମାନି ଅଭିଯୋଗ । ପ୍ରତିବାଦରେ ଓଡ଼ିଶା ଅଭିଭାବକ ମହାସଂଘର ଧାରଣା। ଭୁବନେଶ୍ୱର ଜୟଦେବ ଭବନ ଆଗରେ ଅଭିଭାବକମାନେ ଧାରଣାରେ ବସିଛନ୍ତି । ଲକଡାଉନ୍‌ରେ କୋଭିଡ୍‌ ଗାଇଡଲାଇନ୍‌ ଅନୁସାରେ ସାମାଜିକ ଦୂରତା ରଖି ଆନ୍ଦୋଳନରେ ବସିଛନ୍ତି ।

କରୋନା ମହାମାରୀ ପରି ଜାତୀୟ ବିପର୍ଯ୍ୟୟ ସମୟରେ ବେସରକାରୀ ବିଦ୍ୟାଳୟମାନଙ୍କୁ କୈାଣସି ମାସିକ ଦେୟ, ଆଡମିସନ୍‌ ଫି ଓ ଅନ୍ୟ ଫି ଆଦାୟ ନକରିବାକୁ ସରକାର ଅପିଲ୍‌ କରିଥିଲେ । ତେବେ ବିଭିନ୍ନ ଆଳ ଦେଖାଇ ସ୍କୁଲ କର୍ତ୍ତୃପକ୍ଷ ଫି ଆଦାୟ କରୁଥିବା ଅଭଯୋଗ ହୋଇଛି । ଏହାସହ ବିଦ୍ୟାଳୟ ପରିସରରେ ଘରୋଇ ପ୍ରକାଶନ ସଂସ୍ଥାର ବହିକୁ ଚଢା ଦରରେ ବିକ୍ରି କରୁଛନ୍ତି ।

ଓଡିଶା ମାନବାଧିକାର କମିଶନଙ୍କ ଏପ୍ରିଲ ୨୦ର ନିର୍ଦ୍ଦେଶନାମା ଅନୁଯାୟୀ ପ୍ରତ୍ୟେକ ବିଦ୍ୟାଳୟ ନିଜ ୱେବସାଇଟରେ ପୁସ୍ତକ ସଂପର୍କିତ ସମସ୍ତ ତଥ୍ୟ ଦେବାର ଥିଲା କିନ୍ତୁ ତାହା ସେମାନେ କରୁନାହାଁନ୍ତି । ତେବେ ଏ ସମସ୍ତ ନିୟମ ଓ ନିର୍ଦ୍ଦେଶକୁ ଫୁ କରି ଘରୋଇ ବିଦ୍ୟାଳୟ ମନମାନି କରୁଥିବା ଅଭିଯୋଗ କରିଛନ୍ତି ଅଭିଭାବକମାନେ । ଏହା ବିରୋଧରେ ମହାସଂଘ ପକ୍ଷରୁ ଭୁବନେଶ୍ୱର ଜୟଦେବ ଭବନ ଆଗରେ ଧାରଣା ଦିଆଯାଇଛି ।

Leave a Reply