ପୋଲିସର ପ୍ରତିଷେଧକମୂଳକ ପଦକ୍ଷେପ: ଜରିମାନା ଟଙ୍କାକୁ ସାନିଟାଇଜ୍‌ କରୁଛି ପୋଲିସ

ମଧ୍ୟପ୍ରଦେଶ: କରୋନା ମୁକାବିଲାରେ ସାଧାରଣ ଜନତାଙ୍କ ମୁଖ୍ୟ ଆୟୁଧ ହେଉଛି ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ଓ ସାବୁନ କିମ୍ୱା ସାନିଟାଇଜ୍‌ରେ ହାତ ଧୋଇବା । କରୋନା ଭୂତାଣୁକୁ ପ୍ରତିହତ କରିବା ନେଇ ନିର୍ଦ୍ଧିଷ୍ଟ ଭାବେ କୌଣସି ଔଷଧ ବାହାନଥିବା ବେଳେ ଏହି ସବୁ ନିୟମ ମାନି ହିଁ କରୋନାକୁ ପ୍ରତିହତ କରିହେବ ।

ଏଣୁ ସାମାଜିକ ଦୂରତ୍ୱ ରକ୍ଷା କରିବା, ମାସ୍କ ପିନ୍ଧିବା ଓ ସାବୁନରେ କିମ୍ୱା ସାନିଟାଇଜରେ ହାତ ଧୋଇବାକୁ ପରାମର୍ଶ ଦିଆଯାଉଛି । ଏହି ଭୟଙ୍କର ଭୂତାଣୁ ଯେକୌଣସି ଜିନିଷରେ କିଛି ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ବଞ୍ଚି ରହିଥାଏ । ଯାହା ସଂସ୍ପର୍ଶରେ ଆସିଲା ପରେ ଏହି ସୁସ୍ଥ ଲୋକ ସଂକ୍ରମିତ ହୋଇଥାନ୍ତି । ଏଣୁ ଲୋକେ ଯେକୌଣସି ଜିନିଷକୁ ଧରିବା ପୂର୍ବରୁ ବା ବ୍ୟବହାର କରିବା ପୂର୍ବରୁ ସାନିଟାଇଜ୍ କରୁଛନ୍ତି ।

ଏଭଳି କି ଟଙ୍କାକୁ ମଧ୍ୟ ସାନିଟାଇଜ୍‌ କରିବାର ଦୃଶ୍ୟ ଦେଖିବାକୁ ମଳିଛି । ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ  । ଏଠାରେ ଭୋପାଳ ପୋଲିସ ଟ୍ରାଫିକ୍ ନିୟମ ଉଲ୍ଲଘଂନକାରୀଙ୍କ ଟଙ୍କା ଜରିମାନା ଆଦାୟ କରୁଛି । ହେଲେ ତା’ ପୂର୍ବରୁ ସେହି ଟଙ୍କାକୁ ସାନିଟାଇଜ୍‌ କରୁଛି ପୋଲିସ ।

ଏଭଳି କି ସେହି ଜରିମାନା ଟଙ୍କାକୁ ସିଧା ସଳଖ ଲୋକଙ୍କ ଠାରୁ ସଂଗ୍ରହ ନ କରି ପଲଥିନ୍‌ ବ୍ୟାଗ୍ ମାଧ୍ୟମରେ ସଂଗ୍ରହ କରୁଛି । ଏଭିଳ କରି ସଂକ୍ରମଣରୁ ବର୍ତ୍ତିବାକୁ ଚେଷ୍ଟା କରୁଛି ଭୋପାଳ ପୋଲିସ । ଏସ୍‌ପି ଶୈଳେନ୍ଦ୍ର ସିଂହଙ୍କ କହିବା ହେଲା ଯେ କରୋନା ଦ୍ୱାରା ସଂକ୍ରମିତ ନହେବା ଲାଗି ପୋଲିସ ସମସ୍ତ ପ୍ରତିଷେଧକ ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି ।

Leave a Reply