୩ ଜିଲ୍ଲାରୁ ଚିହ୍ନଟ ୨୬ କରୋନା ସଂକ୍ରମିତ ସୁରତ ଫେରନ୍ତା
1 min readଭୁବନେଶ୍ୱର: ଚିହ୍ନଟ ହୋଇଥିବା ୨୬ ସଂକ୍ରମିତଙ୍କ ତଥ୍ୟ ଆସିଛି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଦେଇଥିବା ସୂଚନା ଅନୁଯାୟୀ ଚିହ୍ନଟ ସମସ୍ତ ଆକ୍ରାନ୍ତ ସୁରତ୍ ଫେରନ୍ତା । ଗଞ୍ଜାମରୁ ଚିହ୍ନଟ ୧୯ ଜଣ ପୁରୁଷ । ସେହିପରି ଭଦ୍ରକୁ ୨୧ ଓ ୪୧ ବର୍ଷ ପୁରୁଷ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଣେ ଧାମନଗର ବ୍ଲକର ହୋଇଥିବା ବେଳେ ଅନ୍ୟ ଜଣେ ବାସୁଦେବପୁର ମ୍ୟୁନିସିପାଲଟିର ବୋଲି ଜଣାପଡ଼ିଛି ।
କେନ୍ଦ୍ରାପଡ଼ାରୁ ଚିହ୍ନଟ ୫ ଆକ୍ରାନ୍ତ ପୁରୁଷ । ସେମାନଙ୍କ ବୟସ ୩୨, ୩୩, ୨୭, ୩୫ ଓ ୩୧ ବର୍ଷ ବୋଲି ଜଣାପଡ଼ିଛି । ସମସ୍ତେ ପଟ୍ଟାମୁଣ୍ଡାଇ ବ୍ଲକ୍ ଅଞ୍ଚଳର ଏକ ଅସ୍ଥାୟୀ ମେଡିକାଲ କ୍ୟାମ୍ପରେ ଥିଲେ । ଗତ ୩ ତାରିଖରେ ଗୋଟିଏ ବସରେ ସମସ୍ତେ ସୁରତରୁ ଫେରିଥିଲେ ।
1st Health Update, 8th May.
19 Cases in Ganjam
All Male: 26, 45, 21, 38, 40, 33, 45, 31, 23, 47, 35,24, 30,18, 29, 57, 38, 31 & 58Two Cases in Bhadrak
21 & 41 MaleFive Cases in Kendrapara
All Male: 32, 33, 27 35 & 31All Surat returnees. Most are symptomatic.
Total: 245
— I & PR Department, Odisha (@IPR_Odisha) May 8, 2020
ସେମାନଙ୍କୁ ଗୋଟିଏ କ୍ଵାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଥିଲା । ବସରେ ପଟ୍ଟାମୁଣ୍ଡାଇ, ମହାକାଳପଡ଼ା ଓ ମାର୍ଶାଘାଇ ବ୍ଲକର ମୋଟ ୫୮ ଜଣ ପ୍ରବାସୀ ଫେରିଥିଲେ । ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କ ସ୍ୱାବ୍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ସମସ୍ତ ପଜିଟିଭଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।