ମହାରାଜା ନିଜେ କାଙ୍ଗାଳ କିନ୍ତୁ କରୋନା ବିରୋଧୀ ଯୁଦ୍ଧରେ ସଭା ଆଗରେ..

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଭାଇରସକୁ ନେଇ ଚିନ୍ତା ଏବେ ବଢିବାରେ ଲାଗିଛି  । ଏହାର ମୁକାବିଲା ପାଇଁ ସାରା ଦେଶରେ ଲକଡାଉନ ଜାରି ରହିଛି । ଏବଂ ଏନେଇ ବିମାନ, ବସ୍ ଏବଂ ଟ୍ରେନର ସୁବିଧାକୁ ବନ୍ଦ କରିଦିଆଯାଇଛି । ଫଳରେ ବିଦେଶ ଫସି ରହିଛନ୍ତି ଅନେକ ଲୋକେ କେବଳ ସେତିକି ନୁହେଁ ଅନେକ ବିଦେଶୀମାନେ ମଧ୍ୟ ଭାରତରେ ଫସି ରହିଛନ୍ତି । ତେଣୁ ଏୟାର ଇଣ୍ଡିଆ ୮ ମେରୁ ୧୪ ମେ ମଧ୍ୟରେ ଲଣ୍ଡନ, ସିଙ୍ଗାପୁର ଏବଂ ଆମେରିକା ପାଇଁ କିଛି ବିମାନ ଯିବାକୁ ନିଷ୍ପତ୍ତି ନିଆଯାଇଛି ।

କଙ୍ଗାଳ ମହାରାଜା ଦାୟିତ୍ୱ ବହନ କରୁଛି

ମହାରାଜା ହେଉଛନ୍ତି ଏୟାର ଇଣ୍ଡିଆର ଲୋଗୋ  କିନ୍ତୁ ମହାରାଜ ମାନେ  ଏୟାର ଇଣ୍ଡିଆ ଋଣରେ ବୁଡ଼ିକି ଅଛନ୍ତି ।  କାଙ୍ଗାଳ ହୋଇଯାଇଥିବା ଏୟାର ଇଣ୍ଡିଆ ଦେଶ ପାଇଁ ନିଜର ଦାୟିତ୍ୱ ବହନ କରିଛି ଏବଂ ବିମାନ ଉଡ଼ାଇବାକୁ ଯୋଜନା କରୁଛି । ଫଳରେ ଦେଶରେ ଫସି ରହିଥିବା ବିଦେଶୀ ଲୋକେ ନିଜ ଦେଶକୁ ଫେରି ପାରିବେ । ଯଦିଓ ଏଥି ପାଇଁ କିଛି ନିୟମ ଏବଂ ଗାଇଡଲାଇନକୁ ମାନିବା ସର୍ବପ୍ରଥମ କାମ ।

କେମିତି ରହିଛି ଏୟାର ଇଣ୍ଡିଆର ପରିସ୍ଥିତି

ଋଣରେ ବୁଡ଼ି ରହିଥିବା ଏୟାର ଇଣ୍ଡିଆର ପରିସ୍ଥିତି ଏତେ ଖରାପ ଅଛି ଯେ, ତା ଉପରେ ୨୩,୨୮୬ କୋଟି ଟଙ୍କାର ଋଣ ରହିଛି । ଏବେ ପରିସ୍ଥିତି ଏମିତି ହେଲାଣି ଯେ, ସରକାର ଏୟାର ଇଣ୍ଡିଆକୁ ବିକିବାକୁ ପ୍ରସ୍ତୁତି କରିଛନ୍ତି । ଯଦି କରୋନା ଭାଇରସ୍ ପାଇଁ ଲକଡାଉନ ଜାରି କରାଯାଇ ନଥାନ୍ତା ତ ଏତେବେଳକୁ ଏୟାର ଇଣ୍ଡିଆ ବିକ୍ରି ହୋଇ ସାରନ୍ତାଣି ।

ଏୟାର ଇଣ୍ଡିଆରେ କଣ ରହିଛି ସର୍ତ୍ତ

  • ଯାତ୍ରା କରୁଥିବା ବ୍ୟକ୍ତି ସେହି ଦେଶର ନାଗରିକ ହେବା ଆବଶ୍ୟକ
  • ଯେଉଁ ଦେଶକୁ ଯିବାକୁ ଚାହୁଁଛନ୍ତି ସେଠିକୁ ଯିବାକୁ ବର୍ଷେ ପର୍ଯ୍ୟନ୍ତ ଭିସା ଥିବା ଦରକାର
  • ବ୍ୟକ୍ତି ଜଣଙ୍କ ଗ୍ରୀନ କାର୍ଡ ବା ଓସିଆଇ କାର୍ଡ ଧାରକ ହେବା ଦରକାର
  • ଯାତ୍ରାର ପୂରା ଭଡ଼ା ଯାତ୍ରୀଙ୍କୁ ହିଁ ଦେବାକୁ ପଡ଼ିବ
  •  ଯାତ୍ରୀ ଏହା ସୁନିଶ୍ଚିତ କରିବା ଦରକାର ଯେ, ଯେଉଁ ଦେଶକୁ ସେମାନେ ଯିବାକୁ ଚାହୁଁଛନ୍ତି, ସେଠିକାର ହେଲଥ୍ ପ୍ରୋଟକଲର ନିୟମକୁ ସେ ପୂରଣ କରନ୍ତୁ ।
  • ବୋଡିଂ ସମୟରେ ସବୁ ଯାତ୍ରୀମାନଙ୍କର ଥର୍ମାଲ ସ୍କ୍ରିନିଂ ହେବ । ଯେଉଁ ଯାତ୍ରୀମାନଙ୍କ ଠାରେ କରୋନା ଲକ୍ଷଣ ଦେଖାଯିବ ନାହିଁ , ସେମାନଙ୍କୁ ହିଁ ଯାତ୍ରାର ଅନୁମତି ଦିଆଯିବ ।
  • ଯେକୌଣସି ପରିସ୍ଥିତିରେ, ଦେୟ ଉପରେ ଯାତ୍ରୀଙ୍କୁ ଜରିମାନା, ଫେରସ୍ତ ଭଡା ଏବଂ କ୍ୟାଣ୍ଟିନରେ ଖର୍ଚ୍ଚ ହୋଇଥିବା ଅର୍ଥ ଦେବାକୁ ପଡିବ ।

୧୫ହଜାର ନାଗରିକଙ୍କୁ ଦେଶକୁ ଫେରାଇଆଣିବ ଏୟାର ଇଣ୍ଡିଆ

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ପୁରୀ ମଧ୍ୟ କହିଛନ୍ତି ଯେ, ୭ମେ ରୁ ୧୩ ମେ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ୬୪ଥର ଉଡାଣ ଭରିବ । ଫଳରେ ବିଦେଶରେ ଫସି ରହିଥିବା ୧୫ହଜାର ଭାରତୀୟ ନାଗରିକଙ୍କୁ ଦେଶକୁ ଫେରାଇ ଅଣାଯିବ । ଏୟାର ଇଣ୍ଡିଆର ବିମାନ ୧୨ଟି ଦେଶକୁ ଯାତାୟତ କରିବ । ଏହି ଦେଶ ଗୁଡ଼ିକ ହେଲା ସଂଯୁକ୍ତ ଆରବ ଏମିରଟ, ବ୍ରିଟେନ, ଆମେରିକା, କତ୍ତର, ସାଉଦି ଆରବ, ସିଙ୍ଗାପୁର, ମାଲେସିଆ, ଫିଲିପାଇନ୍ସ, ବାଂଲାଦେଶ, ବାହାରିନ, କୁଏତ ଏବଂ ଓମାନ ।

Leave a Reply