ଗଣିତ ଶିକ୍ଷକରୁ କେମିତି ହିଜବୁଲ ମୁଜାହିଦ୍ଦିନ୍ର କମାଣ୍ଡର ସାଜିଲା ରିଆଜ୍,ଜାଣନ୍ତୁ
1 min readଜମ୍ମୁ କଶ୍ମୀର: ଭାରତୀୟ ସୁରକ୍ଷା ବାହିନୀକୁ ବୁଧବାର ବଡ଼ ସଫଳତା ମିଳିଛି । ସୁରକ୍ଷା ବାହନୀର ଗୁଳିରେ ହିଜବୁଲ ମୁଜାହିଦ୍ଦିନର କମାଣ୍ଡର ରିଆଜ୍ ନାଇକୁ ନିହତ ହୋଇଛି । ପୁଲଓ୍ୱାମା ଜିଲ୍ଲାର ଅବନ୍ତିପଡ଼ା ଅଞ୍ଚଳରେ ହୋଇଥିବା ଏନ୍କାଉଣ୍ଟରରେ ରିଆଜ୍ ଏବଂ ତାର ଜଣେ ସହଯୋଗୀକୁ ସୁରକ୍ଷା ବାହିନୀ ହତ୍ୟା କରିଛନ୍ତି । ରିୟାଜ୍ ନାଇକୁ ମୁଣ୍ଡରେ ୧୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା ।
ଏହି ଅଞ୍ଚଳରେ ରିୟାଜ୍ ନାଇକୁ ମୋଷ୍ଟ ଓ୍ୱାଣ୍ଟେଡ୍ କ୍ରିମିନାଲ ଥିଲା । ୩୫ ବର୍ଷିୟ ନାଇକୁ ପୂର୍ବରୁ ଗଣିତ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲା । ହିଜବୁଲ ମୁଜାହିଦ୍ଦିନର ପୋଷ୍ଟରବୟ ବୁରହାନ୍ ୱାନିକୁ ହତ୍ୟା କରାଯିବା ପରେ ନାଇକୁ ପ୍ରଣ୍ଟଲାଇନ୍କୁ ଆସିଥିଲା । ଏହା ପରେ ଅନ୍ୟ ଜଣେ ଆତଙ୍କବାଦୀ ସଦ୍ଦାମ୍ ପୋଦ୍ଦାରକୁ ହତ୍ୟା କରାଯିବା ପରେ ତାଙ୍କୁ ସଂଗଠନର କମାଣ୍ଡର ଭାବେ ଦାୟିତ୍ୱ ଦିଆଯାଇଥିଲା । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁରକ୍ଷା ବାହିନୀ ଏହି ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରି ଦେଇଛନ୍ତି ।
ବୁରହାନଙ୍କ ପରି ନାୟାକୁ ମଧ୍ୟ ସୋସିଆଲ ମିଡିଆ ବ୍ୟବହାର କରୁଥିଲା । ସେନାର ହିଟଲିଷ୍ଟ୍ରେ ଏବେ ନାଇକୁ ଏକ ନମ୍ବରରେ ଥିଲା । ନାଇକୁ କାଶ୍ମୀର ଆତଙ୍କବାଦର ଭାରତୀୟ ଚେହେରା ଥିଲା ।
ନାଇକୁ ଦୌଡ଼ିବା ଏବଂ ଲୁଚିବାରେ ବେଶ ମାହିର ଥିଲା । ଅନେକ ଏନକାଉଣ୍ଟର ସମୟରେ ଅତି ନିକଟରେ ଥିଇ ମଧ୍ୟ ସେ ଖସିଯିବାରେ ସଫଳ ହୋଇଥିଲା । କିନ୍ତୁ ମଙ୍ଗଳବାର ରାତିରେ ବିଶେଷ ସୂତ୍ରରୁ ସୂଚନା ପାଇଁ ସୁରକ୍ଷା ବାହିନୀ ତାକୁ ଘେରି ରହିଥିଲା । ମଙ୍ଗଳବାର ରାତିରେ କର୍ଡନ୍ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା ଏବଂ ଏହା ସକାଳ ପର୍ଯ୍ୟନ୍ତ ଚାଲିଥିଲା । ପୂର୍ବାହ୍ନ ୯’ଟା ସମୟରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲା ।
ମା’ର ଅସୁସ୍ଥତା ଖବର ପାଇ ନାୟାକୁ ତା’ ଗାଁକୁ ଆସିଥିଲା । ନାଇକୁ ଆଜି ପର୍ଯ୍ୟନ୍ତ ଜୀବିତ ଥିବାର କାରଣ ହେଉଛି ଯେ, ସେ ନିଜର ଅତି ଘନିଷ୍ଠ ଗୋଷ୍ଠୀ ବ୍ୟତୀତ ଅନ୍ୟ କାହାକୁ ବିଶ୍ୱାସ କରୁନଥିଲା । ୨୦୧୮-୨୦୧୯ ରେ ସୁରକ୍ଷା ବାହିନୀ ତାକୁ ଘେରିବାକୁ ଚେଷ୍ଟା କରିଥିଲା । କିନ୍ତୁ ସେ ସୁରକ୍ଷା ବାହିନୀ ସହିତ ଲୁଚକାଳି ଖେଳୁଥିଲା ।
ସୁରକ୍ଷା ବାହିନୀ ତା’ର ଅନେକ ଘନିଷ୍ଠ ସହଯୋଗୀକୁ ଟ୍ରାକ୍ କରିଥିଲା । ଜଣେ ଅଧିକାରୀ କହିଛନ୍ତି ଯେ ଥରେ ସେ ତା’ର ଜଣେ ସହଯୋଗୀ ନିକଟକୁ ବାର୍ତ୍ତା ପଠାଇଥିଲା, ଯେଉଁଥିରେ ସେ ଲେଖିଥିଲା, ‘ତୁମେ ମୋତେ ଚିନ୍ନାର୍ ଗଛକୁ ମନେ ପକାଉଛ’ । କିନ୍ତୁ ଯେତେବେଳେ ବି ଜାଲ ବିଛାଗଲା, ନାଇକୁ ଖସିଯିବାରେ ସଫଳ ହୋଇଥିଲା ।
ଏମିତି ମଧ୍ୟ ଏକ ଘଟଣା ଘଟିଥିଲା, ଯାହାକି ସେ ଜଣେ ବଡ଼ ଅଧିକାରୀଙ୍କୁ ଧୋକା ଦେଇଥିଲା । ସେ ୨୦୧୮ରେ ଆତ୍ମସମର୍ପଣ କରିବ ବୋଲି କହିଥିଲା କିନ୍ତୁ କରିନଥିଲା । ଏହା ସେ ଜାଣିସୁଣି ମିଛ କହିଥିଲା ।
ରିୟାଜ୍ ନାଇକୁର ମୃତ୍ୟୁ ହିଜବୁଲ ମୁଜାହିଦିନ୍ ପାଇଁ ଏକ ବଡ଼ ଝଟକା ହୋଇଥିବା ବେଳେ ଭାରତୀୟ ସୁରକ୍ଷାବଳ ପାଇଁ ଏକ ବଡ଼ ସଫତଳା । ନାଇକୁ ଚଳିତ ବର୍ଷ ଡଜନେରୁ ଅଧିକ ଯୁବକଙ୍କୁ ହିଜବୁଲ୍ ମୁଜାହିଦିନ୍ ଆତଙ୍କି ସଂଗଠନରେ ସାମିଲ କରିଥିଲା ।