#EconomyWarrior: କିଣିଲେ ୯୫,୩୪୭ ଟଙ୍କାର ମଦ, ଭାଇରାଲ ହେଲା ବିଲ୍ କପି

2 min read

ନୂଆଦିଲ୍ଲୀ: ମେ’ ୪ ତାରିଖ ଦେଶରେ ମଦପ୍ରେମୀଙ୍କ ପାଇଁ ଏକ ଖୁସିର ଦିନ ଥିଲା । କାରଣ ପାଖାପାଖି ୪୦ ଦିନ ପରେ କିଛି ଅଞ୍ଚଳରେ ଖୋଲିଥିଲା ମଦ ଦୋକାନ । ମଦ କିଣିବାକୁ କାଉଣ୍ଟର ଆଗରେ ଦେଖିବାକୁ ମିଳିଥିଲା ଲମ୍ବା ଲାଇନ । କିଛି ଅଞ୍ଚଳରେ ତ ଏହି ଲାଇନ ଏକ କିଲୋମିଟରରୁ ବି ଅଧିକ ଥିବା ଦେଖାଦେଇଥିଲା । ଆଉ ଏହା ଭିତରେ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି ଇକୋନୋମିକ୍ ୱାରିୟର ହାସଟାଗ୍ ।

ଏହା ସ୍ପଷ୍ଟ ଯେ ଲୋକମାନେ ବାରମ୍ବାର ଏମିତି ଲମ୍ବା ଲାଇନରେ ଠିଆହେବାକୁ ଚାହୁଁନାହାନ୍ତି । ତେଣୁ କିଛି ଲୋକ ମନଖୋଲା ମଦ କିଣିଥିବାର ଦେଖିବାକୁ ମିଳିଥିଲା । ଖାଲି ସେତିକି ନୁହେଁ ଏବେ ସେମିତି କିଛି ଲୋକଙ୍କର ମଦ ବିଲ୍ ର କପି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଜ୍ଞା ହଁ… ସୋସିଆଲ ମିଡିଆରେ #EconomyWarrior ସହ ଅନେକ ବିଲ୍ ର କପି ସେୟାର କରାଯାଉଛି ।

ମେ’ ୪ ତାରିଖରେ କର୍ଣ୍ଣାଟକରେ ରେକର୍ଡ ବ୍ରେକିଂ ମଦ ବିକ୍ରି ହୋଇଛି । କର୍ଣ୍ଣାଟକ ଅବକାରୀ ବିଭାଗ ସୋମବାର ସୂଚନା ଦେଇଛନ୍ତି ଯେ ରାଜ୍ୟରେ ଗୋଟିଏ ଦିନରେ ୪୫ କୋଟି ଟଙ୍କାର ମଦ ବିକ୍ରି ହୋଇଛି ।

https://twitter.com/diwakaran_a/status/1257346296844816387

ଆଇପିଏସ ଦିପାଂଶୁ କାବ୍ରା ଏହି ଭିଡିଓଟିକୁ ଟ୍ୱିଟ୍ କରିଛନ୍ତି । ଭିଡିଓରେ ଜଣେ ମଦ୍ୟପ କେମିତି ବାକ୍ୟବାଣ ମାରୁଛନ୍ତି ତାହା ଦେଖିବାକୁ ମିଳିଛି । ଭିଡ଼ିଓରେ ଦେଖାଯାଉଥିବା ବ୍ୟକ୍ତି ଜଣକ ଦାବି କରୁଛନ୍ତି ଯେ, ମଦ ପିଇ ସେ ଦେଶ ସେବା କରୁଛନ୍ତି । ଭିଡିଓ ସେୟାର କରି କାବ୍ରା ଲେଖିଛନ୍ତି ‘ ଏହି ଭିଡ଼ିଓର ସମସ୍ତ ପାତ୍ର ଓ ଘଟଣା ଅସଲି କିନ୍ତୁ ଏମାନଙ୍କର ପ୍ରକୃତ ଲଜିକ୍ ସହ କୌଣସି ସଂପର୍କ ନାହିଁ । ଯଦି କୌଣସି ବ୍ୟକ୍ତିଙ୍କଠାରେ ଏଭଳି ସମାନତ ଦୃଷ୍ଟିଗୋଚର ହୁଏ ତେବେ ତାଙ୍କୁ ମାତ୍ର ମୁର୍ଖ ବୋଲି ଭାବନ୍ତୁ’’

କିରନ ଧାଣ୍ଡ୍ରେ ଲେଖିଛନ୍ତି, ଏହି ଦୁଇ ଯୋଦ୍ଧା ଆଡୁ ଛୋଟ ଯୋଗଦାନ..ଛୋଟ ଯୋଗଦାନ ମାନେ ମାତ୍ର ୯୫ ହଜାର ଟଙ୍କାର ମଦ କିଣିଛନ୍ତି ସେହି ମହାନୁଭବ ।

ଆଶିଷ ଶର୍ମାଙ୍କ ଅନୁସାରେ ମଦୁଆଙ୍କ ପାଇଁ ଦେଶ ପ୍ରଥମ…

ଆଇପିଏସ ପଂକଜ ନୈନ୍ ଚକିତ ହୋଇ ଲେଖିଛନ୍ତି ଯେ, ଯେଉଁମାନଙ୍କୁ ଆମେ ମଦୁଆ ବୋଲି ଭାବୁଥିଲୁ ସେମାନେ ପ୍ରକୃତରେ ଦେଶର ଅର୍ଥନୀତିର ଚତୁର୍ଥ ସ୍ତମ୍ଭ ।

https://twitter.com/ipspankajnain/status/1256940340365324290

ଅରୁନ ଅରୋରା ବୋଲି ଜଣେ ୟୁଜର୍ସ ଲେଖିଛନ୍ତି, ୱାଃ ଇକୋନମି ୱାରିୟର୍ସ ତୁମେ ମାନେ ଆମ ହୃଦୟ ଜିତିନେଲ..

କାର୍ଟୁନିଷ୍ଟ ମନସୁର ନକଭୀ ଇକୋନୋମି ୱାରିୟର୍ସ ହାସଟାଗରେ ଗୋଟିଏ କାର୍ଟୁନ ସେୟାର କରିଛନ୍ତି । ଯେଉଁଥିରେ ଜଣେ ଗ୍ରାହକ ଦୋକାନୀଙ୍କୁ ଦୁଇ ବୋତଲ ଇକୋନୋମି ବୁଷ୍ଟର ଦିଅ କହି ମଦ ମାଗୁଥିବା ଦେଖିବାକୁ ମିଳିଛି…

Leave a Reply