ଝିଅଙ୍କ ମଦ ପିଇବା ନେଇ ସୋନା ମହାପାତ୍ର କଣ କହିଲେ, ଜାଣନ୍ତୁ…

2 min read

ମୁମ୍ବାଇ: ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ରାମ ଗୋପାଳ ଭର୍ମା ନିଜ ବୟାନ ଓ କମେଣ୍ଟ ପାଇଁ ବେଶ ଚର୍ଚ୍ଚାରେ ରୁହନ୍ତି । ଅନେକ ଥର ରାମ ଗୋପାଲଙ୍କ ବୟାନ ପାଇଁ ହଇଚଇ ମଧ୍ୟ ସୃଷ୍ଟି ହୋଇଛି । ରାମ ଗୋପାଳ ଭର୍ମା ଅନେକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ଏଥିମଧ୍ୟରେ ସରକାର, ସତ୍ୟ, ଭୁତ୍, ରଙ୍ଗିଲା, ନିଶବ୍ଦ, ରକ୍ତ ଚରିତ୍ର ଭଳି ଫିଲ୍ମ ସାମିଲ ଅଛି । ୨୦୧୬ରେ ମୁକ୍ତିଲାଭ କରିଥିବା ଫିଲ୍ମ ଭିରପ୍ପନ ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା । ତେବେ ନିକଟରେ ସେ ପୁଣିଥରେ ନିଜ କମେଣ୍ଟ ପାଇଁ ଚର୍ଚ୍ଚାରେ ଅଛନ୍ତି ।  ଗାୟିକ ସୋନା ମହାପାତ୍ର ରାମ ଗୋପାଲଙ୍କର ଏହି ବୟାନ ପାଇଁ ତାଙ୍କୁ କଡା ଜବାବ ଦେଇଛନ୍ତି ।

ବାସ୍ତବରେ, ଲକଡାଉନ୍ ୩.୦ ରେ ସରକାର କିଛି ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି । ଏହା ପରେ ସମଗ୍ର ଦେଶରେ ମଦ ଦୋକାନ ବାହାରେ ଲମ୍ବା ଲାଇନ୍ ଲାଗିଥିଲା । ଅନେକ ଲୋକଙ୍କ ଭିଡ ଜମିଥିଲା । କିଛି ସ୍ଥାନରେ ମହିଳାମାନେ ମଧ୍ୟ ମଦ କିଣିବା ପାଇଁ ଧାଡିରେ ଠିଆ ହୋଇଥିଲେ । ତେବେ ଏନେଇ ରାମ ଗୋପାଳ ଭର୍ମା ଟ୍ୱିଟ କରି କହିଛନ୍ତି ଯେ, ‘ମଦ ଦୋକାନ ବାହାରେ କିଏ ଲାଇନରେ ଅଛନ୍ତି? ଏହିମାନେ ପୁଣି ମଦୁଆମାନଙ୍କ ବିରୋଧରେ ଅନେକ କଥା କୁହନ୍ତି… ।

ରାମ ଗୋପାଳ ଭର୍ମାଙ୍କ ଏହି ଟୁଇଟକୁ କଡା ଜବାବ ଦେଇଛନ୍ତି ସୋନା ମହାପାତ୍ର । ସୋନା ତାଙ୍କ ଟ୍ୱିଟ୍ରେ ରିପ୍ଲାଏ କରିଛନ୍ତି। ସେ ଲେଖିଛନ୍ତି ଯେ, ରାମ ଗୋପାଲ ଭର୍ମାଙ୍କୁ ଉଚିତ୍ ଶିକ୍ଷା ମିଳିବା ଆବଶ୍ୟକ । ପୁରୁଷଙ୍କ ଭଳି ମଦ କିଣିବାର ଅଧିକାର ମହିଳାମାନଙ୍କର ମଧ୍ୟ ଅଛି। ମଦ ପିଇ ହିଂସା କରିବାର ଅଧିକାର କାହାରି ନାହିଁ। ମଦ୍ୟପ ନିଶାରେ ନିୟନ୍ତ୍ରଣ ହରାଇ ହିଂସା କଲେ ସମସ୍ତେ ବିରୋଧ କରିପାରିବେ ।

ଏହାପୂର୍ବରୁ ଯେତେବେଳେ ଉତ୍ତର କୋରିଆର ଶାସକ କିମ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା, ସେତେବେଳେ ତାଙ୍କ ଭଉଣୀ କିମ ୟୋ-ଜୋଙ୍ଗ ତାଙ୍କ ଭାଇଙ୍କ ପଦ ଗ୍ରହଣ କରିବା ନେଇ ଆଲୋଚନା ହୋଇଥିଲା। ଏନେଇ ମଧ୍ୟ ରାମ ଗୋପାଳ ଭର୍ମା କିମ ଜୋଙ୍ଗ ଉନଙ୍କ ଭଉଣୀ କିମ ୟୋ ଜୋଙ୍ଗଙ୍କୁ ପ୍ରଥମ ମହିଳା ଭିଲେନ ବୋଲି କହିଥିଲେ। ରାମ ଗୋପାଳ ଭର୍ମା ଟ୍ୱିଟ କରି କହିଥିଲେ ଯେ, କିମ ଜୋଙ୍ଗ ଉନଙ୍କ ମୃତ୍ୟୁ ପରେ ତାଙ୍କ ଭଉଣୀ ଏହି ସ୍ଥାନ ଗ୍ରହଣ କରିବେ ଯିଏ ତାଙ୍କ ଅପେକ୍ଷା ଅଧିକ ନିଷ୍ଠୁର । ଏଥିପାଇଁ ମଧ୍ୟ ରାମ ଗୋପାଲ ବହୁତ ଟ୍ରୋଲ ହୋଇଥିଲେ ।

Leave a Reply