ଲକଡାଉନ୍: କଣ ସତରେ ମଦ ଉପରେ ହିଁ ନିର୍ଭର କରେ ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତି ?

1 min read

ନୂଆଦିଲ୍ଲୀ: ଲକଡାଉନ-୩.୦ ରେ  ମଦ ବ୍ୟବସାୟ ପାଇଁ ଅନୁମତି ଦିଆଯାଇଛି । ଏନେକ ବିଭିନ୍ନ ପ୍ରକାର ଚର୍ଚ୍ଚା ସୋସିଆଲ ମିଡିଆରେ ହେଉଛି, କୁହାଯାଉଛି ଯେ ରାଜ୍ୟଗୁଡ଼ିକର ଅର୍ଥବ୍ୟବସ୍ଥା ମଦ ରାଜସ୍ୱ ଉପରେ ଚାଲିଛି । ଆସନ୍ତୁ ଏହାର ସତ୍ୟତା କ’ଣ ସେ ବିଷୟରେ ଜାଣିବା ? ଏବଂ ସର୍ବଶେଷରେ, ରାଜ୍ୟଗୁଡ଼ିକ ମଦରୁ କେତେ ରୋଜଗାର କରନ୍ତି  ?

ଦୀର୍ଘ ଦିନ ଧରି ମଦ ବିକ୍ରି ବନ୍ଦ ରହିବା କାରଣରୁ  ମଦ ଶିଳ୍ପ ଚିନ୍ତାରେ ରହିଥିଲା, ତେଣୁ ହରିୟାଣା ପରି ଅନେକ ରାଜ୍ୟ ସରକାର ମଧ୍ୟ ଏହା ଦାବି କରୁଥିଲେ । କିନ୍ତୁ ରାଜସ୍ଥାନ ସରକାର ଲକଡାଉନ୍ ମଧ୍ୟରେ ଅବକାରୀ ଶୁଳ୍କ ବଢାଇ ଦେଇଛନ୍ତି । ତେଣୁ ଏଥିରୁ ସ୍ପଷ୍ଟ ହେଉଛି ଯେ, ରାଜସ୍ଥାନ ନିଶ୍ଚିନ୍ତ ଥିଲା ଯେ, ଲକଡାଉନ୍ ସମୟରେ ମଦ ବିକ୍ରି ନେଇ ଅନୁମତି ମିଳିବ ।

ମଦରୁ ରାଜ୍ୟଗୁଡିକ କିପରି ରୋଜଗାର କରନ୍ତି ?

ରାଜ୍ୟଗୁଡିକର ଆୟର ମୁଖ୍ୟ ଉତ୍ସ ହେଉଛି – ରାଜ୍ୟ ଜିଏସଟି, ଜମି ରାଜସ୍ୱ, ଭ୍ୟାଟ୍ କିମ୍ବା ପେଟ୍ରୋଲ ଏବଂ ଡିଜେଲ ଉପରେ ବିକ୍ରୟ କର, ମଦ ଉପରେ ଲାଗୁ କରାଯାଉଥିବା ଏକ୍ସାଇଜ୍ ଏବଂ ଯାନ ଉପରେ ଅନ୍ୟାନ୍ୟ ଟିକସ ଇତ୍ୟାଦି । ମଦ ଉପରେ ଲାଗୁଥିବା ଏକ୍ସାଇଜ୍ ଟ୍ୟାକ୍ସ, ଅର୍ଥାତ୍ ଅବକାରୀ ଶୁଳ୍କ ରାଜ୍ୟଗୁଡିକର ରାଜସ୍ୱରେ ଏକ ବଡ଼ ଅବଦାନ ଦେଇଥାଏ ।

ମଦ ଏବଂ ପେଟ୍ରୋଲ, ଡିଜେଲକୁ GSTରୁ ବାଦ ଦିଆଯାଇଛି । ତେଣୁ ରାଜ୍ୟଗୁଡ଼ିକ ସେମାନଙ୍କ ଉପରେ ଭାରି ଟ୍ୟାକ୍ସ ଲଗାଇ ସେମାନଙ୍କର ରାଜସ୍ୱ ବୃଦ୍ଧି କରନ୍ତି । ନିକଟରେ ରାଜସ୍ଥାନ ସରକାର ମଦ ଉପରେ ଏକ୍ସାଇଜ୍ ଟ୍ୟାକ୍ସକୁ ୧୦ ପ୍ରତିଶତ ବୃଦ୍ଧି କରିଛନ୍ତି । ରାଜ୍ୟରେ ବର୍ତ୍ତମାନ ଦେଶରେ ଉତ୍ପାଦିତ ବିଦେଶୀ ମଦ (ଆଇଏମ୍ଏଫ୍ଏଲ୍) ଉପରେ ଟିକସ ୩୫ ରୁ ୪୫ ପ୍ରତିଶତକୁ କରାଯାଇଛି । ସେହିଭଳି ବିୟର ଉପରେ ଟ୍ୟାକ୍ସ ମଧ୍ୟ ୪୫ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଅର୍ଥାତ୍ ୧୦୦ ଟଙ୍କା ବିୟର ପାଇଁ ୪୫ ଟଙ୍କାର ଟ୍ୟାକ୍ସ ଗ୍ରାହକ ସରକାରଙ୍କୁ ଦେଇଥାନ୍ତି ।

ଏହା ବ୍ୟତୀତ ରାଜ୍ୟଗୁଡିକ କେନ୍ଦ୍ରୀୟ GSTରୁ ଅଂଶ ଗ୍ରହଣ କରନ୍ତି | କିନ୍ତୁ କେନ୍ଦ୍ର ସରକାର ଅନେକ ମାସ ଧରି ରାଜ୍ୟମାନଙ୍କୁ GSTର ଅଂଶ ପ୍ରଦାନ କରିବାରେ ସକ୍ଷମ ହୋଇନାହାଁନ୍ତି,  ଯାହା ବିଷୟରେ ରାଜ୍ୟମାନେ ଅନେକ ଥର ଅଭିଯୋଗ କରିଛନ୍ତି।

ରାଜ୍ୟଗୁଡିକର ରାଜସ୍ୱର ଏକ ବଡ଼ ଅଂଶ ମଦ ଓ ପେଟ୍ରୋଲ, ଡିଜେଲ ବିକ୍ରିରୁ ଆସିଥାଏ । ଏହି ଦୁଇଟିର ବିକ୍ରି ବନ୍ଦ ହୋଇଯିବା କାରଣରୁ ରାଜ୍ୟଗୁଡ଼ିକର ଆର୍ଥିକ ଅବସ୍ଥା ଖରାପ ହୋଇଯାଇଥିଲା। ପରିସ୍ଥିତି ଏପରି ଥିଲା ଯେ ଅନେକ ରାଜ୍ୟକୁ ୧.୫ ରୁ ୨ ପ୍ରତିଶତରୁ ଅଧିକ ସୁଧରେ ଋଣ ନେବାକୁ ପଡିଛି ।

ମଦରୁ କେତେ ରୋଜଗାର ହୋଇଥାଏ ?

ଅଧିକାଂଶ ରାଜ୍ୟରେ ସମୁଦାୟ ରାଜସ୍ୱର ୧୫ ରୁ ୩୦ ପ୍ରତିଶତ ମଦରୁ ଆସିଥାଏ । ମଦ ବିକ୍ରୟରେ ୟୁପିର ମୋଟ ଟିକସ ରାଜସ୍ୱର ପ୍ରାୟ ୨୦ ପ୍ରତିଶତ ଅଂଶ ରହିଥାଏ । ଉତ୍ତରାଖଣ୍ଡରେ ମଧ୍ୟ ମଦ ଉପରେ ଏକ୍ସାଇଜ୍ ଟ୍ୟାକ୍ସ ମୋଟ ରାଜସ୍ୱର ପ୍ରାୟ ୨୦ ପ୍ରତିଶତ ହୋଇଥାଏ । ସମସ୍ତ ରାଜ୍ୟର କଥା କୁହାଯାଏ ତ, ଗତ ଆର୍ଥିକ ବର୍ଷରେ ସେମାନେ ମୋଟ ୨.୫ ଲକ୍ଷ କୋଟି ଟଙ୍କା ଅର୍ଥାତ୍ ମଦ ବିକ୍ରୟରୁ ଟିକସ ରାଜସ୍ୱ ଅର୍ଜନ କରିଥିଲେ ।

ମଦ ବିକ୍ରୟରୁ ୨୦୧୯-୨୦ ଆର୍ଥିକ ବର୍ଷରେ ମହାରାଷ୍ଟ୍ରରେ ୨୪,୦୦୦ କୋଟି, ଉତ୍ତରପ୍ରଦେଶ ୨୬,୦୦୦ କୋଟି, ତେଲେଙ୍ଗାନା ୨୧,୫୦୦ କୋଟି, କର୍ଣ୍ଣାଟକ ୨୦,୯୪୮ କୋଟି, ପଶ୍ଚିମବଙ୍ଗ ୧୧,୮୭୪ କୋଟି, ରାଜସ୍ଥାନ ୭,୮୦୦ କୋଟି ଏବଂ ପଞ୍ଜାବରେ ୫,୬୦୦ କୋଟି ଟଙ୍କାର ରାଜସ୍ୱ ପାଇପାରିଛି । ଦିଲ୍ଲୀ ପ୍ରାୟ ୫,୫୦୦ କୋଟି ଟଙ୍କା ଅବକାରୀ ଶୁଳ୍କ ପାଇଥିଲା । ରାଜ୍ୟର ସମୁଦାୟ ରାଜସ୍ୱର ଏହା ପ୍ରାୟ ୧୪ ପ୍ରତିଶତ । ବିହାର ଏବଂ ଗୁଜୁରାଟରେ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି ।

Leave a Reply