spot_img

Latest Posts

ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା

କେନ୍ଦୁଝର: କରୋନା ସ୍ଥିତି ଦିନକୁ ଦିନ ବିଗିଡାବାରେ ଲାଗିଛି । ଆଜି ସକାଳେ ମଧ୍ୟ ସୁନ୍ଦରଗଡରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛି । ତେବେ ରାଜ୍ୟରେ ଏବେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୬୩କୁ ବୃଦ୍ଧି ପାଇଛି । ତେବେ କେନ୍ଦୁଝରରୁ ଦ୍ୱିତୀୟ ପଜିଟିଭ ଚିହ୍ନଟ ହେବା ପରେ ତତ୍ପର ହୋଇଛି ପ୍ରଶାସନ। ହାଟଡିହି ବ୍ଲକ ପଞ୍ଚଗୋଛିଆ ପଞ୍ଚାୟତ ମୁ୍ଗୁପୁର ଗାଁ ସମେତ ହିରାପୁର, ସର୍ବେଶ୍ବରପୁର ଗାଁକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି।

ଗଞ୍ଜାମରେ ୨ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟା ୧୫୯କୁ ବୃଦ୍ଧି

ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଗାଁକୁ ଯାତାୟତ ଉପରେ ରୋକ୍‌ ଲଗାଯାଇଛି। ସେହିପରି ପଞ୍ଚଗୋଛିଆ ପଞ୍ଚାୟତର ୮ଟି ଗାଁ ଓ ନିକଟରେ ଥିବା ବଞ୍ଚୋ ପଞ୍ଚାୟତର ୩ଟି ଗାଁକୁ ବଫର ଜୋନ୍‌ ଘୋଷଣା କରାଯାଇଛି । କରୋନା ସଂକ୍ରମିତଙ୍କୁ କଟକ କୋଭିଡ୍‌ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେପଟେ ଆକ୍ରାନ୍ତ କାହା ସଂସ୍ପର୍ଶରେ ଆସିଥିଲେ, ସେନେଇ ତଥ୍ୟ ସଂଗ୍ରହ କରାଯାଉଛି। ଅନ୍ୟପକ୍ଷରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ଆନନ୍ଦପୁର ବ୍ଲକ ପଞ୍ଚୁପଲ୍ଲୀ ପଞ୍ଚାୟତର କଣ୍ଟେନ୍‌ମେଣ୍ଟ ଅବଧିକୁ ଆଉ ୪୮ ଘଣ୍ଟାକୁ ଜିଲ୍ଲା ପ୍ରଶାସନ ବୃଦ୍ଧି କରିଛି ।

Latest Posts

Don't Miss