ବାୟୁ ସେନା ପରେ ଏବେ କରୋନା ଯୋଦ୍ଧାଙ୍କୁ ସଲାମ୍‌ ଜଣାଇଛନ୍ତି ନୌସେନା

ପୁରୀ: ବାୟୁ ସେନା ପରେ ଏବେ କରୋନା ଯୋଦ୍ଧାଙ୍କୁ ସଲାମ୍‌ ଜଣାଇଛନ୍ତି ନୌସେନା । ବଙ୍ଗୋପ ସାଗରରେ ପୂର୍ବତଟ ତଟରକ୍ଷୀ ବାହିନୀଙ୍କ ପକ୍ଷରୁ ଆଜି ଓଡିଶା ଉପକୂଳରେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ସମୁଦ୍ର ଭିତରେ ତଟରକ୍ଷୀ ବାହିନୀର ଯୋଦ୍ଧା ଜାହାଜରେ ସବୁଜ ଆଲୋକରେ ଆଲୋକିତ କରାଯାଇଥିଲା | ଏଥିସହ ସମୁଦ୍ର ଭିତରେ ଯୁଦ୍ଧ ଜାହାଜରୁ ସବୁଜ ରଙ୍ଗର ଏଲୁମୁନେସନ ଫ୍ଲେୟାର ମାଧ୍ୟମରେ ଫୁଟାଯାଇ ଯୋଦ୍ଧାଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା |

ଓଡ଼ିଶା ଉପକୂଳରେ ପାରାଦ୍ୱୀପ ଓ ପୁରୀ ଦୁଇଟି ସ୍ଥାନ ଓ ପଶ୍ଚିମବଙ୍ଗ ଉପକୂଳର ସାଗର ଆଇସଲ୍ୟାଣ୍ଡ ଠାରେ ଓପିଭି ଶ୍ରେଣୀର ଯୁଦ୍ଧ ଜାହାଜରେ ଆଜି ସନ୍ଧ୍ୟାରେ ଏପରି କାର୍ଯ୍ୟକ୍ରମ କରାଯାଇଥିବା ଦେଖିବାକୁ ମିଳିଥିଲା | ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ, ପୋଲିସ, ସଫେଇ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ତଥା କରୋନା ଯୁଦ୍ଧରେ ସାମିଲ ଥିବା ସମସ୍ତ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ କୋଷ୍ଟଗାର୍ଡ ପକ୍ଷରୁ ଆଜି ଏହି କାର୍ଯ୍ୟକ୍ରମ କରାଯାଇଥିଲା |

Leave a Reply