କାଲିଠୁ ଆରମ୍ଭ ହେବ ଲକ୍‌ଡାଉନ୍‌ 3.0: ଜାଣନ୍ତୁ କଣ ରହିବ କଟକଣା

ଭୁବନେଶ୍ୱର: ଆଜି ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ସରୁଥିବା ବେଳେ ଆସନ୍ତାକାଲିଠୁ ଆରମ୍ଭ ହେଉଛି ଲକ୍‌ଡାଉନ୍‌ 3.0 । ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ସମୟରେ ଜୋନ୍‌ ହିସାବରେ କଟକଣାକୁ କୋହଳ କରାଯାଇଛି । ପୂର୍ବ ଦୁଇ ପର୍ଯ୍ୟାୟ ଲକ୍‌ଡାଉନ୍‌ ଠାରୁ ଏହି ପର୍ଯ୍ୟାୟରେ କଟକଣାକୁ କୋହଳ କରାଯାଇଛି ।

ଲକ୍‌ଡାଉନ୍‌ ବଢିବା ସହ ଲାଗିଲା ଜୋନ୍‌ୱାରୀ କଟକଣା । ତିନୋଟି ଜୋନରେ ଭାଗ ଭାଗ କରି କଟକଣା କୋହଳ କରିବାକୁ ଏକ ତାଲିକା ପ୍ରସ୍ତୁତ କରାଯାଇଛି । ଲକ୍‌ଡାଉନ ସମୟରେ ବିମାନ ସେବା, ରେଳ ସେବା, ମେଟ୍ରୋ, ଆନ୍ତଃରାଜ୍ୟ ଯାତାୟତ, ସ୍କୁଲ, କଲେଜ, କୋଚିଂ ସେଣ୍ଟର, ସିନେମା ହଲ୍‌, ସପିଂ ମଲ୍‌, ଜିମ୍‌, ସାମାଜିକ ଧାର୍ମିକ ଏକତ୍ରୀକରଣ, ବିବାହ, ବ୍ରତ, ମନ୍ଦିର ପ୍ରବେଶ ବନ୍ଦ ରହିବ । ଏଥିସହ ସଂଧ୍ୟା ୭ରୁ ସକାଳ ୭ ଯାଏଁ ଅଣ ଅତ୍ୟାବଶ୍ୟକୀୟ ସେବା ସହ ବ୍ୟକ୍ତିଗତ ଯାତାୟତ ବନ୍ଦ ରହିବ ।

ରେଡ ଜୋନରେ ସାଇକେଲ୍‌, ଅଟୋରିକ୍ସ।, ଟ୍ୟାକ୍ସି, କ୍ୟାବ୍‌, ଆନ୍ତଃରାଜ୍ୟ ଯାତାୟତ, ଲୋକାଲ୍‌ ବସ୍‌, ସେଲୁନ୍‌, ସ୍ଵା, ଅଣ ଅତ୍ୟାବଶ୍ୟକୀୟ ଜିନିଷ ଦୋକାନ ଖୋଲିବ ନାହିଁ । କେବଳ ଅନୁମତିପ୍ରାପ୍ତ ବ୍ୟକ୍ତିଗତ କାର୍ଯ୍ୟ, ଗୋଟିକିଆ ଦୋକାନ, ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ଅନଲାଇନ୍‌ ଡେଲିଭରି, ୩୩% କର୍ମଚାରୀ ରଖି ସରକାରୀ ଓ ବେସରକାରୀ ଅଫିସ୍‌ ଚାଲିବ, ଆବଶ୍ୟକୀୟ ଜିନିଷ, ମେଡିସିନ୍‌, ଆଇଟି,ହାର୍ଡୱେର୍‌ ପ୍ରସ୍ତୁତ କରୁଥିବା କାରଖାନା, ଝୋଟ କାରଖାନା, ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି ଦିଆଯାଇଛି ।

Leave a Reply