ଋଷି କପୁରଙ୍କ ପାଇଁ ପ୍ରାର୍ଥନା ସଭା ରଖିଲେ ନୀତୁ-ରଣବୀର…

ଏପ୍ରିଲ ୩୦ରେ ଋଷି କପୁର ଆମ ସମସ୍ତଙ୍କୁ ଛାଡ଼ି ଚାଲିଯାଇଥିଲେ ଆରପାରିକୁ । ଏମିତି ପରିସ୍ଥିତିରେ କପୁର ପରିବାର ଋଷି କପୁରଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଛନ୍ତି । ଏଥିପାଇଁ ସ୍ତ୍ରୀ ନୀତୁ କପୁର ଏବଂ ପୁଅ ରଣବୀର କପୁର ତାଙ୍କ ଅମର ଆତ୍ମାର ଶାନ୍ତି ପାଇଁ ଘରେ ପ୍ରାର୍ଥନା ସଭା ରଖିଥିଲେ ।

ରଣବୀର କପୁର ଏବଂ ନୀତୁ କପୁରଙ୍କ ଏକ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଦୁହେଁ ଋଷି କପୁରଙ୍କ ଏକ ଫୁଲ ଚଢ଼ା ଫଟୋ ପାଖରେ ବସିଥିବା ଦେଖିବାକୁ  ମିଳିଛି । ରଣବୀର କପୁର ଏକ ଧଳା ରଙ୍ଗର କୁର୍ତ୍ତା ସହ ନାରଙ୍ଗୀ ରଙ୍ଗର ଏକ ପଗଡ଼ି ପିନ୍ଧିଥିବା ବେଳେ ନୀତୁ ଏକ ଧଳା କୁର୍ତ୍ତୀ ପିନ୍ଧିଥିବା ନଜର ଆସିଥିଲେ ।

ଋଷି କପୁରଙ୍କ ଅନ୍ତିମ ସଂସ୍କାରରେ ପରିବାର ସମେତ ବଲିଉଡ ଇଣ୍ଡଷ୍ଟ୍ରିର ଅଳ୍ପ କିଛି ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ । କିନ୍ତୁ ଲକଡାଉନ କାରଣରୁ ଋଷିଙ୍କ ଝିଅ ଅନ୍ତିମ ସଂସ୍କାରରେ ସାମିଲ ହୋଇପାରିନଥିଲେ । ଜଣାଇ ରଖୁଛୁ ଯେ ଋଷିଙ୍କ ଝିଅ ରିଦ୍ଦିମା କପୁର ବର୍ତ୍ତମାନ ମୁମ୍ବାଇ ପହଞ୍ଚିସାରିଛନ୍ତି । ରିଦ୍ଦିମା ବାପାଙ୍କ ଅନ୍ତିମ ସଂସ୍କାରରେ ପହଞ୍ଚି ପାରିନଥିଲେ କିନ୍ତୁ ସେ ପ୍ରାର୍ଥନା ସଭାରେ ସାମିଲ ରହିବେ ।

Leave a Reply