ଦରିଆପାରିରେ ଦୁଇ ଓଡ଼ିଆ ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା: ଦରିଆପାରିରେ ଦୁଇ ଓଡ଼ିଆ ଯୁବକଙ୍କ ମୃତ୍ୟୁ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟ।ମୁଣ୍ଡାଇର ଦୁଇ ଓଡ଼ିଆ ଯୁବକଙ୍କର ଦୁବାଇରେ ମୃତ୍ୟୁ ହୋଇଛି । ପଟାମୁଣ୍ଡାଇ ପୌରାଞ୍ଚଳର ବାବାଜି ସେଠୀ ଓ ମାଳିପୁରର ନିରଞ୍ଜନ ମଲ୍ଲିକ ଦୁବାଇରେ କାମ କରୁଥିବା ବେଳେ ଥଣ୍ଡାରେ ଅସୁସ୍ଥ ହୋଇପଡ଼ିବାରୁ ସେମାନଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା ।

ପରେ ଫୋନ୍‌ ଆସିଥିଲା ଯେ ବାବାଜି ଓ ନିରଞ୍ଜନଙ୍କର ମୃତ୍ୟୁ ହୋଇଛି । ଖବର ପାଇବା ପରେ ଉଭୟଙ୍କ ପରିବାର ଭାଙ୍ଗି ପଡ଼ିଛନ୍ତି । ନିର୍ଦ୍ଦିଷ୍ଟ ଭାବେ ନିରଞ୍ଜନ ଓ ବାବାଙ୍କର କେମିତି ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନାହିଁ । କରୋନାରେ ଆକ୍ରାନ୍ତ ହୋଇ ଉଭୟଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ମୃତଦେହ ଗାଁକୁ ଆଣିବା ପାଇଁ ଉଭୟଙ୍କ ପରିବାର ପ୍ରଶାସନକୁ ଅନୁରୋଧ କରିଛନ୍ତି  । ତେବେ ଘଟଣାର ତଦନ୍ତ କରାଯିବ ଓ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ଶର୍ମା କହିଛନ୍ତି ।

Leave a Reply