spot_img

Latest Posts

UNICEFର ଚେତାବନୀ: ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ୧୦ କୋଟି ଶିଶୁ

ଯୁକ୍ତରାଷ୍ଟ୍ର ଆମେରିକା: କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଅନେକ କାର୍ଯ୍ୟ ବନ୍ଦ ହୋଇଯାଇଛି। ଏଭଳିସ୍ଥିତିରେ ଲୋକମାନେ ସୁସ୍ଥ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ବା ଟିକାକରଣ କରାଉନାହାନ୍ତି। କରୋନା ଭୟରେ ଶିଶୁଙ୍କ ପରିବାର ଲୋକେ ମେଡିକାଲ ଯାଉ ନ ଥିବା ବେଳେ ଅନେକ ପିଲା ଗୁରୁତର ରୋଗରୁ ରକ୍ଷା ପାଇବା ପାଇଁ ଟିକା ନେଇ ପାରୁନାହାନ୍ତି। ହେଲେ ଲୋକମାନେ ଯଦି କରୋନା ଭୟରେ ଶିଶୁଙ୍କ ଟୀକାକରଣ ନ କରାନ୍ତି, ତାହେଲେ ଆଗାମୀ ଦିନରେ ଶିଶୁମାନେ ଅନ୍ୟ ସ୍ୱାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହେବେ। ଆଗାମୀ ଦିନରେ ଲକ୍ଷ ଲକ୍ଷ ଶିଶୁ ମିଳିମିଳା, କାଶ, କଫ ଏବଂ ଅନ୍ୟ ଜୀବନ ହାନିକାରକ ରୋଗରେ ଆକ୍ରାନ୍ତ ହୋଇପାରନ୍ତି ବୋଲି ଯୁକ୍ତରାଷ୍ଟ୍ରର ଏକ ସଂସ୍ଥା ଶନିବାର ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ୨୦୧୮ରେ ୧.୩ କୋଟି ଶିଶୁ ଟୀକାକରଣରୁ ବଞ୍ଚିତ ହୋଇଥିବା ଦେଖାଦେଇଥିଲା ।

ବିଶ୍ୱ ଟୀକାକରଣ ସପ୍ତାହର ୨୦୨୦ ଅଧିବେଶନ ଆରମ୍ଭରେ ଏହାର ଆବେଦନରେ ୟୁନିସେଫ କହିଛି ଯେ କୋଭିଡ -୧୯ ବିସ୍ତାରକୁ ରୋକିବା ପାଇଁ ଟୀକାକରଣ ସେବା ବ୍ୟାହତ ହୋଇଥିବାରୁ ଲକ୍ଷ ଲକ୍ଷ ଶିଶୁ ମିଳିମିଳା, ଡିଫଥେରିଆ ଏବଂ ପୋଲିଓର ଜୀବନ ରକ୍ଷାକାରୀ ଟିକା ପାଇବାରୁ ବଞ୍ଚିତ ହୋଇପାରନ୍ତି ।

ବିଶ୍ୱ ଟୀକାକରଣ ସପ୍ତାହ ୨୦୨୦

UNICEF ମୁଖ୍ୟ ପରାମର୍ଶଦାତା ତଥା ଟୀକାକରଣ ମୁଖ୍ୟ ରବିନ୍ ନନ୍ଦୀ କହିଛନ୍ତି ଯେ, ଟୀକାକରଣ ସହିତ ପିଲାମାନଙ୍କ ପାଇଁ ଜୀବନ ରକ୍ଷାକାରୀ କାର୍ଯ୍ୟକ୍ରମ ନିତ୍ୟାନ୍ତ ଆବଶ୍ୟକ। ୟୁନିସେଫ୍ ଆକଳନ କରିଛି ଯେ ୨୦୧୦ ରୁ ୨୦୧୮ ମଧ୍ୟରେ ୧୮.୨ ନିୟୁତ ଶିଶୁ ମିଳିମିଳା ର ପ୍ରଥମ ଟୀକାକରଣରୁ ବଞ୍ଚିତ ରହିଥିଲେ ।

ୟୁନେସ୍କୋ ଓ ଡବ୍ଲ୍ୟୁଏଚ୍‌ଓ ଅନ୍ତଃରାଷ୍ଟ୍ରୀୟ ସଂଗଠନ ପକ୍ଷରୁ ନିକଟରେ ଜାରି କରାଯାଇଥିବା ଏକ ରିପୋର୍ଟରେ ଦର୍ଶାଯାଇଥିଲା ଯେ, ୨୪ରୁ ଊର୍ଦ୍ଧ୍ୱ ଦେଶରେ ରାଷ୍ଟ୍ରୀୟ ଟିକାକରଣ କାର୍ଯ୍ୟକ୍ରମ ରୋକାଯାଇଛି। ଏହାଦ୍ୱାରା ପ୍ରାୟ ୧୦ କୋଟି ଶିଶୁ ସ୍ବାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହେବେ।

Latest Posts

Don't Miss