ମୁମ୍ବାଇରେ କରୋନା ଆକ୍ରାନ୍ତ ପୋଲିସ୍ କନଷ୍ଟେବଳଙ୍କ ମୃତ୍ୟୁ… ରାଜ୍ୟରେ ମୋଟ ୯୬ ପୋଲିସ୍ ସଂକ୍ରମିତ

ମୁମ୍ବାଇ: କରୋନା କବଳରେ ସମଗ୍ର ବିଶ୍ୱ । ଏହି ଭୂତାଣୁ ଯୋଗୁଁ ସାରା ଦେଶରେ ମୋଟ୍‌ ୭୭୯ ଜଣକ ମୃତ୍ୟୁ ହୋଇଛି । ୨୬ ହଜାର ୨୮୩ ଜଣ ସଂକ୍ରମିତ ହୋଇଛନ୍ତି । ତେବେ ସ୍ୱାସ୍ଥ୍ୟ ମନ୍ତ୍ର।ଳୟର ରିପୋର୍ଟ ଅନୁଯାୟୀ ମହାରାଷ୍ଟ୍ରରେ ସର୍ବାଧିକ ୭ ହଜାର ୬୨୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩୨୩ ଜଣକଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ସ୍ଥିତି ସଂଗୀନ । ଏଥିସହ ୯୬ ଜଣ ପୋଲିସ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି ।

ରିପୋର୍ଟ ଅନୁସାରେ କରୋନା ସଂକ୍ରମଣରେ ଜଣେ ୫୭ ବର୍ଷୀୟ ପୋଲିସ କନଷ୍ଟେବଳଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଯୋଗୁଁ ପୋଲିସ ବିଭାଗର ଏହା ପ୍ରଥମ ମୃତ୍ୟୁ। ଏହି ପୋଲିସ କନଷ୍ଟେବଳ ଜଣକ ୱର୍ଲି ନାକା ଅଞ୍ଚଳରେ ରହୁଥିଲେ । ତାଙ୍କୁ ମୁମ୍ବାଇର ଭକୋଲା ଅଞ୍ଚଳରେ ପୋଷ୍ଟ କରାଯାଇଥିଲା। ଏହା ମୁମ୍ବାଇର ଏଚଇ ଇଷ୍ଟ ୱାର୍ଡରେ ଆସେ, ଯେଉଁଠାରେ ଅଧିକାଂଶ କରୋନା ସଂକ୍ରମିତ ରୋଗୀ ଅଛନ୍ତି । କନଷ୍ଟେବଳଙ୍କ ପରିବାରେ ଏବେ ତାଙ୍କ ପତ୍ନୀ ଏବଂ ଦୁଇ ପିଲା ଅଛନ୍ତି ।

ମହାରାଷ୍ଟ୍ରରେ ଲକଡାଉନ୍ ଅବଧି ସମୟରେ ଶନିବାର ପର୍ଯ୍ୟନ୍ତ ମୋଟ୍ ୯୬ ଜଣ ପୋଲିସକର୍ମୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଏଥିମଧ୍ୟରେ ୧୫ ଜଣ ପୋଲିସ ଅଧିକାରୀ ସାମିଲ ଅଛନ୍ତି। ଜଣେ ଅଧିକାରୀଙ୍କଠାରୁ ଏହି ସୂଚନା ମିଳିଛି । ସେ କହିଛନ୍ତି ଯେ ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ୧୫ ଜଣ ପୋଲିସ କର୍ମଚାରୀଙ୍କ ସମେତ ମୋଟ ୯୬ ପୋଲିସ କରୋନା ଜୀବାଣୁ ସଂକ୍ରମିତ ହୋଇଛନ୍ତି । ଏହା ସହ ସେ କହିଛନ୍ତି ଯେ, ତିନିଜଣ ପୋଲିସ ଅଧିକାରୀ ଏବଂ ଚାରି ଜଣ ପୋଲିସକର୍ମୀଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବା ପରେ ସେମାନେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି।

 

Leave a Reply