ରାପିଡ୍ ଆଣ୍ଟିବଡି ଟେଷ୍ଟିଂ କିଟ୍ ଉପରେ ରୋକ ଲଗାଇଲେ ସରକାର, ଗୁଣବତ୍ତା ଉପରେ ଉଠିଲା ପ୍ରଶ୍ନ
ନୂଆଦିଲ୍ଲୀ: ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା ବେଳେ, ସରକାରଙ୍କ ଏକ ନିର୍ଦ୍ଦେଶ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ନିର୍ଦ୍ଦେଶ ନପାଇବା ପର୍ଯ୍ୟନ୍ତ ରାପିଡ୍ ଆଣ୍ଟିବଡି ଟେଷ୍ଟିଂ କିଟ୍ ବ୍ୟବହାର କରାଯାଇପାରିବ ନାହିଁ । କହିବାକୁ ଗଲେ ରାପିଡ୍ ଆଣ୍ଟିବଡି ଟେଷ୍ଟିଂ କିଟ୍ ବ୍ୟବହାର ଉପରେ ସରକାର ସମ୍ପୂର୍ଣ୍ଣ ରୋକ ଲଗାଇଛନ୍ତି ।
ବାସ୍ତବରେ ଚୀନ୍ରୁ ଆମଦାନୀ ହୋଇଥିବା ରାପିଡ୍ ଆଣ୍ଟିବଡି ଟେଷ୍ଟିଂ କିଟ୍କୁ ନେଇ ପୁରା ଦେଶ ଏବେ ଆତଙ୍କିତ ରହିଛି । ରାଜସ୍ଥାନ ଏବଂ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଏହି ଟେଷ୍ଟିଂ କିଟ୍ର ସଠିକତାକୁ ନେଇ ସନ୍ଦେହ କରାଯାଇଥିଲା । ଏହା ପରେ ଆଇସିଏମ୍ଆର ଏହାକୁ ବ୍ୟବହାର ନକରିବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛି । ଏଥି ସହିତ, ପରବର୍ତ୍ତି ନିର୍ଦ୍ଦେଶ ନଦିଆଯିବା ପର୍ଯ୍ୟନ୍ତ ସରକାର ଏହି ପରୀକ୍ଷଣ କିଟ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।
ତେବେ ଏହା ସତ୍ତ୍ୱେ ମଧ୍ୟ ଚାଇନାରୁ ଚିକିତ୍ସା ଉପକରଣ ଭାରତ ଆସିବ ବୋଲି ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି । ସେ ନିଜର ଏକ ବିବୃତିରେ କହିଛନ୍ତି ଖୁବ୍ଶୀଘ୍ର ଚାଇନାରୁ ୨୦ଟି ବିମାନ ଦେଶରେ ପହଞ୍ଚିବ । ଯେଉଁଥିରେ ପ୍ରଚୁର ମାତ୍ରାରେ ଆଣ୍ଟି ବଡି ଟେଷ୍ଟିଂ କିଟ୍, ପିପିଏ କିଟ୍ ଓ ଥର୍ମୋମିଟର ରହିଥିବ ବୋଲି ଆଶା କରାଯାଉଛି ।
ଅନ୍ୟପଟେ କିଟ୍ର ଗୁଣବତ୍ତାକୁ ନେଇ ଚୀନ୍ ନିଜର ପ୍ରତିକ୍ରିୟା ରଖିଛି । ଏହି କିଟ୍ ଯୋଗାଉଥିବା ଚୀନ୍ର ଦୁଇଟି କମ୍ପାନୀ କହିଛନ୍ତି ଗୁଣବତ୍ତା ହେଉଛି ତାଙ୍କର ପ୍ରାଥମିକତା । ସେମାନେ ଗୁଣବତ୍ତା ଉପରେ ଅଧିକ ଗୁରୁତ୍ୱ ଦିଅନ୍ତି ।