କୁଆପଥର ବର୍ଷା ସାଙ୍ଗକୁ ଝଡ଼ ତୋଫାନ୍: ବଜ୍ରପାତ ନେଲା ୮ ଜୀବନ

ଭୁବନେଶ୍ୱର: ଗୋଟିଏ ପଟେ ଭୟଙ୍କର ଭୂତାଣୁର ଭୟ । ଅନ୍ୟପଟେ ରାଜ୍ୟକୁ ଅସ୍ତବ୍ୟସ୍ତ କରୁଛି କାଳେବୖଶଖୀର ତାଣ୍ଡବ । କୁଆପଥର ବର୍ଷା ସାଙ୍ଗକୁ ଝଡ ତୋଫାନ୍‌ ଓ ବଜ୍ରପାତରେ କ୍ଷତିଗ୍ରସ୍ତ ହୋଇଛି ଧନଜୀବନ । ଅନେକଙ୍କ ଘର ଭାଙ୍ଗିଛି, ୮ ଜଣଙ୍କ ଜୀବନ ବି ଯାଇଛି । କେନ୍ଦୁଝର ଜିଲ୍ଲାରେ ୩, ମୟୂରଭଞ୍ଜରେ ୩ ଜଣ, ଅନୁଗୁଳରେ 2 ଜଣଙ୍କର ମୃତ୍ୟୁ ହୋଇଛି ।

Congress attacks Goa govt over tourist's death in lightning ...

ଟ୍ରପ୍‌ଲାଇନ୍‌ ପ୍ରଭାବରେ ଓଡ଼ିଶା ବିଭିନ୍ନ ସ୍ଥାନାରେ କାଳବୈଶାଖୀ ବର୍ଷା ହେଉଥିବା ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ସେପଟେ ଦକ୍ଷିଣ ଆଣ୍ଡାମାନ ବଙ୍ଗୋପସାଗର ଦକ୍ଷିଣପୂର୍ବ ସଂଲଗ୍ନ ସମୁଦ୍ର ଉପର ଆସନ୍ତା ୨୯ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବ । ପରେ ଏହା ଘନୀଭୂତ ହୋଇ ରାଜ୍ୟ ଉପରେ ପ୍ରଭାବ ପକାଇବ କି ନାହିଁ ତାର ଗତିବିଧି ଉପରେ ନିର୍ଭର କରୁଛି ବୋଲି କହିଛି ପାଣିପାଗ କେନ୍ଦ୍ର । କରୋନାରେ କାଳବୈଶାଖୀର କରାଳ ରୂପ । ପ୍ରବଳ ବର୍ଷା, ପବନ ଦେଇଛି ଦୁଃଖ ।

Yellow Warning Issued For Few Districts In Odisha For Rains And ...

ଟ୍ରପ୍‌ଲାଇନ୍‌ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ଘଡ଼ଘଡି ସହ କୁଆପଥର ବର୍ଷାରେ ବେହାଲ ଲୋକ । ଦିନ ଦ୍ୱିପ୍ରହରରେ ସୃଷ୍ଟି ହେଲା ସଂଧ୍ୟାର ଭ୍ରମ । ଉପୁଡିପଡିଲା ଗଛ, ଟେଲିଫୋନ ଟାଓ୍ୱାର । ଉଡି ଗଲା ଛାତ, ଆଜବେଷ୍ଟସ । ବହୁ ସ୍ଥାନରେ ବିଦ୍ୟୁତ ବିଚ୍ଛିନ୍ନ । ଭଦ୍ରକ, ବାଲେଶ୍ୱର, ଯାଜପୁର, ବାଲିଗୁଡା, ରାଉରକେଲାରେ ଆଜି ଦେଖିବାକୁ ମିଳିଛି ଝଡ ବର୍ଷା ଓ ପବନର ଏପରି ତ୍ରିକୋଣୀୟ ତାଣ୍ଡବ । ସେପଟେ ରାଜ୍ୟରେ ବଜ୍ରପାତ ନେଇଛି ୫ ଜୀବନ । ଉଦଳା ବଡକଥରା ଗାଁ ପାଖ ପଡିଆରେ ବଜ୍ରପାତର ଶିକାର ହୋଇଛନ୍ତି ୩ ଯୁବକ । କେନ୍ଦୁଝର ଝୁମ୍ପୁରା ବ୍ଲକରେ ମଧ୍ୟ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ରାଜ୍ୟରେ ଆହୁରି ତିନି ଦିନ ଏଭଳି ପାଗ ଲାଗିରହିବ ବୋଲି କହିଛି ପାଣିପାଗ କେନ୍ଦ୍ର ।

କାଳବୈଶାଖୀ ସମୟରେ ପବନର ବେଗ ଓ ଦିଗରେ ପରିବର୍ତ୍ତନ ଘଟିଥାଏ । ଯେଉଁ ଅଞ୍ଚଳରେ ବର୍ଷା ହୋଇଥାଏ ସେଠି ତାପମାତ୍ରା କମିଥାଏ, ଯେଉଠି ବର୍ଷା ହୋଇନଥାଏ ସେଠାରେ ତାପମାତ୍ରା ସ୍ୱାଭାବିକ ଥାଏ । ଫଳରେ ଏହି ଦୁଇ ସ୍ଥାନରେ ପବନର ବେଗରେ ପରିବର୍ତ୍ତନ ଆସି ଏଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ ବୋଲି କହିଛନ୍ତି ପରିବେଶବିତ୍‌ ।

କାଳବୈଶାଖୀ ସମୟରେ ପବନର ବେଗ ୩୦ରୁ ୪୦ କିଲୋମିଟର ରହିଥାଏ । ତେବେ ବର୍ଷା ଯୋଗୁଁ ରାଜ୍ୟରେ ତାପମାତ୍ରା ୩୫ଡିଗ୍ରୀ ତଳେ ରହିଥିବା ପାଣିପାଗ କେନ୍ଦ୍ରର ସୂଚନା ଦେଇଛି ।

Leave a Reply