spot_img

Latest Posts

ଏହି ଦମ୍ପତି ସମୁଦ୍ରରେ ଥିଲେ,ଏଣେ ଦୁନିଆ କରୋନା ସହ ଲଢୁଥିଲା…

କୈନାରି: ଯେତେବେଳେ ସମଗ୍ର ବିଶ୍ୱ କରୋନା ସହିତ ଲଢିବା ଆରମ୍ଭ କରିଥିଲା ସେତେବେଳେ ଏହି ଦମ୍ପତିମାନେ ସମୁଦ୍ରରେ ଯାତ୍ରା କରୁଥିଲେ । ଯାତ୍ରା ଶେଷ କରି ଯେତେବେଳେ ସେମାନେ କୂଳରେ ପହଞ୍ଚିଲେ ସେତେବେଳେ ସେମାନେ ଜାଣିବାକୁ ପାଇଲେ ଯେ ସମଗ୍ର ବିଶ୍ୱ ଭୟଙ୍କର ଭୂତାଣୁ ଅଧୀନରେ ଅଛି । ତେବେ ଆସନ୍ତୁ ଜାଣିବା କେମିତି ଥିଲା ତାଙ୍କ ଯାତ୍ରା…

ବ୍ରିଟେନର ମଂଚେଷ୍ଟରର ରୟାନ ଔସବୋର୍ନ ତାଙ୍କ ସ୍ତ୍ରୀ ଏଲେନା ମନୀଗେଟ୍ଟୀଙ୍କ ସହ ସାରା ବିଶ୍ୱ ଭ୍ରମଣ କରିବାର ଥିଲା । ଏଥିପାଇଁ ରୟାନ୍ ପ୍ରଥମେ ଟଙ୍କା ସଞ୍ଚିଥିଲେ  ତା’ପରେ ସେ ଏହି ଭ୍ରମଣ ପାଇଁ ଚାକିରି ଛାଡିଥିଲେ । ଏହା ପରେ ସେମାନେ ଏକ ଡଙ୍ଗା କିଣି ସମୁଦ୍ର ଯାତ୍ରାର ଲକ୍ଷ୍ୟକୁ ପୂରଣ ପାଇଁ ଘରୁ ବାହାରି ଯାଇଥିଲେ ।

ରୟାନ ଫେବୃଆରୀ ମାସର ଶେଷ ସପ୍ତାହରେ କୈନାରି ଦ୍ୱୀପରୁ ତାଙ୍କ ଯାତ୍ରା ଆରମ୍ଭ କରିଥିଲେ । କୈନାରି ଦ୍ୱୀପ ଉତ୍ତର-ପଶ୍ଚିମ ଆଫ୍ରିକା ସୀମାବର୍ତ୍ତୀ ଆଟଲାଣ୍ଟିକ୍ ମହାସାଗରରେ ଅବସ୍ଥିତ । ସେଠାରୁ ରିୟାନ୍ ଏବଂ ଏଲେନା ସେମାନଙ୍କର ଯାତ୍ରା ଆରମ୍ଭ କରଥିଲେ । ସେମାନଙ୍କ ଲକ୍ଷ୍ୟସ୍ଥଳ ଥିଲା ବ୍ରାଜିଲର ଉତ୍ତର ଦିଗରେ ଅବସ୍ଥିତ ସେଣ୍ଟ ଭିନସେଣ୍ଟ୍ ଦ୍ୱୀପ  । ଏହି ଖବର ଡେଲି ମେଲ ୱେବସାଇଟରେ ପ୍ରକାଶିତ ହୋଇଛି ।

ରୟାନ୍ ଏବଂ ଏଲିନା ସେମାନଙ୍କ ଘରଲୋକଙ୍କୁ କହିଥିଲେ ଯେ ତାଙ୍କର ଏହି ଯତ୍ରା ସମୟରେ ତାଙ୍କୁ କୌଣସି ଖରାପ ଖବର ନ ଶୁଣାଯାଏ । ତେଣୁ କରୋନା ମାହାମାରୀ ବିଷୟରେ ସେମାନଙ୍କୁ କେହି ଜଣାଇ ନଥିଲେ । ୨୫ ଦିନ ପରେ ଯେତେବେଳେ ସେ ସେଣ୍ଟ ଭିନ୍ସେଣ୍ଟ ଦ୍ୱୀପରେ ପହଞ୍ଚିଲେ, ସେତେବେଳେ ସେ ପୂରା ବିଶ୍ୱର ଅବସ୍ଥା ଜାଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ସେଣ୍ଟ ଭିନସେଣ୍ଟ୍ ଦ୍ୱୀପରେ ପହଞ୍ଚିବା ପରେ ଉଭୟ କରୋନା ବିଷୟରେ ଜାଣିଥିଲେ ଯେଉଁଠାରେ ଏହି କାରିବିଆନ୍ ଦ୍ୱୀପର ସୀମା ସିଲ୍ କରାଯାଇଥିଲା  । ହଜାର ହଜାର କ୍ରୁଜ୍ ଜାହାଜର ଯାତ୍ରୀଙ୍କୁ ମଧ୍ୟ ସମୁଦ୍ରରେ ଛାଡି ଦିଆଯାଇଛି ତଥା ଜାହଜରେ ହିଁ ରଖାଯାଇଛି, ଯାହା ଦ୍ୱାରା ଯଦି ସେମାନେ ସଂକ୍ରମିତ ହୁଅନ୍ତି, ତେବେ ଏହି ସଂକ୍ରମଣ ଆଉ କେଉଁଠି ହେବ ନାହିଁ।

ଏଲେନା ଏବଂ ରୟାନ୍ କହିଛନ୍ତି ଯେ, ଫେବୃଆରୀରେ ଆମେ ଶୁଣିଥିଲୁ ଯେ ଚାଇନାରେ ଏକ ଭୂତାଣୁ ଅଛି, କିନ୍ତୁ ୨୫ଦିନ ପରେ  କାରିବିଆନ୍ ଦ୍ୱୀପରେ ପହଂଚିଲା ପରେ ଆମେ ଜାଣିବାକୁ ପାଇଲୁ ଯେ କରୋନାଭାଇରସ୍ ଏବେ ସମଗ୍ର ବିଶ୍ୱରେ ବ୍ୟାପି ଯାଇଛି । ଯେତେବେଳେ ସେମାନେ କୂଳରେ ପହଞ୍ଚିଥିଲେ, ସେତେବେଳେ ଜଣାପଡିଥିଲା ​​ଯେ ଏପର୍ଯ୍ୟନ୍ତ ଭୂତାଣୁର ପ୍ରକୋପ ସରିନାହିଁ । କାରିବିଆନ୍ ଦ୍ୱୀପରେ ପହଞ୍ଚିବାରେ ବିଫଳ ହେବା ପରେ ଦୁହେଁ ଡଙ୍ଗାକୁ ଗ୍ରାନାଡା ଆଡକୁ ନେଇଗଲେ।

ଉଭୟଙ୍କୁ ସେଣ୍ଟ ଭିନ୍ସେଣ୍ଟ ଯିବାକୁ ଅନୁମତି ଦିଆଯାଇନଥିଲା । ଯେତେବେଳେ ରିଆନ୍ କହିଥିଲେ ଯେ ଆମେ ୨୫ଦିନ ସମୁଦ୍ରରେ ରହିଛୁ । ତା’ପରେ ସେ ତାଙ୍କର ଟ୍ରାଭେଲ ହିଷ୍ଟ୍ରୀ ଦେଖାଇଲେ, ଏସବୁକୁ ତନାଘନା କରିବା ପରେ ହିଁ ସେ ସେଣ୍ଟ ଭିନ୍ସେଣ୍ଟକୁ ଆସିବାକୁ ଅନୁମତି ପାଇଲେ ।

Latest Posts

Don't Miss