ଭୁବନେଶ୍ୱର: କରୋନା ମୁକାବିଲା ନେଇ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।ବୈଠକରେ ନିଆଯାଇଥିବା ନିଷ୍ପତି ସମ୍ପର୍କରେ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ତାଙ୍କ ଅନୁସାରେ ବୈଠକରେ ଏପ୍ରିଲ ମାସ ଶେଷ ସୁଦ୍ଧା ଦିନକୁ 3ହଜାର ଟେଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି। 4 ମେଡିକାଲ କଲେଜ ବଲାଙ୍ଗୀର, ବାଲେଶ୍ୱର, ବାରିପଦା, କୋରାପୁଟ ଏବଂ OUAT ରେ ଟେଷ୍ଟିଂ ଲ୍ୟାବ ପ୍ରସ୍ତୁତ କରାଯିବ। ILS ରେ ଦିନକୁ 450 ଟେଷ୍ଟିଂ କରିବାକୁ ନିଷ୍ପତ୍ତି ନିଆଯାଇଛି।
ସେହିଭଳି ସୀମା ସିଲ ପ୍ରସଙ୍ଗ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ସୀମା ସିଲକୁ ଅଧିକ କଡାକଡି କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ପଶ୍ଚିମବଙ୍ଗ ସୀମା ଅଧିକ ଲମ୍ବା ଥିବାରୁ ସମ୍ପୂର୍ଣ୍ଣ ସିଲ କରିବା ସମ୍ଭବ ନୁହଁ। ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ବାବଦରେ ତଥ୍ୟ ରଖିବାକୁ ପଂଚାୟତ ସ୍ତର ରେ 5 ଜଣିଆ କମିଟି ସରପଞ୍ଚଙ୍କ ଅଧ୍ୟକ୍ଷତାରେ ହେବ। କମିଟିରେ ପଂଚାୟତ ସଂପାଦକ, ଶିକ୍ଷକ ଓ ଜିଆରଏସ ରହିବେ। ସଂଗରୋଧ କେନ୍ଦ୍ରର ଦାୟିତ୍ୱ ଏହି କମିଟି ଉପରେ ନ୍ୟସ୍ତ କରାଯାଇଛି। ଆସନ୍ତାକାଲି ଠାରୁ କାର୍ଯ୍ୟକ୍ଷମ ହେବ କୋଭିଡ ଅନ୍ଲାଇନ ପଞ୍ଜିକରଣ ପୋର୍ଟାଲ।
ଏପ୍ରିଲ ଶେଷ ସୁଦ୍ଧା ଦିନକୁ ୩ ହଜାର କୋଭିଡ୍ ଟେଷ୍ଟ କରିବ ଓଡ଼ିଶା

