ଜଣେ ଶିକ୍ଷକ ଯିଏ ଗଛ ଉପରୁ ପଢାନ୍ତି ପାଠ !
1 min readକୋଲକାତା- ସୁବ୍ରତ କୋଲକାତାର ଦୁଇ ଶିକ୍ଷାନୁଷ୍ଠାନରେ ଇତିହାସ ପାଠ ପଢ଼ାନ୍ତି । ମାର୍ଚ୍ଚ ମାସରୁ ଦେଶରେ ଜାରି ହୋଇଥିବା ଲକଡାଉନ ସମୟରେ ସୁବ୍ରତ ପଶ୍ଚିମବଙ୍ଗ ବାଙ୍କୁରା ଜିଲ୍ଲାରେ ଥିବା ନିଜ ଗାଁରେ ଥିଲେ ।
ତେବେ ସୁବ୍ରତ ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ସାଉଁଟୁଛନ୍ତି । ଏହାର କାରଣ ଏହାକି ସେ ପ୍ରତିଦିନ ଗଛ ଉପରେ ଚଢ଼ି ନିଜ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାନ୍ତି । ୩୫ ବର୍ଷିୟ ସୁବ୍ରତ ପତି ଏକ ନିମ୍ବ ଗଛକୁ ନିଜ କ୍ଲାସ ରୁମ ଭାବେ ତିଆରି କରିଛନ୍ତି ।
West Bengal:Subrato Pati,a teacher from a village in Bankura has set up his workspace on a tree,so that he can take online classes without network disruptions."We don't get network signals everywhere in our village.I take different classes from 9:30 am to 6:00 pm",he said.(22.04) pic.twitter.com/5EdxEYlaMc
— ANI (@ANI) April 23, 2020
ସୂଚନା ଅନୁଯାୟୀ ଲକଡାଉନ ସମୟରେ ସୁବ୍ରତ ଗାଁରେ ଥିଲେ । ଆଉ ବର୍ତ୍ତମାନ ତାଙ୍କୁ ଗାଁରୁ ଅନଲାଇନ କ୍ଲାସ ନେବାର ଥିଲା । କିନ୍ତୁ ଗାଁରେ ନେଟୱର୍କ ଖରାପ ଥିବା କାରଣରୁ ତାଙ୍କୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡ଼ୁଥିଲା । ସୁବ୍ରତ ଏହି ସମସ୍ୟା ଆଗରେ ହାର ମାନି କ୍ଲାସ ନ ନେବାର ନିଷ୍ପତ୍ତି ନେଇପରିଥାନ୍ତେ କିନ୍ତୁ ସେ ଏପରି ନକରି ସମସ୍ୟାର ସମାଧାନ ବାହାର କରିଥିଲେ ।
ସୁବ୍ରତ ଯେତେବେଳେ ଗଛରେ ଚଢିଲେ ସେ ନେଟୱର୍କ ଆସୁଥିବା ଜାଣିବାକୁ ପାଇଲେ । ତାପରେ ଗାଁରେ ନିଜ ସାଙ୍ଗ ମାନଙ୍କ ସାହାଯ୍ୟରେ ବାଉଁଶରେ ଗଛ ଉପରେ ଏକ ପ୍ଲାଟଫର୍ମ ତିଆରି କଲେ ।
ବର୍ତ୍ତମାନ ସୁବ୍ରତ ସବୁଦିନ କ୍ଲାସ ସମୟରେ ଗଛରେ ଚଢ଼ି ଛାତ୍ରଛାତ୍ରୀଙ୍କୁ ଅନଲାଇନ ପାଠପଢ଼ାନ୍ତି । ଲମ୍ବା ସମୟ ପର୍ଯ୍ୟନ୍ତ କ୍ଲାସ ଥିବାରୁ ସୁବ୍ରତ ଗଛ ଉପରକୁ ଖାଇବା ମଧ୍ୟ ନେଇଯାଆନ୍ତି ।