spot_img

Latest Posts

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପାଖରେ ପହଞ୍ଚିଲେ କରୋନା ସଂକ୍ରମିତ, ପାକିସ୍ତାନୀ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆତଙ୍କ

ଇସଲାମାବାଦ: ଦୁନିଆର ଅନ୍ୟ ଦେଶମାନଙ୍କ ପରି ପାକିସ୍ତାନ ମଧ୍ୟ କରୋନା ଭାଇରସ୍ ମହାମାରୀରଠୁ ବର୍ତ୍ତି ପାରିନି । ବର୍ତ୍ତମାନ ଏହି ଭାଇରସ୍ ସାରା ଦୁନିଆକୁ ତା ଅଧିନରେ କରିଛି । ଏହି ଭାଇରସରେ ଅନେକ ବଡ଼ବଡ଼ିଆ ଆକ୍ରାନ୍ତ ହୋଇଛନ୍ତି । ଏବେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନିକଟରେ ପହଞ୍ଚିଛି କୋରନା ଭାଇରସ୍ । ଫୈସଲ ଏଡି ନାମକ ଜଣେ ସାମାଜିକ କର୍ମୀ ତଥା ସମାଜ ସେବକ, ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଭେଟି ତାଙ୍କୁ ଦାନ ପାଇଁ ଚେକ୍ ଦେଇଥିଲେ । ବର୍ତ୍ତମାନ ଫୈସଲ ଏଡି କରୋନା ପଜିଟିଭ୍ ।

ପ୍ରସିଦ୍ଧ ସାମାଜିକ କାର୍ଯ୍ୟକର୍ତ୍ତା ଅବଦୁଲ ସତ୍ତରଙ୍କ ପୁଅ ତଥା ଏଡି ଫାଉଣ୍ଡେସନର ଚେୟାରମ୍ୟାନ୍ ଫୈସଲ ଏଡି ୧୫ ଏପ୍ରିଲରେ ଇମ୍ରାନ ଖାନଙ୍କୁ ଭେଟିଥିଲେ । ଏହି ବୈଠକରେ ଫୈସଲ ଏଡି କୋଭିଡ -୧୯ ରିଲିଫ ପାଣ୍ଠି ପାଇଁ ଇମ୍ରାନ ଖାନଙ୍କୁ ଏକ କୋଟି ଟଙ୍କାର ଚେକ୍ ଦେଇଥିଲେ । ଫୈସଲ ଏଡି ନିଜ ହାତରେ ଇମ୍ରାନ ଖାନଙ୍କ ହାତରେ ଏହି ଚେକ୍ ଦେଇଥିଲେ।

କୁହାଯାଉଛି ଯେ, ଇମ୍ରାନ ଖାନଙ୍କ ସହିତ ଏହି ସାକ୍ଷାତ ପରେ ହିଁ ଫୈସଲଙ୍କ ଠାରେ କରୋନା ଲକ୍ଷଣ ଦେଖାଯିବା ଆରମ୍ଭ ହୋଇଥିଲା। ଏହା ପରେ ଫୈସଲ ଏଡିଙ୍କ କରୋନା ପରୀକ୍ଷା କରାଯାଇଥିଲା। ମଙ୍ଗଳବାର ଦିନ ଫୈସଲ ଏଡିଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଛି । ଏବଂ ଏହାକୁ ନେଇ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କ ସୃଷ୍ଟି ହୋଇଛି । ତେବେ ଏହାକୁ ନେଇ କୁହାଯାଉଛି ଯେ, ଇମ୍ରାନ ଖାନଙ୍କୁ ସତର୍କତା ଅବଲମ୍ବନ କରି କ୍ୱାରେଣ୍ଟାଇନରେ ରହିବା ଉଚିତ୍ ।

ଅନ୍ୟପକ୍ଷରେ ଫୈସଲ ଏଡି କହିଛନ୍ତି ଯେ, ତାଙ୍କ ଅବସ୍ଥା ସ୍ୱାଭାବିକ ରହିଛି । ତେବେ ଫୈସଲଙ୍କୁ କୌଣସି ଡାକ୍ତରଖାନାରେ ଭର୍ତ୍ତି କରାଯାଇ ନାହିଁ, କିନ୍ତୁ ଘରେ ସେ ନିଜକୁ କ୍ୱାରେଣ୍ଟାଇନରେ ରଖିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ।

ଆପଣଙ୍କୁ କହି ରଖୁଛୁ ଯେ, ଦୁନିଆର ଅନେକ ଦେଶରେ ମଧ୍ୟ ବଡ ରାଜନେତାମାନେ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜାନସନଙ୍କ ଠାରୁ ପ୍ରିନ୍ସ ଚାର୍ଲ୍ସ ପର୍ଯ୍ୟନ୍ତ କରୋନା ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ବ୍ୟତୀତ ସ୍ପେନର ଜଣେ ରାଜକୁମାରୀ ମଧ୍ୟ ଏହି ରୋଗରେ ମୃତ୍ୟୁ ବରଣ କରିଛନ୍ତି ।

Latest Posts

Don't Miss