ରାମାୟଣ: କ୍ଲାଇମାକ୍ସରେ ରାବଣ ବଧ ଦୃଶ୍ୟକୁ ନେଇ ଦର୍ଶକ ନିରାଶ, ଆଣିଲେ କାଟଛାଣ୍ଟ୍ ଅଭିଯୋଗ

1 min read

ମୁମ୍ବାଇ: ଲକଡାଉନ୍ ରେ ରମାନନ୍ଦ ସାଗରଙ୍କ ରାମାୟଣର ରିଟେଲିକାଷ୍ଟ ଦର୍ଶକଙ୍କ ମଧ୍ୟରେ ହିଟ୍  ହୋଇଛି ।  ଏହି ସିରିଏଲର ଟିଆରପି ଏବେ ସବୁଠୁ ଆଗରେ ରହିଛି । ତେବେ ଲକଡାଉନ୍ ରେ ଘରେ ରହି ଲୋକେ ନିଜ ପରିବାର ସହ ରାମାୟଣ ଦେଖିବାର ମଜା ଉଠାଉଛନ୍ତି । ରାମାୟଣ ଶୋ ଦିନକୁ ଦୁଇଥର ପ୍ରସାରିତ ହୁଏ  । ତେବେ ରାମାୟଣର ଶେଷ ପର୍ଯ୍ୟାୟରେ ରାବଣ ବଧ କରାଯାଇଛି। ରାମ-ସୀତା-ଲକ୍ଷ୍ମଣ ଅଯୋଧ୍ୟାକୁ ଫେରିଛନ୍ତି। କିନ୍ତୁ ଶୋର କ୍ଲାଇମାକ୍ସ ଦେଖି ଦର୍ଶକମାନେ ନିରାଶ ହୋଇଛନ୍ତି। କ୍ଲାଇମାକ୍ସ ଦୃଶ୍ୟ ଏଡିଟିଂ ପାଇଁ ସୋସିଆଲ ମିଡିଆରେ ଦୁରଦର୍ଶନ ପ୍ରଯୋଜକଙ୍କୁ ଅନେକ ଟ୍ରୋଲ କରାଯାଉଛି ।

ଦର୍ଶକଙ୍କ ଅନୁସାରେ, ରାବଣ ବଧ ସମୟରେ ଅନେକ ଦୃଶ୍ୟ ଏଡିଟ ହୋଇଥିଲା । ଏନେଇ ଲୋକମାନେ ଟ୍ୱିଟରରେ ନିଜର କ୍ରୋଧ ପ୍ରକାଶ କରୁଛନ୍ତି। ରାମ ଏବଂ ରାବଣ ମଧ୍ୟରେ ଯୁଦ୍ଧର ଅନେକ ଦୃଶ୍ୟ ଏଡିଟ ହୋଇଥିବାରୁ ପ୍ରଶଂସକମାନେ ନିରାଶ ହୋଇଛନ୍ତି  । ଜଣେ ୟୁଜର ଅନେକ ଟ୍ୱିଟ୍ କରି କହିଛନ୍ତି ଯେ, ଲକ୍ଷ୍ମଣ ଏବଂ ଉର୍ମିଲାଙ୍କ ମିଳନ ବିଷୟରେ ଦର୍ଶାଯାଇ ନାହିଁ। ରାମାୟଣର ଅନକଟ୍ ସିନ୍ ଦେଖାଇବାକୁ ନିର୍ମାତାଙ୍କୁ ନିବେଦନ ମଧ୍ୟ କରାଯାଇଛି ।

ଅନ୍ୟପଟେ ଆଉଜଣେ ୟୁଜର ଲେଖିଛନ୍ତି ଯେ, ରାମାୟଣର ଅନେକ ଦୃଶ୍ୟ କଟାଯାଇଥିବାରୁ ସେ ଅତ୍ୟନ୍ତ ନିରାଶ ।  ଗୋଟିଏ ଦୃଶ୍ୟରେ ଭଗବାନ ହନୁମାନ ଛାତି ଚିରି ସେଥିରେ ସିୟା ରାମଙ୍କ ଚିତ୍ର ଦେଖାଇଲେ । ଦର୍ଶକଙ୍କ କହିବା ଅନୁସାରେ ସେହି ଦୃଶ୍ୟ ମଧ୍ୟ ଦେଖାଯାଇନାହିଁ ।  ଜଣେ ୟୁଜର ଲେଖିଛନ୍ତି ଯେ, ଡିଡି ନ୍ୟାସନାଲ ରାମାୟଣର ଅନେକ ଦୃଶ୍ୟ କାଟିଛି, ଗୋଟିଏ ଦୃଶ୍ୟରେ ରାମ-ଲକ୍ଷ୍ମଣନଙ୍କୁ ଅହିରାବଣ ଅପହରଣ କରି ନେଇଥିଲେ। ଏହି ଦୃଶ୍ୟ ମଧ୍ୟ ଦେଖାଯାଇ ନଥିଲା । ହନୁମାନଙ୍କ ପୁଅ ମକରଦ୍ୱଜକୁ ମଧ୍ୟ ଦେଖାଇ ନଥିଲେ।

ଦର୍ଶକଙ୍କ କହିଛନ୍ତି ଯେ, ରମାନନ୍ଦ ସାଗରଙ୍କ ରାମାୟଣ ଏବଂ ଶ୍ରୀକୃଷ୍ଣ ଏକ ଆର୍ଟୱାର୍କ। କୌଣସି ଏଡିଟିଂ ନକରି ଏହାର ପ୍ରସାରଣ ଜରୁରୀ । ୧୪ ବର୍ଷ ପରେ ଲକ୍ଷ୍ମଣ ଏବଂ ଉର୍ମିଲାଙ୍କ ମିଳନ ଦୃଶ୍ୟ ଦେଖାଇ ନଥିବାରୁ ମଧ୍ୟ ଲୋକମାନେ ନିରାଶ ପ୍ରକାଶ କରିଛନ୍ତି । ଶୋର ବିଷୟରେ କହିବାକୁ ଗଲେ ଏବେ ଉତ୍ତର ରାମାୟଣ ଆରମ୍ଭ ହୋଇଛି । ଲଭ୍ କୁଶ ଶୀଘ୍ର ଶୋକୁ ଫେରିବେ । ଉତ୍ତର ରାମାୟଣ ଦେଖିବାକୁ ପ୍ରଶଂସକମାନେ ମଧ୍ୟ ବେଶ ଉତ୍ସାହିତ ଅଛନ୍ତି  ।

ଅନ୍ୟପକ୍ଷରେ ଦୁରଦର୍ଶନ ତରଫରୁ ଏହା ଉପରେ ପ୍ରତିକ୍ରିୟା ଆସିଛି । ରାମାୟଣର କୌଣସି ଦୃଷ୍ୟ କାଟଛାଣ୍ଟ୍ ହୋଇନି ବୋଲି ଦୁରଦର୍ଶନ ତା’ ପ୍ରତିକ୍ରିୟାରେ କହିଛି ।

 

 

Leave a Reply