ପଞ୍ଜାବ: କରୋନାଭାଇରସ୍ ଯୁଦ୍ଧ ସମଗ୍ର ବିଶ୍ୱରେ ଜାରି ରହିଛି । ତେବେ ଏଭଳି ପରିସ୍ଥିତି ମଧ୍ୟରେ ମାନସା ଜିଲ୍ଲାରୁ ଏକ ସୁନ୍ଦର ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ କୁନି ଶିଶୁର ପ୍ରଥମ ଜନ୍ମଦିନ ପାଳନ କରାଯାଇଛି । ଏବଂ ଏହା ଶିଶୁଟିର ପ୍ରଥମ ଜନ୍ମଦିନ । ତେବେ ଲକଡାଉନ୍ ରେ ନିଜେ ପୋଲିସ ଅଧିକାରୀମାନେ ଜନ୍ମଦିନ ପାଳନ କରିଥିବା ନଜର ଆସିଛି । ପ୍ରଥମ ବାର୍ଥଡେ ସ୍ମରଣୀୟ କରିବା ପାଇଁ ପୋଲିସ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିଲା । ଏହି ଭିଡିଓକୁ ଆଇଏସ୍ ଅଧିକାରୀ ସୁପ୍ରିୟା ସାହୁ ସେୟାର କରିଛନ୍ତି। ଜନ୍ମଦିନର ଶୁଭେଚ୍ଛା ଜଣାଇ ଛୋଟ ଝିଅର ପ୍ରଥମ ଜନ୍ମଦିନକୁ ବେଶ ନିଆରା ଢଙ୍ଗରେ ପାଳନ କରିଛି ମାନସା ପୋଲିସ । ଶିଶୁ ଘରେ ପହଞ୍ଚିବା ପରେ ତାଙ୍କୁ କେକ୍ ଦେଇ ଶୁଭେଚ୍ଛା ଜଣାଇଥିଲେ ।
https://www.facebook.com/nandighoshatv/videos/539664473416181/
କରୋନାଭାଇରସ୍ ରୋଗକୁ ରୋକିବା ପାଇଁ ସାରା ଦେଶରେ ୨୧ ଦିନିଆ ଲକଡାଉନକୁ ଏବେ ମେ ମାସ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏବଂ ଏପରି ପରିସ୍ଥିତିରେ, ଲୋକଙ୍କୁ ସାମାଜିକ ଦୂରତା ପାଳନ କରିବା ସହ ନିଜ ଘରେ ବନ୍ଦ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫,୭୯୧କୁ ବୃଦ୍ଧି ପାଇଛି। ଏହା ସହ ମୃତକଙ୍କ ସଂଖ୍ୟା ୫୦୦ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧,୩୨୯ ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଥିବାବେଳେ ୨୭ ଜଣଙ୍କର ମୃତ୍ୟୁ ହୋଇଛି। ଏହା ବ୍ୟତୀତ ଏହି ରୋଗରୁ ଆରୋଗ୍ୟ ହୋଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି ଯାହା ସମସ୍ତ ଲୋକଙ୍କୁ ପାଳନ କରିବାକୁ ଘୋଷଣା କରାଯାଇଛି ।

